ବେଦମନ୍ତ୍ର ଓ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଉଠୁଛି ଶ୍ରୀକ୍ଷେତ୍ର

Above Post Content

ପୁରୀ: ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏନେଇ ଉତ୍ସବମୁଖର ହୋଇ ଉଠିଛି ପୁରା ଶ୍ରୀକ୍ଷେତ୍ର । ଆଜି ବି ବେଦମନ୍ତ୍ର ଓ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଉଠୁଛି ଶ୍ରୀକ୍ଷେତ୍ର । ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ପୂର୍ବରୁ ବରଣୀୟ ବ୍ରାହ୍ମଣଙ୍କ ଦ୍ୱାରା ପଞ୍ଚ କସାୟନରେ ପରିକ୍ରମା ପ୍ରକଳ୍ପ ଫଳକ ଓ ପଥ ଶୋଧ ବିଧି ସମ୍ପନ୍ନ ହୋଇଛି । ଅପରାହ୍ନ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ । ଏହାପୂର୍ବରୁ ଅର୍ଥାତ୍ ଅପରାହ୍ଣ ପ୍ରାୟ ସାଢ଼େ ୧୨ଟାରେ ବେଦପାଠ ପୂର୍ବକ ଶ୍ରୀନଅରରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞସ୍ଥଳକୁ ବିଜେ କରିବେ । ଯଜ୍ଞକୁଣ୍ଡରେ ଆହୁତି ଦେବେ । ଅପରାହ୍ଣ ସାଢ଼େ ୧ଟାରୁ ୨ଟା ଭିତରେ ତିନିଦିନ ଧରି ଚାଲିଥିବା ମହାଯଜ୍ଞର ପୂର୍ଣ୍ଣାହୁତି ଦେବେ ଗଜପତି । ପରେ ସଭାସ୍ଥଳକୁ ଯାଇ ରାଜ୍ୟ ତଥା ଦେଶବିଦେଶରୁ ନିମନ୍ତ୍ରିତ ସାଧୁସନ୍ଥ ଓ ୮୫୦ଜଣ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀ ଓ ଗଜପତି ମହାରାଜା ଉଦ୍‌ବୋଧନ ଦେବେ ।

Middle post content

୮୦ ପ୍ଲାଟୁନ୍ ଫୋର୍ସ ମୁତୟନ

After 2nd paragraph post ads

ଏହି କାର୍ଯ୍ୟକ୍ରମ ପାଇଁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ନେତୃତ୍ୱରେ ୮୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛିି । ସୂର୍ଯ୍ୟୋଦୟ ପରେ ସାଢ଼େ ୭ଟାରୁ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଲାପ୍ରବେଶ, ପଞ୍ଚକର୍ମ ପରେ ଅଙ୍କୁରାରୋପଣରେ ଆବାହନ କରାଯାଇଥିବା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ଯଜ୍ଞବେଦିର ଯଥାସ୍ଥାନରେ ମଣ୍ଡିତ କରାଯାଇଥିଲା । ମଣ୍ଡଳପୂଜା ପରେ ହୋମ, ଆଳତି, ପୁଷ୍ପାଞ୍ଜଳି ସହ ବରଣୀୟ ବ୍ରାହ୍ମଣମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପଥକୁ ଶୋଧନ କରିଥିଲେ । ଅପରାହ୍ଣ ୩ଟାରେ ନିମନ୍ତ୍ରିତ ଅତିଥି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣ କରିବେ । ୩୭୦୦ କୋଟି ଟଙ୍କା ବ୍ୟୟରେ ଏହି କରିଡର ନିର୍ମାଣ କରାଯାଇଛି । ଉଦଘାଟନ ପରେ ଏହା ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami