ସୋନାକ୍ଷୀଙ୍କ ନାଁ’ରେ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ

Above Post Content

ମୁମ୍ବାଇ: ଫସିଲେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ତାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ସୋନାକ୍ଷୀଙ୍କ ମ୍ୟାନେଜରଙ୍କ ସମେତ ଦୁଇ ଜଣଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି । ମ୍ୟାନେଜର ମାଲବିକା ପଞ୍ଜାବୀଙ୍କ ବ୍ୟତୀତ ଏହି ମାମଲାରେ ଧୋମିଲ ଠକର ଏବଂ ଗର୍ଲ ଶକାରିଆ ଜଡିତ ଅଛନ୍ତି । ଏହି ମାମଲାରେ ସୋନାକ୍ଷୀ ଫେବୃଆରୀ ୨୮ ପର୍ଯ୍ୟନ୍ତ ହାଇକୋର୍ଟରୁ ଷ୍ଟେ ପାଇଛନ୍ତି । ଓକିଲଙ୍କ ଠାରୁ ମିଳିଥିବା ଧାରା ୮୨ ଅନୁଯାୟୀ ତିନି ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ ଆଦେଶ ଦିଆଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୮ରେ ହେବ । କିନ୍ତୁ ଏହି ମାମଲା ୨୦୧୯ ବର୍ଷର । ସୋନାକ୍ଷୀ ପୋଲିସ ଷ୍ଟେସନରେ ଅନ୍ୟ କେତେକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

Middle post content

ସୋନାକ୍ଷୀଙ୍କ ସୃଜନଶୀଳ ଅଭିନୟ ଦର୍ଶକଙ୍କ ବେଶ୍ ପସନ୍ଦ

After 2nd paragraph post ads

ସୋନାକ୍ଷୀ ୧୯୮୭ ଜୁନ୍ ୨ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ସେ ଫେଶନ ଡିଜାଇନିଂ ପ୍ରତି ଆକର୍ଷିତ ହୋଇଥିଲେ । ତେବେ ପରେ ବଲିଉଡ୍‌ରେ ୨୦୧୦ରେ ଦବଙ୍ଗ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ । ତାଙ୍କର ଶରୀର ଓଜନ ବଢୁଥିବାରୁ ସେ ନେଇ ସୋନାକ୍ଷୀ ବେଶ୍ ଚିନ୍ତିତ ଥିଲେ । ପରେ ସେ ଆରୋବିକ୍ସ୍ କରିବା ଆରମ୍ଭ କରିଥିଲେ । ଫିଲ୍ମରେ ତାଙ୍କର ସୃଜନଶୀଳ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥାନ୍ତି । ଶତୃଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ସଲମାନ ଖାନଙ୍କ ସାନଭାଇ ସୋହେଲ ଖାନଙ୍କ ଶଳା ବଣ୍ଟି ସଚ୍ଚଦେବଙ୍କ ସହ ଡେଟିଂ କରୂଥିଲେ । କିନ୍ତୁ ଏବେ ତାଙ୍କର ବ୍ରେକଅପ୍ ହୋଇସାରିଛି । ପରେ ଅଭିନେତା ଜାହିର ଇକବାଲଙ୍କ ସହ ଡେଟ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami