ବାଥ୍‌ରୁମ୍‌ରେ ଓସ୍କାର ଆୱାର୍ଡ ରଖନ୍ତି ‘ଟାଇଟନିକ୍‌’ ଅଭିନେତ୍ରୀ କେଟ୍‌

Above Post Content

ମୁମ୍ୱାଇ: ବାଥରୁମ୍‌ରେ ରଖନ୍ତି ଓସ୍କାର ପୁରସ୍କାର । ନିକଟରେ ଏପରି କିଛି କହି ଚର୍ଚ୍ଚାକୁ ଆସିଛନ୍ତି ହଲିଉଡ଼ ଅଭିନେତ୍ରୀ କେଟ ୱିନ୍ସଲେଟ । କେଟ୍‌ଙ୍କ ଏପରି ମନ୍ତବ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେ ଏପରି କାହିଁକି କରନ୍ତି ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ । ଫିଲ୍ମ ଟାଇଟାନିକରେ ଅଭିନୟ କରି ବେଶ୍ ପରିଚିତ ହୋଇଥିଲେ କେଟ୍ । ଏଥିରେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦେଖି ଦର୍ଶକଙ୍କ ଦିୱାନା ହୋଇଯାଇଥିଲେ କିଟ୍ । ଫିଲ୍ମ ଟାଇଟାନିକକୁ ଲୋକେ ଖୁବ୍ ପସନ୍ଦ ବି କରିଥିଲେ ।

Middle post content

ବାଥରୁମରେ କାହିଁକି ରଖନ୍ତି ଓସ୍କାର ପୁରସ୍କାର କଲେ ଖୁଲାସା

After 2nd paragraph post ads

୨୦୦୯ରେ ଦି ରିର୍ଡ ରେ ତାଙ୍କ ଅଭିନୟ ପାଇଁ କେଟ ୱିନ୍ସଲେଟ ଏକ ଓସ୍କାର ଜିତିଥିଲେ । ନିକଟରେ କେଟ ଦି ଗ୍ରାହାମ ନର୍ଟନ ସୋ’ରେ ଅଭିନୟ କରିଥିଲେ । ଏହି ଶୋ’ରେ ତାଙ୍କ ପୁରସ୍କାର ବିଷୟରେ କେଟ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି । ଏଠାରେ ଅଭିନେତ୍ରୀ କହିଥିଲେ ଯେ ସେ ତାଙ୍କ ଚଳଚ୍ଚିତ୍ର ପାଇଁ ଜିତିଥିବା ଓସ୍କାର ପୁରସ୍କାରକୁ ନିଜ ଘରର ବାଥରୁମରେ ରଖନ୍ତି । ଯାହା ପରେ ସମସ୍ତେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି । ସେ ଏପରି କାହିଁକି କରନ୍ତି । ସେ ଖୁଲାସା କରି କହିଛନ୍ତି ଯେ ସେ ତାଙ୍କ ଆୱାର୍ଡକୁ ବାଥରୁମରେ ରଖନ୍ତି । ଅଭିନେତ୍ରୀ ଏହା କରିବା ପଛର କାରଣ କହିଛନ୍ତି, ଓସ୍କାର ପାଇଁ ସର୍ବୋତ୍ତମ ସ୍ଥାନ ହେଉଛି ବାଥରୁମ । କାରଣ ଯେତେବେଳେ ସମସ୍ତେ ୱାଶରୁମକୁ ଯାଆନ୍ତି, ସେମାନେ ପ୍ରକୃତରେ ଓସ୍କାର ସହିତ ସମୟ ବିତାଇ ପାରନ୍ତି । ଏହାକୁ ଛୁଇଁବା କିମ୍ବା ଧରିବା ଦ୍ୱାରା ଏହା କିପରି ଅନୁଭବ କରେ ଆପଣ କହିପାରିବେ । ଯେତେବେଳେ ଜଣେ ଅତିଥି ଓସ୍କାର ସହିତ ଖେଳୁଛନ୍ତି । ସେମାନେ ପ୍ରକୃତରେ ଏହା ପାଇବାର ଅନୁଭୂତି ଅନୁଭବ କରନ୍ତି । ସେଥିପାଇଁ ମୁଁ ଏହାକୁ ମୋ ଘରର ବାଥରୁମରେ ରଖେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami