ରାମ ମନ୍ଦିର ପ୍ରତିଷ୍ଠା ଦିନ ରାହୁଲ,ମମତା କରିବେ କ’ଣ ?

Above Post Content

ନୂଆଦିଲ୍ଲୀ: ୨୨ ଜାନୁଆରୀ ଦିନ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଯେତିକି ପାଖେଇ ଆସୁଛି,ସେତିକି ରାଜନୈତିକ ତାତି ବୃଦ୍ଧି ପାଉଛି । କଂଗ୍ରେସ ଖୋଲାଖୋଲି ଭାବେ ଏହାକୁ ଏକ ରାଜନୈତିକ କାର୍ଯ୍ୟକ୍ରମ ବୋଲି କହି ସାରିଛି । ବର୍ତ୍ତମାନ ରାହୁଲ ଗାନ୍ଧୀ ମଧ୍ୟ ଏହା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ରାମଲାଲା ପ୍ରାଣ ପ୍ରତିଷ୍ଠା ଆରଏସଏସ ଓ ବିଜେପିର ଏକ ରାଜନୈତିକ କାର୍ଯ୍ୟକ୍ରମ ବୋଲି ରାହୁଲ ଗାନ୍ଧୀ ସ୍ପଷ୍ଟ ଭାବେ କହିଛନ୍ତି ।ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ସେ ମଧ୍ୟ ହିନ୍ଦୁ ଧର୍ମକୁ ଅନୁସରଣ କରନ୍ତି କିନ୍ତୁ ଧର୍ମର ଲାଭ ଉଠାନ୍ତି ନାହିଁ ।
ଭରତ ଯୋଡୋ ନ୍ୟାୟ ଯାତ୍ରାର ତୃତୀୟ ଦିନରେ ନାଗାଲାଣ୍ଡର ରାଜଧାନୀ କୋହିମାଠାରେ ରାହୁଲ ଗାନ୍ଧୀ ଦେଇଥିବା ଏହି ବିବୃତ୍ତିରୁ ଅନେକ ଅର୍ଥ ବାହାର କରାଯାଇଛି । ପ୍ରଶ୍ନ ମଧ୍ୟ ଉଠୁଛି ଯେ ଯଦି ରାହୁଲ ଗାନ୍ଧୀ ଅଯୋଧ୍ୟା ଯାଉନାହାନ୍ତି ,ତେବେ ସେ ସେହି ଦିନ ଅନ୍ୟ କୌଣସି ମନ୍ଦିରକୁ ଯିବେ କି? କଂଗ୍ରେସ ସୂତ୍ର ମଧ୍ୟ ଏହା ନିଶ୍ଚିତ କରୁଛି ଯେ, ସେଦିନ ରାହୁଲ କୌଣସି ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଯାଇ ପାରନ୍ତି । ଜାନୁଆରୀ ୨୨ରେ ମନ୍ଦିର ଯାଇ ରାହୁଲ ଭୋଟରଙ୍କୁ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିପାରନ୍ତି ଯେ ତାଙ୍କର ହିନ୍ଦୁ ଧର୍ମ ଉପରେ ବିଶ୍ୱାସ ଅଛି କିନ୍ତୁ ସେ ଅଯୋଧ୍ୟାକୁ ନଯିବାର କାରଣ ହେଉଛି କାର୍ଯ୍ୟକ୍ରମର ରାଜନୀତିକରଣ ।

ରାହୁଲ ଗାନ୍ଧୀ କେଉଁ ମନ୍ଦିରକୁ ଯିବେ?

After 2nd paragraph post ads

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ସହିତ ଆସାମରେ ଥିବେ । ରାହୁଲ ଗାନ୍ଧୀ ଗୁଆହାଟିର ଲୋଖରାରେ ଅବସ୍ଥିତ ଭଗବାନ ଶିବଙ୍କ ପୀଠ ପରିଦର୍ଶନ କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି । ଏହି କାର୍ଯ୍ୟକ୍ରମ ପ୍ରାୟ ଚୂଡାନ୍ତ ବୋଲି କୁହାଯାଉଛି । ତେବେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏନେଇ ଆନୁଷ୍ଠାନିକ ଭାବେ କିଛି କହିନାହାନ୍ତି । ତେବେ ରାହୁଲ ଶିବ ଧାମ ଯିବାର ସମ୍ଭାବନା ଅଧିକ କାରଣ ୨୨ ତାରିଖ ଦିନ କେବଳ ଆସାମର ଗୁଆହାଟୀରେ ଏହି ଯାତ୍ରା ଅନୁଷ୍ଠିତ ହେବ । ଏଠାରେ ଭଗବାନ ଶିବଙ୍କର ଏକ ମନ୍ଦିର ମଧ୍ୟ ଅଛି ଏବଂ ରାହୁଲ ଗାନ୍ଧୀ ନିଜକୁ ଅନେକ ଥର ଭଗବାନ ଶିବଙ୍କର ଜଣେ ମହାନ ଭକ୍ତ ବୋଲି ବର୍ଣ୍ଣନା କରିଛନ୍ତି ।

Middle post content

ରାହୁଲ ନିଜକୁ ଶିବ ଉପାସକ ବୋଲି କୁହନ୍ତି

ରାହୁଲ ଗାନ୍ଧୀ ନିଜକୁ ଅନେକ ଥର ଭଗବାନ ଶିବଙ୍କ ଭକ୍ତ ବୋଲି ବର୍ଣ୍ଣନା କରିଛନ୍ତି ।ଶିବଙ୍କଠାରେ ତାଙ୍କ ବିଶ୍ୱାସକୁ ନେଇ ସେ ଏକ ଘଟଣା ବାବଦରେ ମଧ୍‌ଯ ଥରେ କହିଥିଲେ । ସେ କହିଥିଲେ ଯେ, ଏପ୍ରିଲ ୨୬ ରେ ୨୦୧୮ରେ ଗୋଟିଏ ଚାର୍ଟାର୍ଡ ବିମାନରେ ଦିଲ୍ଲୀରୁ କର୍ଣ୍ଣାଟକର ହୁବଲି ଯାଉଥିବା ବେଳେ ଭାରସାମ୍ୟ ହରାଇ ବିମାନଟି ୮ ହଜାର ଫୁଟ ତଳକୁ ଖସି ଆସିଥିଲା । ଏହି ସମୟରେ ସେ ଶିବ ନାମ ଜପ କରୁଥିଲେ । ବିମାନ ଯଦି ଆଉ ୮ ସେକେଣ୍ଡ୍ ସେହିଭଳି ନିମ୍ନଗାମୀ ହୋଇଥାନ୍ତା ତେବେ ବଡ଼ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ଥିଲେ । ରାହୁଲ,ଭଗବାନ ଶିବଙ୍କ ଉପରେ ନିଜ ବିଶ୍ୱାସ ବାବଦରେ କହିବାକୁ ଯାଇ ଏହି କଥା ଗୋଟିଏ ସାଧାରଣ ସଭାରେ କହିଥିଲେ । ଏହାର କିଛି ଦିନ ପରେ ରାହୁଲ ଗାନ୍ଧୀ ମଧ୍ୟ କୈଲାଶ ମାନସରୋବର ଯାତ୍ରାରେ ଯାଇଥିଲେ । ନିକଟରେ ରାହୁଲ ଗାନ୍ଧୀ ମଧ୍ୟ କେଦାରନାଥ ଧାମଙ୍କୁ ଯାଇଥିଲେ । ରାହୁଲ ଗାନ୍ଧୀ ତାଙ୍କ ନ୍ୟାୟ ଯାତ୍ରା କାଳରେ ସବୁ ଧର୍ମର ଧାର୍ମିକ ସ୍ଥାନ ପରିଦର୍ଶନ କରିବେ ବୋଲି କଂଗ୍ରେସ ଆଗରୁ କହିଛି । ତେବେ ସେ କେଉଁ ମନ୍ଦିରକୁ ଯିବେ ତାହା ଘୋଷଣା କରାଯାଇ ନାହିଁ । ସେଥିପାଇଁ ରାହୁଲ ଗାନ୍ଧୀ ଜାନୁଆରୀ ୨୨ରେ ଗୁଆହାଟୀର ଶିବ ଧାମକୁ ଯାଇପାରନ୍ତି ବୋଲି ବିଶ୍ୱାସ କରାଯାଏ ।

ମମତା ବାନାର୍ଜୀ ମଧ୍ୟ ମନ୍ଦିରକୁ ଯିବେ

ଜାନୁୟାରୀ ୨୨ ତାରିଖରେ ପ୍ରାଣପ୍ରତିଷ୍ଠା ଦିନ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ କୋଲକାତାର କାଳୀ ଘାଟ ମନ୍ଦିର ପରିଦର୍ଶନ କରିବେ । ମମତା ବାନାର୍ଜୀ ନିଜେ ଏହା କହିଛନ୍ତି । ସେଦିନ ଟିଏମସି ଏକ ଧାର୍ମିକ ଯାତ୍ରା କରିବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି । ଏହି ଯାତ୍ରା ମନ୍ଦିର, ଚର୍ଚ୍ଚ, ଗୁରୁଦ୍ୱାର ଏବଂ ମସଜିଦ ଭଳି ଧାର୍ମିକ ସ୍ଥାନ ଦେଇଯିବ । ରାଲି ସହିତ ମମତା ବାନାର୍ଜୀ ପାର୍କ ସର୍କସ ଗ୍ରାଉଣ୍ଡରେ ଏକ ସଭା କରିବାର କାର୍ଯ୍ୟକ୍ରମ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami