ଚଳନ୍ତା ଟ୍ରେନରେ ଷ୍ଟଣ୍ଟ କରୁଥିବା ବେଳେ ଜଳିଗଲେ ଯୁବକ

Above Post Content

ଆଜିକାଲି ଯୁବପିଢି ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ନିଜ ଜୀବନକୁ ବିପଦରେ ପକାଇ ଭିଡ଼ିଓ ବନାଇବାକୁ ପଛାଉ ନାହାନ୍ତି । ଏବେ ସୋସିଆଲ ମିଡ଼ିଆରେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ଯୁବକଙ୍କୁ ଚଳନ୍ତା ଟ୍ରେନ୍‌ରେ ଭିଡ଼ିଓ କରିବା ପାଇଁ ଷ୍ଟଣ୍ଟ୍ ଦେଖାଇବା ମହଙ୍ଗା ପଡ଼ିଛି । ଚଳନ୍ତା ଟ୍ରେନରେ ଷ୍ଟଣ୍ଟ କରିବା ଆପଣ ବିଭିନ୍ନ ଚଳଚ୍ଚିତ୍ରରେ ନିଶ୍ଚିତ ଦେଖିଥିବେ । ଏହି ଷ୍ଟଣ୍ଟ କରିବା କେତେ କଷ୍ଟ ସାଧ୍ୟ ଆଉ ବିପଦଜ୍ଜନକ ତାହା ମଧ୍ୟ ଜାଣିଥିବେ । ତେବେ ଫିଲ୍ମରୁ ଦେଖିବା ପରେ କିଛି ଯୁବପୀଢି ଏହାକୁ ବାସ୍ତବ ଜୀବନରେ କରିବାକୁ ପ୍ରୟାସ କରୁଛନ୍ତି ଏବଂ ଅସୁବିଧାରେ ମଧ୍ୟ ପଡୁଛନ୍ତି । ଷ୍ଟଣ୍ଟ୍ ପ୍ରଦର୍ଶନ କରିବା ସମୟରେ ଯୁବକ ଜଣଙ୍କ ହଠାତ ଟ୍ରେନର ଝରକା ଉପରକୁ ଚଢିଯାଇଥିଲେ । ଏହା ପରେ ସେ ଟ୍ରେନର ବଗି ଉପରକୁ ଯାଇ ଷ୍ଟଣ୍ଟ୍ ଦେଖାଉଥିଲେ । ପରେ ତାଙ୍କ ଅବସ୍ଥା କଣ ହୋଇଥିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ନିଶ୍ଚୟ ହେବେ ।

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହେଲେ ଗୁରୁତର

After 2nd paragraph post ads
Middle post content

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ଚଳନ୍ତା ଟ୍ରେନରେ ବିପଜ୍ଜନକ ଅବସ୍ଥାରେ ଷ୍ଟଣ୍ଟ୍ କରୁଛନ୍ତି । ପ୍ରଥମେ ଯୁବକ ଜଣକ ଟ୍ରେନ୍ ଝରକାରୁ ଅଧା ବାହାରକୁ ଆସି ଷ୍ଟଣ୍ଟ୍ କରୁଛନ୍ତି । ଏଭଳି କରିବା ବେଳେ ସେ ଆଦୌ ଭୟଭୀତ ନୁହଁନ୍ତି ଯେ ସାମାନ୍ୟ ଭୁଲ୍ ମଧ୍ୟ ତାଙ୍କ ଜୀବନକୁ ବିପଦରେ ପକାଇବ । ପରେ ଝରକା ବାହାରକୁ ଆସି ଷ୍ଟଣ୍ଟ୍ ଦେଖାଉଛନ୍ତି । କିନ୍ତୁ ତା’ପରେ ସେ ଟ୍ରେନ୍ ଉପରକୁ ଚଢନ୍ତି । ଟ୍ରେନ ବଗି ଉପରେ ଷ୍ଟଣ୍ଟ କରିବା ସମୟରେ ହଠାତ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚେତାଶୂନ୍ୟ ହୋଇପଡିଥିଲେ । ପରେ ଯୁବକଙ୍କୁ ଉଦ୍ଧାର କରିବା ସହ ସୌଭାଗ୍ୟ ବଶତଃ ତାଙ୍କ ଜୀବନ ବଞ୍ଚିଯାଇଛି, କିନ୍ତୁ ତାଙ୍କର ଗୋଟିଏ ହାତ ଏବଂ ଶରୀର ପୋଡିଯାଇଥିବାରୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଭିଡ଼ିଓକୁ ଦେଖିବା ପରେ କିଛି ଲୋକ ଏହାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ନାପସନ୍ଦ କରିଛନ୍ତି । ଅନେକ ଲୋକ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି । ଭଗବାନଙ୍କ ଦୟାରୁ ଯୁବକଙ୍କ ଜୀବନ ବଞ୍ଚିଗଲା ବୋଲି କିଛି କହିଥିବା ବେଳେ ଆଉ କିଛି ମଜାଳିଆ ଢଙ୍ଗରେ ଯମରାଜ ସେତେବେଳେ ଅଯୋଧ୍ୟାରେ ଥିବାରୁ ଏହି ଯୁବକଙ୍କ ଜୀବନ ବଞ୍ଚିିଗଲା ବୋଲି କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami