ଆନ୍ତର୍ଜାତିକ କ୍ରିକେଟ୍‌ରେ ସର୍ବାଧିକ ଛକାରେ ଗେଲଙ୍କୁ ଟପିଲେ ହିଟ୍ ମ୍ୟାନ୍‌

Above Post Content

ପାକିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ଭାରତୀୟ ବିଜୟର ପ୍ରମୁଖ ବିନ୍ଧାଣି ସାଜିଛନ୍ତି ବୋଲର ଓ ଅଧିନାୟକ ହିଟମ୍ୟାନ୍ । ପ୍ରଥମେ ବୋଲିଂ ୟୁନିଟ୍ ପାକିସ୍ତାନକୁ ବାନ୍ଧି ରଖିଥିବାବେଳେ ପରେ ଆକ୍ରମଣାତ୍ମକ ଆଭିମ୍ମୁଖ୍ୟ ରଖି ଅଧିନାୟକ ରୋହିତ ଶର୍ମା ଏହି ଏକପାଖିଆ ବିଜୟ ହାସଲ କରିବାକୁ ରାସ୍ତା ସହଜ କରିଥିଲେ । ଆଉ ପାକିସ୍ତାନକୁ ୭ ୱିକେଟରେ ହରାଇ ବିଶ୍ୱକପରେ ଭାରତ ତା’ ଅପରାଜେୟ ଧାରା ବଜାୟ ରଖିଛି । ରୋହିତଙ୍କ ଦମଦାର ଇନିଂସ ବଳରେ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ୮-୦ ହୋଇଛି । ମ୍ୟାଚ୍‌ରେ ରୋହିତ ବିସ୍ଫୋରକ ୮୬ ରନର ଇନିଂସ ଖେଳିଛନ୍ତି । ଯଦିଓ ହିଟମ୍ୟାନ୍ ବିଶ୍ୱକପରେ ନିଜ ୮ମ ଶତକ ହାସଲ କରିପାରିନାହାନ୍ତି । କିନ୍ତୁ ସେ ଏହି ୮୬ ରନର ପାଳି ଖେଳି ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି୧୯୨ ରନର ପିଛା କରୁଥିବା ଭାରତ ପାଇଁ ରୋହିତ ଆରମ୍ଭରୁ ପାକ୍ ବୋଲରଙ୍କୁ ଆକ୍ରମଣ କରିଥିଲେ । ୬୩ ବଲରେ ସେ ୬ ଛକା ଓ ୬ ଚୌକା ସହ ୮୬ ରନ କରିଥିଲେ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରୋହିତ ୮୪ ବଲରେ ୧୩୧ ରନର ଇନିଂସ ଖେଳିଥିଲେ । ରୋହିତ ଆଜି ଶତକ କରି ନଥିଲେ ମଧ୍ୟ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ।

Middle post content

ବିଶ୍ୱକପରେ ଅଧିନାୟକ ଭାବେ ପଡୋଶୀ ଦେଶ ବିରୋଧରେ ସର୍ବାଧିକ ରନ୍‌

After 2nd paragraph post ads

୨୦୧୯ ମାଞ୍ଚେଷ୍ଟରରେ ପାକିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ରୋହିତ ୧୪୦ ରନର ଇନିଂସ ଖେଳିଥିଲେ । ଏହି ମ୍ୟାଚ୍‌ରେ ବିରାଟ ଅଧିନାୟକ ଭାବେ ୭୭ ରନ କରିଥିଲେ । ଏହା ପାକିସ୍ତାନ ବିପକ୍ଷରେ କୌଣସି ଭାରତୀୟ ଅଧିନାୟକଙ୍କ ସର୍ବାଧିକ ସ୍କୋର ଥିଲା । ହେଲେ ୨୦୨୩ ବିଶ୍ୱକପରେ ରୋହିତ ପାକିସ୍ତାନ ବିପକ୍ଷରେ ଅଧିନାୟକ ଭାବେ ୮୬ ରନର କରି ବିରାଟଙ୍କୁ ପଛରେ ପକାଇ ଦେଇଛନ୍ତି । ରୋହିତ ଓ ବିରାଟଙ୍କ ପରେ ଭାରତର ଅଧିନାୟକ ଭାବେ ପାକିସ୍ତାନ ବିପକ୍ଷରେ ସର୍ବାଧିକ ରନ କରିଥିବା ଖେଳାଳି ତାଲିକାର ତୃତୀୟରେ ମହମ୍ମଦ ଆଝାରୁଦ୍ଦିନ ରହିଛନ୍ତି । ୪ର୍ଥରେ ଓ ୫ମ ସ୍ଥାନରେ ମଧ୍ୟ ତାଙ୍କ ନାଁ ରହିଛି । ସେହିପରି ଶନିବାର ଦିନିକିଆ କ୍ରିକେଟ୍ ଇତିହାସରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ତୃତୀୟ ବ୍ୟାଟର୍ ଭାବେ ୩୦୦ଛକା ଅତିକ୍ରମ କରିଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ୬ ଛକା ମାରି ତାଙ୍କ ଛକା ସଂଖ୍ୟାକୁ ୩୦୩ରେ ପହଞ୍ଚାଇଛନ୍ତି । ତାଙ୍କ ପୂର୍ବରୁ ପାକିସ୍ତାନର ସାହିଦ ଆଫ୍ରିଦି ୩୫୧ ଓ ୱେଷ୍ଟଇଣ୍ଡିଜ୍‌ର କ୍ରିସ ଗେଲ୍ ୩୩୧ ଛକା ସହ ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି । ରୋହିତଙ୍କ ପଛରୁ ଶ୍ରୀଲଙ୍କାର ସନଥ ଜୟସୁରିୟା ୨୭୦ ଓ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୨୯ ଛକା ସହ ଶୀର୍ଷ ୫ରେ ଅଛନ୍ତି । ଆଫଗାନିସ୍ତାନ ବିପକ୍ଷ ଗତ ମ୍ୟାଚ୍‌ରେ ରୋହିତ ୯ ଛକା ମାରିଥିଲେ । ଯାହାଫଳରେ ସେ ୫୫୬ ଛକା ସହ ଆନ୍ତର୍ଜାତିକ କ୍ରିକେଟ୍‌ରେ ସର୍ବାଧିକ ଛକାରେ କ୍ରିସ୍ ଗେଲଙ୍କ ୫୫୩ ଛକାକୁ ଟପିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami