ବଲିଉଡରେ ୨୫ ବର୍ଷ ପୂରଣ କଲେ ଭାଇଜାନ

Above Post Content

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ୍ । ବଲିଉଡ଼ରେ ତାଙ୍କର ଦବଦବା କମ୍ ନୁହେଁ । କେତେବେଳେ ସେ ଫ୍ୟାନ୍ସଙ୍କ ପାଇଁ ଦବଙ୍ଗ ପାଲଟି ଯାଆନ୍ତି ତ ଆଉ କେତେବେଳ ମୁନିର ବଦନାମ ପ୍ରେମିକ । ଆଜି ଏହି ବ୍ୟାଚଲର ବୟ ସଲମାନ ଖାନ୍‌ଙ୍କ ଜନ୍ମଦିନ । ବଲିଉଡକୁ ଭେଟି ଦେଉଥିବା ଗୋଟିଏ ଗୋଟିଏ ଫିଲ୍ମ ବକ୍ସ ଅଫିସରେ ସୁପର ହିଟ୍ ହୋଇଥାଏ । କେବଳ ଫିଲ୍ମ ନୁହେଁ ବହୁ ବଡ ବଡ ବ୍ରାଣ୍ଡର ସେ ବ୍ରାଣ୍ଡ ଆମ୍ବାସଡର ଅଛନ୍ତି । ଏଥିସହ ଛୋଟ ପରଦାର ଲୋକପ୍ରିୟ ଟିଭି ଶୋ ‘ବିଗ ବସ୍‌’ର ହୋଷ୍ଟ ମଧ୍ୟ ଅଟନ୍ତି । ଇତିମଧ୍ୟରେ ଭାଇଜାନ ବଲିଉଡରେ ୨୫ବର୍ଷ ପୂରଣ କରି ସାରିଛନ୍ତି ।

ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରୁଥିଲେ ସଲମାନ

After 2nd paragraph post ads
Middle post content

ଭାଇଜାନ ଆଜି ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି । ସଲମାନ ନିଜେ ସଂଘର୍ଷ କରି ପରିଚୟ ସୃଷ୍ଟି କରିଛନ୍ତି । ଭାଇଜାନ ପ୍ରଥମେ ଅଭିନେତା ନ ଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସେ ପ୍ରଥମେ ଏକ ହୋଟେଲରେ କାମ କରୁଥିଲେ । ସେ ତାଜ ହୋଟେଲରେ ଏକ ଶୋ’ରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରୁଥିଲେ । ସେଠାରେ ତାଙ୍କୁ ୭୫ଟଙ୍କା ମିଳୁଥିଲା । ୧୯୮୮ରେ ସେ ବଲିଉଡ଼ରେ ପାଦ ଥାପିଥିଲେ । ଫିଲ୍ମ ‘ବିୱି ହୋ ତୋ ଏସି’ରେ ଅଭିନୟ କରି ବଲିଉଡ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ପରେ ସୁରଜ ବାରଜାତ୍ୟାଙ୍କ ଫିଲ୍ମ ‘ମେନେ ପ୍ୟାର କିଆ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଥିଲେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ଏଥିରେ ତାଙ୍କୁ ୩୧ହଜାର ଟଙ୍କା ପାରିଶ୍ରମିକ ମିଳିଥିଲା । ୭୫ଟଙ୍କାରୁ ରୋଜଗାର ଆରମ୍ଭ କରିଥିବା ଭାଇଜାନଙ୍କ ପାଇଁ ୩୫ହଜାର ଟଙ୍କା କେଇଗୁଣା ଅଧିକ ଥିଲା । ହେଲେ ଏବେ ସେ ଇଣ୍ଡଷ୍ଟ୍ରିରେ ଅଧିକ ଟଙ୍କା ରୋଜଗାର କରୁଥିବା ଅଭିନେତା ।

ସ୍ୱିମିଂରେ ଚାମ୍ପିୟନ ଥିଲେ

ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ସେ ମଡେଲ ଭାବରେ ମଧ୍ୟ କାମ କରୁଥିଲେ । ସେ ‘ହିରୋ ହେଣ୍ଡା’ ଓ ‘ବଲ ବୁଲ ସାର୍ଟ’ ବ୍ରାଣ୍ଡରେ ମଡେଲ ଭାବରେ କାମ କରିଛନ୍ତି । କେବଳ ଫିଲ୍ମ ନୁହେଁ ସଲମାନ ସନ୍ତରଣକୁ ମଧ୍ୟ କ୍ୟାରିୟର ଭାବରେ ବାଛିଥିଲେ । ସ୍କୁଲ ସମୟରେ ସେ ସ୍ୱିମିଂରେ ଚାମ୍ପିୟନ ଥିଲେ । ସ୍ୱିମିଂ ପ୍ରତିଯୋଗିତାରେ ଭାଗ ନେଇ ସେ ବହୁ ଇଣ୍ଟରନାଶନାଲ ଇଭେଣ୍ଟରେ ଦେଶକୁ ପ୍ରତିନିଧିତ୍ୱ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami