ପଦ୍ମ ଭୂଷଣରେ ସମ୍ମାନିତ ହେବେ ଫାତିମା ବିବି

Above Post Content

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୩୨ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଦକ୍ଷିଣ ଭାରତୀୟ ଅଭିନେତା ଚିରଞ୍ଜୀବୀ, ବିଜୟନ୍ତିମାଳା ବାଳି, ବିଦେଶ୍ୱର ପାଠକ, ପଦ୍ମ ଶୁଭ୍ରମଣ୍ୟମଙ୍କୁ ଦେଶର ଦ୍ୱିତୀୟ ବଡ ବେସାମରିକ ପଦ୍ମ ବିଭୂଷଣ ଉପାଧି ମିଳିବ । ୫ ଜଣଙ୍କୁ ପଦ୍ମ ବିଭୂଷଣ ଉପାଧି ମିଳିଥିବା ବେଳେ ୧୭ ଜଣଙ୍କ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କ ପଦ୍ମଶ୍ରୀ ଉପାଧି ମିଳିବ । ସେହିପରି ଚଳିତବର୍ଷ ୪୦ଜଣ ଓବିସି, ୯ ଖ୍ରୀଷ୍ଟିଆନ ଓ ୮ଜଣ ମୁସଲମାନ ଇତ୍ୟାଦି ଅଛନ୍ତି । ଏଥିମଧ୍ୟରୁ ଗତବର୍ଷ ନଭେମ୍ବରରେ ଦୁନିଆରୁ ଅଲବିଦା ନେଇଥିବା ଏମ ଫାତିମା ବିବିଙ୍କର ନାଁ ମଧ୍ୟ ସାମିଲ୍ ଅଛି । ସେ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରିପତି ଭାବରେ ଗୌରବ ଅର୍ଜନ କରିଥିଲେ । କେବଳ ସେତିକି ନୁହେଁ, ସେ ବାର କାଉନସିଲିଂରେ ମଧ୍ୟ ଗୋଲ୍ଡ ମେଡାଲ ଜିତିଥିବା ପ୍ରଥମ ମହିଳା ଥିଲେ ।

Middle post content

ପ୍ରଥମ ମହିଳା ବିଚାରପତି ଥିଲେ ଫାତିମା ବିବି

After 2nd paragraph post ads

୧୯୨୭ ମସିହା ଏପ୍ରିଲ ୩୦ରେ କେରଳର ପାଥନମିଟ୍ଟାରେ ଫାତିମା ଜନ୍ମ ଗ୍ରହଣ କରିଥିଲେ । ସଫଳତମ ବିଚାରପତି ହେବାରେ ତାଙ୍କ ବାପାଙ୍କ ଯୋଗଦାନ ବହୁତ ଥିଲା । ତାଙ୍କ ବାପା ତାଙ୍କୁ ଓକିଲ ଭାବେ ଦେଖିବାକୁ ଚାହୁଁଥିଲେ । ସେ କେରଳରେ ପ୍ରଥମେ ତାଙ୍କର ଓକିଲ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ୧୯୮୩ରେ ଉଚ୍ଚ ନ୍ୟାୟଳୟର ବିଚାରପତି ହୋଇଥିଲେ । ୧୯୮୯ରେ ସୁପ୍ରିମକୋର୍ଟର ସେ ପ୍ରଥମ ମହିଳା ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଯାହା ସୁପ୍ରିମକୋର୍ଟ ଇତିହାସରେ ଲିପିବଦ୍ଧ ହୋଇଥିଲା ।ଅବସର ପରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ସଦସ୍ୟ ଓ ପରେ ସେ ତାମିଲନାଡୁର ରାଜ୍ୟପାଳ ହୋଇଥିଲେ । ୨୦୦୧ରେ ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଜୟଲଳିତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami