ରାୟପୁରରେ ନିର୍ବାଚନ ଲଢ଼ିବେ ପୁରନ୍ଦର ; ବିଜେପି ଦେଲା ଟିକେଟ

Above Post Content

ଭୁବନେଶ୍ୱର: ରାୟପୁରରେ ନିର୍ବାଚନ ଲଢ଼ିବେ ଓଡ଼ିଆ ପୁଅ । ବିଜେପି କଲା ଟିକେଟ କନଫର୍ମ । ବିଶିଷ୍ଟ ସମାଜସେବୀ ଏବଂ ରାୟପୁରସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଅଧ୍ୟକ୍ଷ ପୁରନ୍ଦର ମିଶ୍ର ଆସନ୍ତା ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ପାର୍ଥୀ ଭାବେ ମନୋନୀତ ହୋଇଛନ୍ତି । ତାଙ୍କୁ ରାୟପୁର ନଗର ଉତ୍ତର ଆସନରୁ ପ୍ରତିଦ୍ୱନ୍ଦିତା କରିବା ପାଇଁ ଦଳୀୟ ଟିକେଟ ମିଳିଛି । ଛତିଶଗଡ଼ ବିଧାନସଭା ନିର୍ବାଚନରେ କୌଣସି ଜାତୀୟ ଦଳ ତରଫରୁ ପୁରନ୍ଦର ଏକମାତ୍ର ଓଡ଼ିଆ ପାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ । ଗାୟତ୍ରୀ ନଗରଠାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଛତିଶଗଡ଼ର ସବୁଠୁ ବଡ଼ ଜଗନ୍ନାଥ ମନ୍ଦିର, ତାଙ୍କର ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି । ତାଙ୍କୁ ବିଜେପି ପାର୍ଥୀ ଘୋଷଣା କରାଯିବା ପରେ ଛତିଶଗଡ଼ର ଓଡ଼ିଆ ମହଲରେ ଖୁସିର ଲହରୀ ଖେଳିଯାଇଛି । ଓଡ଼ିଶା ଏବଂ ସାରା ଦେଶରେ ତାଙ୍କର ସମର୍ଥକ ଓ ଶୁଭଚିନ୍ତକ ତଥା ଦେଶ ବିଦେଶର ପ୍ରବାସୀ ଓଡ଼ିଆ ନେତୃବର୍ଗମାନେ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Middle post content

ନିକଟରେ ପୁରନ୍ଦ ଛତିଶଗଡ଼ସ୍ଥିତ ବୃହତ ଓଡ଼ିଆ ସମାଜର ସଭାପତି ରୂପେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଏହି ବୃହତ ସମାଜ ଅଧୀନରେ ପ୍ରଦେଶରେ ବସବାସ କରୁଥିବା ୩୫ଲକ୍ଷ ଓଡ଼ିଆ ଅଧିବାସୀଙ୍କୁ ପ୍ରତିନିଧିତ୍ୱ କରୁଥିବା ୨୪ଟି ସମାଜ ଅନ୍ତର୍ଭୁକ୍ତ ହୋଇଛନ୍ତି । ସେ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଛତିଶଗଡ଼ ଶାଖାର ମୁଖ୍ୟ ପୃଷ୍ଠପୋଷକ ମଧ୍ୟ ଅଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami