ଆକାଶରେ ରିଲିଜ୍ ହେଲା ଫିଲ୍ମ ‘ଯୋଦ୍ଧା’ ପୋଷ୍ଟର, ଭିଡ଼ିଓ ଭାଇରାଲ

Above Post Content

ମୁମ୍ବାଇ: ଆକାଶରେ ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯୋଦ୍ଧା’ର ପୋଷ୍ଟର । ଏହି ଫିଲ୍ମ ‘ଯୋଦ୍ଧା’କୁ ନେଇ ଚର୍ଚ୍ଚାରେ ଅଛନ୍ତି ସିଦ୍ଧାର୍ଥ ମଲହୋତ୍ରା । ତାଙ୍କ ଫିଲ୍ମର ପୋଷ୍ଟର ଏକ ନୂଆ ତରିକାରେ ରିଲିଜ ହୋଇଛି । ଏହାକୁୁ ଦର୍ଶକ ବି ଖୁବ ପସନ୍ଦ କରିଛନ୍ତି । ଫିଲ୍ମ ପୋଷ୍ଟର ରିଲିଜର ଏକ ଭିଡିଓ ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓରେ ଆକାଶରୁ ‘ଯୋଦ୍ଧା’ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିବା ଦେଖିବାକୁ ମିଳୁଛି । ଏହାକୁ ୧୩ହଜାର ଫୁଟ ଉଚ୍ଚରେ ଦୁବାଇରେ ଲଞ୍ଚ୍ କରାଯାଇଛି ।

Middle post content

ସିଦ୍ଧାର୍ଥଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ ଦିଶା ପାଟାନି ଏବଂ ରାଶି ଖାନ୍ନା

After 2nd paragraph post ads

ଭାଇରାଲ ଭିଡିଓରେ ଦେଖିବାକୁ ମିଳିିଛି ଯେ, କିଛି ଲୋକ ପୋଷ୍ଟର ଧରି ବିମାନ ଭିତରକୁ ଯାଉଛନ୍ତି । ଏହାପରେ ପୋଷ୍ଟର ସହିତ ବିମାନରୁ ଡେଇଁପଡୁଛନ୍ତି । ଏହି ପୋଷ୍ଟର ‘ଯୋଦ୍ଧା’ ଫିଲ୍ମର ଥିବା ବେଳେ ଏଥିରେ ସିଦ୍ଧାର୍ଥଙ୍କୁ ଦେଖିବାକୁ ମିଳୁଛି । ଆସନ୍ତା ଫେବ୍ରୁଆରି ୧୯ରେ ସିନେମାର ଟିଜର ରିଲିଜ ହେବାକୁ ଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ୧୫ ରେ ସିନେମା ‘ଯୋଦ୍ଧା’ ରିଲିଜ ହେବ । ପୁଷ୍କର ଓଝା ଏବଂ ସାଗର ଆମ୍ବରେ ମିଳିତ ଉଦ୍ୟମରେ ଏହି ଫିଲ୍ମକୁ ପ୍ରସ୍ତୁତ କରିଥିବା ବେଳେ କରଣ ଜୋହର ଏହାର ନିର୍ମାତା ରହିଛନ୍ତି । ତେବେ ଏହି ଚଳଚ୍ଚିତ୍ରରେ ଦିଶା ପାଟାନି ଏବଂ ରାଶି ଖାନ୍ନା ପ୍ରଥମ ଥର ପାଇଁ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ । ଏଥିସହ ଫିଲ୍ମରେ ସୁନୀଲ ସେଟ୍ଟୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami