ମହିଳାଙ୍କୁ କିସ୍ କଲେ ସଲମାନ୍‌, ଭିଡ଼ିଓ ଭାଇରାଲ

Above Post Content

ମୁମ୍ବାଇ: ଦୀପାବଳି ଅବସରରେ ସଲମାନ ଖାନଙ୍କ ଅଭିନିତ ଫିଲ୍ମ ଟାଇଗର-୩ ରିଲିଜ ହୋଇଯାଇଛି । ଏହି ଫିଲ୍ମକୁ ନେଇ ଅଭିନେତା ସଲମାନ ଖାନ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାଗ ନେବାକୁ ଗୋଆରେ ପହଞ୍ଚିିଥିଲେ । ସଲମାନ ଖାନଙ୍କୁ ଦେଖିବା ପାଇଁ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା । ଏହି ସମୟରେ ସଲମାନ ଆସି ସେଠାରେ ଉପସ୍ଥିତ ଜଣେ ମହିଳାଙ୍କ ନିକଟକୁ ଯାଇ ହଠାତ୍ ତାଙ୍କୁ ଚୁମ୍ବନ ଦେଇଥିଲେ । ବର୍ତ୍ତମାନ ସଲମନଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିି ।

Middle post content

ସଲମାନଙ୍କ ଆଚରଣ ଦେଖି ଲୋକେ ଆଶ୍ଚର୍ଯ୍ୟ

After 2nd paragraph post ads

ଭାରତର ୫୪ ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସଲମାନ ଖାନ ଏକ ବଡ଼ ଆଡମ୍ବର ସହ ଏଣ୍ଟ୍ରି କରିଥିଲେ । ସେ ତାଙ୍କ ଭଣଜା ଆଲିଜେହ ଅଗ୍ନିହୋତ୍ରୀଙ୍କ ପାଇଁ ଇଭେଣ୍ଟରେ ପହଞ୍ଚିଥିଲେ । ବାସ୍ତବରେ, ଆଲିଜେ ଅଗ୍ନିହୋତ୍ରୀ ବଲିଉଡରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି । ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୩ର ଷ୍ଟେଜ୍ ରିଲିଜ୍ ପୂର୍ବରୁ ଫିଲ୍ମର ପ୍ରିମିୟର୍ ପାଇଁ ଚୟନ କରାଯାଇଥିଲା । ସଲମାନ ମଧ୍ୟ ତାଙ୍କ ଭଣଜାକୁ ଉତ୍ସାହିତ କରିବା ପାଇଁ ପ୍ରିମିୟରରେ ପହଞ୍ଚିଥିଲେ । ସଲମାନଙ୍କ ନଜର ଭିଡ଼ ମଧ୍ୟରେ ଜଣେ ମହିଳାଙ୍କ ଉପରେ ପଡିଗଲା । ଭାଇଜାନ ସଙ୍ଗେ ସଙ୍ଗେ ତାଙ୍କ ନିକଟକୁ ଯାଇ ହସି ହସି ମହିଳାଙ୍କ କପାଳରେ ଚୁମ୍ବନ ଦେଲେ । ଏହି କାର୍ଯ୍ୟକ୍ରମରେ ସଲମାନଙ୍କ ଏପରି ଆଚରଣ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାସ୍ତବରେ ଯେଉଁ ମହିଳାଙ୍କୁ ସଲମାନ ଚୁମ୍ବନ ଦେଇଥିଲେ ସେ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଅଭିନେତାଙ୍କର ଜଣେ ଭଲ ବନ୍ଧୁ । ପାପାରାଜି ସଲମାନ ଖାନଙ୍କ ଏହି ଭିଡିଓକୁ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୩ ରୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓଟି ସୋସିଆଲ ମିଡିଆରେ କିଛି ମିନିଟ ମଧ୍ୟରେ ଖୁବ ଜୋରରେ ଭାଇରାଲ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami