ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେ ନାହିଁ ଶଙ୍କରାଚାର୍ଯ୍ୟ

Above Post Content

ପୁରୀ: ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ହିନ୍ଦୁ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ଶଙ୍କରାଚାର୍ଯ୍ୟ ଯୋଗ ଦେବେ ନାହିଁ । ଦେଶର ଚାରି ଧାମର ଚାରି ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରୁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଓ ଉତ୍ତରାଖଣ୍ଡ ଚାମୋଲିର ଜ୍ୟୋତିର୍ ମଟ୍ ଶଙ୍କରାଚାର୍ଯ୍ୟ ଆସନ୍ତା ଜାନୁଆରୀ ୨୨ ତାରିଖ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ । ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ନିଜେ ଗଣମାଧ୍ୟମକୁ ଏହା ସ୍ପଷ୍ଟ କରିଛନ୍ତି । ତେବେ ଅନ୍ୟ ଦୁଇ ଧାମ ଗୁଜୁରାଟର ଦ୍ୱାରିକା ଓ କର୍ଣ୍ଣାଟକର ଶ୍ରୀଙ୍ଗେରୀ ଶଙ୍କରାଚାର୍ଯ୍ୟ ଏହି ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବେ କି ନାହିଁ ତାହା ଉଭୟ ପୀଠ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାଳନନ୍ଦ ସରସ୍ୱତୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ରାଜନୀତିକ ଛାପ ଥିବା ସ୍ପଷ୍ଟ ଭାବେ କହିଛନ୍ତି ।

Middle post content

ଗଣମାଧ୍ୟମକୁ ସ୍ପଷ୍ଟ କଲେ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ

After 2nd paragraph post ads

ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଗଣମାଧ୍ୟମକୁ କହିଛନ୍ତି, “ଶଙ୍କରାଚାର୍ଯ୍ୟଙ୍କର ନିଜସ୍ୱ ଏକ ସମ୍ମାନ ରହିଛି, ଏହା ଅହଂକାର ନୁହେଁ । ଯେତେବେଳେ ପ୍ରଧାନମନ୍ତ୍ରୀ ରାମ ଲାଲାଙ୍କ ପ୍ରତିମା ସ୍ଥାପନ କରୁଥିବେ, ସେତେବେଳେ ଶଙ୍କରାଚାର୍ଯ୍ୟମାନେ ଦର୍ଶକ ଭଳି ଉପସ୍ଥିତ ରହିବା ଆଶା କରାଯାଏ କି? ଧର୍ମନିରପେକ୍ଷ ସରକାରର ଅର୍ଥ ନୁହେଁ ପରମ୍ପରାର ଉଲ୍ଲଙ୍ଘନ । ରାମ ମନ୍ଦିରରେ ଯେଉଁପରି ଭାବେ ପ୍ରଭୁ ପ୍ରାଣ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି, ତାହା ପରମ୍ପରା ବିରୋଧୀ ବୋଲି ପୁରୀ ଶଙ୍କରାଚାର୍ଯ୍ୟ କହିଛନ୍ତି । ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ କହିବା କଥା, ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଆୟୋଜନକୁ ସେ ବିରୋଧ କରୁନାହାନ୍ତି କିନ୍ତୁ ସେ ଏଥିରେ ଯୋଗ ଦେବେ ନାହିଁ । ସେହିପରି ଉତ୍ତରାଖଣ୍ଡ ଚାମୋଲିର ଜ୍ୟୋର୍ତି ମଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି ଯେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପୁନଃ ପ୍ରତିଷ୍ଠାକୁ ସନାତନ ହିନ୍ଦୁ ଧର୍ମର ଏକ ବିଜୟ ବା ଉପହାର ବୋଲି କୁହାଯାଇରପାରିବ ନାହିଁ । ସେପଟେ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟ ଗୁଜୁରାଟର ଦ୍ୱାରିକା ପୀଠ ଶଙ୍କରାଚାର୍ଯ୍ୟ ଓ କର୍ଣ୍ଣାଟକ ଶ୍ରୀଙ୍ଗେରୀ ପୀଠ ଶଙ୍କରାଚାର୍ଯ୍ୟ ଏଯାଏ ଏହି ପ୍ରସଙ୍ଗରେ ନିରବ ରହିଥିଲେ ହେଁ ସେହି ଶଙ୍କରାଚାର୍ଯ୍ୟ ମଧ୍ୟ ଏହି ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବେ ନାହିଁ । ଆସନ୍ତା ୨୨ ତାରିଖ ଅଯୋଧ୍ୟା ରାମମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ୫୫ ଦେଶର ୧୦୦ ଅତିଥିଙ୍କ ସହ ସାରା ଦେଶରୁ ପ୍ରାୟ ୧୦ ହଜାର ସ୍ୱତନ୍ତ୍ର ଅତିଥି ଯୋଗ ଦେବେ । ହିନ୍ଦୁ ଧର୍ମର ଅଦ୍ୱେନ୍ତ ବେଦାନ୍ତ ପରମ୍ପରାରେ ବର୍ଣ୍ଣିତ ଯେପରି ଅଷ୍ଟମ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଚାରୋଟି ସମ୍ପ୍ରଦାୟର ଗୁରୁଙ୍କୁ ‘ଶଙ୍କରାଚାର୍ଯ୍ୟ’ର ଆଖ୍ୟା ଦିଆଯାଇଛି । ସମଗ୍ର ଦେଶରେ ପ୍ରତିଷ୍ଠିତ – ଉତ୍ତରାଖଣ୍ଡ, ଗୁଜୁରାଟ, ଓଡିଶା ଏବଂ କର୍ଣ୍ଣାଟକ – ପ୍ରତ୍ୟେକ ଶଙ୍କରାୟାର୍ଯ୍ୟ ଚାରୋଟି ବେଦ ମଧ୍ୟରୁ ଗୋଟିଏକୁ ରକ୍ଷା କରିବା ତାଙ୍କର ଦାୟିତ୍ୱ ବୋଲି ବିଶ୍ୱାସ କରାଯାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami