ପ୍ରାର୍ଥନା ସଭାରେ ଶିକ୍ଷକ ବଖାଣିଲେ ହକିର ସଫଳତା

Above Post Content

ଭୁବନେଶ୍ୱର: ରାଜ୍ୟର ସବୁ ସ୍କୁଲରେ ପିଲାଙ୍କୁ ପଢ଼ାଯାଉଛି ହକିର ବିଜୟ ଗାଥା । ପ୍ରାର୍ଥନା ସଭାରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ହକିଦଳର ସଫଳତାର କାହାଣୀ ସମ୍ପର୍କରେ ବଖାଣିଛନ୍ତିଛାତ୍ରଛାତ୍ରୀମାନେ ଭାରତୀୟ ହକି ଦଳର ପରାକାଷ୍ଠା ଓ ବିଜୟ କାହାଣୀକୁ ଉତ୍ସାହର ସହ ଶୁଣିଥିଲେ । ଏସିଆନ ଗେମ୍ସରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ଜିତି ଗୌରବ ଆଣିଛି । ଛାତ୍ରଛାତ୍ରୀଙ୍କୁ ହକିର ବିଜୟ ଗାଥା ସମ୍ପର୍କରେ ପଢାଇବାକୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଥିଲା ଗଣଶିକ୍ଷା ବିଭାଗ ।ଏହା ସହ ୨୦୨୪ ଅଲମ୍ପିକ୍ସ ପାଇଁ ଭାରତୀୟ ଖେଳାଳିଙ୍କୁ ଶୁଭେଛା ବାର୍ତ୍ତା ମଧ୍ୟ ଦେଇଛନ୍ତି ଛାତ୍ରଛାତ୍ରୀ ।

ଭାରତୀୟ ହକି ପାଇଁ ଓଡ଼ିଶାର ଅବଦାନ ଉଲ୍ଲେଖନୀୟ

After 2nd paragraph post ads
Middle post content

ଏସିଆ କ୍ରୀଡ଼ାରେ ଭାରତ ସ୍ୱର୍ଣ୍ଣ ଜିତିବା ସହ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବିଜୟୀ ଭାରତୀୟ ଦଳରେ ଓଡ଼ିଆ ପୁଅ ଅମିତ ରୋହିଦାସ ପ୍ରତିନିଧିତ୍ୱ କରୁଥିଲେ । ଭାରତୀୟ ହକି ପାଇଁ ଓଡ଼ିଶାର ଅବଦାନ ଉଲ୍ଲେଖନୀୟ । ଆମ ରାଜ୍ୟର ହକି ତାରକା ଦିଲ୍ଲୀପ୍ ତିର୍କୀ, ବିରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ୍‌, ନୀଲମ୍ ସଞ୍ଜୀବ୍ ଖେସ୍‌, ସୁଭଦ୍ରା ପ୍ରଧାନ, ନମିତା ଟପ୍ପୋ, ଲିଲିମା ମିଞ୍ଜ୍‌ଙ୍କ ପରି ଅନେକ ହକି କ୍ରୀଡ଼ାବିତ୍‌ଙ୍କ ସମ୍ପର୍କରେ କୁହାଯାଇ ଛାତ୍ରଛାତ୍ରୀମାନଙ୍କ ମନରେ ହକି ପ୍ରତି ଆଗ୍ରହ ସୃଷ୍ଟି କରାଯାଇଥିଲା । ଫଳରେ ସେମାନଙ୍କ ଉତ୍ସାହ ଓ ଆତ୍ମବିଶ୍ୱାସ ବଢ଼ିଛି । ଓଡ଼ିଶା ଜାତୀୟ ହକିର ପ୍ରାୟୋଜକ ରହିବା ସହ ଉନ୍ନତ ଭିତ୍ତିଭୂମି ପ୍ରତିଷ୍ଠା କରି କ୍ରୀଡ଼ାବିତଙ୍କୁ ପ୍ରଶିକ୍ଷଣ ଦେଉଛି । ସୁନ୍ଦରଗଡ଼ରେ ବିଶ୍ୱର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କରାଯାଇଛି ।ଦୁଇଦୁଇ ଥର ବିଶ୍ୱକପ ଆୟୋଜନ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା ।

କାର୍ଯ୍ୟ କରୁଛି ‘ମୋ ସ୍କୁଲ ହକି କ୍ଲବ୍‌’

ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସ୍କୁଲ ଶିକ୍ଷାରେ କ୍ରୀଡ଼ାର ଗୁରୁତ୍ୱକୁ ଉପଲବ୍ଧି କରି ଓଡି଼ଶାରେ ୫-ଟି ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ାକୁ ପ୍ରାଥମିକତା ଦିଆଯାଉଛି । ରୂପାନ୍ତରିତ ହୋଇଥିବା ସମସ୍ତ ସ୍କୁଲରେ ହକି, ଟେନିସ୍‌, ଫୁଟବଲ୍‌, ବାସ୍କେଟ୍‌ବଲ୍ ସହ ପାରମ୍ପରିକ କ୍ରୀଡ଼ା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ଉପକରଣ ଯୋଗାଇ ଦିଆଯାଇଛି । ଆକର୍ଷଣୀୟ ଖେଳପଡି଼ଆ ସହ ଇଣ୍ଡୋର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଓ କ୍ରୀଡ଼ା ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି । ହକିକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡିକରେ ‘ମୋ ସ୍କୁଲ ହକି କ୍ଲବ୍‌’ କାର୍ଯ୍ୟ କରୁଛି । ସ୍କୁଲସ୍ତରରୁ ପ୍ରତିଭା ଚିହ୍ନଟ ଓ ସେମାନଙ୍କୁ ଦକ୍ଷ କ୍ରୀଡ଼ାବିତ୍ କରି ଗଢ଼ିତୋଳିବାରେ ଏହି କ୍ଲବ୍ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଷଷ୍ଠ ଶ୍ରେଣୀରୁ ଉର୍ଦ୍ଧ୍ୱ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି କ୍ଲବ୍‌ରେ ଅଂଶଗ୍ରହଣ କରି ହକି ଖେଳୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami