୨୨ରେ ଛୁଟି ଘୋଷଣା, ବନ୍ଦ ରହିବ ସ୍କୁଲ, କଲେଜ

Above Post Content

ନୂଆଦିଲ୍ଲୀ: ଆଉ ମାତ୍ର ୪ ଦିନ ପରେ ଆୟୋଜିତ ହେବ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପ୍ରତିଷ୍ଠା ଉତ୍ସବ ଯେତେ ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଉତ୍କଷ୍ଠା ସେତିକି ବଢି ଚାଲିଛି । ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ କେବଳ ଦେଶ ନୁହେଁ ଦେଶ ବାହାର ଲୋକ ବି ଉତ୍ସବ ମୁଖର । ଗୁରୁବାର ରାମଲଲାଙ୍କ ମୂର୍ତ୍ତି ସ୍ଥାପନ ହେବ । ପୂର୍ବରୁ କେବଳ ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ଆସନ୍ତା ୨୨ ତାରିଖ ଦିନ ସାରା ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି । ହେଲେ ଏବେ ଆଉ ୫ରାଜ୍ୟ ସାର୍ବଜନୀକ ଛୁଟି ଘୋଷଣା କରିଛନ୍ତି ।

Middle post content

ବନ୍ଦ ବି ରହିବ ସରକାରୀ ଅଫିସ, ମଦ ଦୋକାନ

After 2nd paragraph post ads

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଆସନ୍ତା ୨୨ ତାରିଖରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଜନସାଧାରଣଙ୍କୁ ଏହି ଦିନକୁ ଉତ୍ସବ ସହକାରେ ପାଳନ କରିବାକୁ ଉତ୍ସାହିତ କରାଯାଇଛି । ମୋହନ ସରକାର ରାଜ୍ୟରେ ସ୍କୁଲ ବନ୍ଦ ରଖିବା ସହ ମଦ ଓ ଭାଙ୍ଗ ଦୋକାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ରଖିଛନ୍ତି । ସେହିପରି ରାମ ମନ୍ଦିର ସ୍ଥାପନ ନେଇ ଗୋଆ ସରକାର ଆସନ୍ତା ୨୨ରେ ସରକାରୀ ଅଫିସ ଓ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ଛତିଶଗଡ ଓ ହରିୟାଣା ସରକାର ଏହି ଦିନ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଛତିଶଗଡରେ ସରକାରୀ ସ୍କୁଲ-କଲେଜ ସହ ବେସରକାରୀ ସ୍କୁଲ-କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ନିଆଯାଇଛି । ସେହିପରି ହରିୟାଣାରେ ଏହିଦିନକୁ ଡ୍ରାଏ ଡେ ଘୋଷଣା କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami