ହାଇଭୋଲଟେଜ୍ ମ୍ୟାଚରେ ହାଇ ଡ୍ରାମା

Above Post Content

ହାଇଭୋଲଟେଜ୍ ମ୍ୟାଚରେ ହାଇ ଡ୍ରାମା । ପଡ଼ିଆ ବାହାର ଦର୍ଶକ ନୁହଁନ୍ତି, ଭିତରେ ଖେଳାଳି ବି କଲେ ଅଜବ୍ କାମ । ଏମିତି ଭାରତ-ପାକିସ୍ତାନ ମ୍ୟାଚ୍ ଫ୍ୟାନଙ୍କ ପାଇଁ ସବୁ ବେଳେ କିଛି ନା କିଛି ନୂଆ ଖୋରାକ ଆଣିଥାଏ । ତେବେ ଶନିବାର ଏଭଳି ଚର୍ଚ୍ଚାର ଆଗରେ ଥିଲେ କିଙ୍ଗ୍ କୋହଲି । ବିରାଟ୍ ପଡ଼ିଆ ଭିତରେ ନିଜର କିଛି କୌତୁକିଆ ବ୍ୟବହାରରେ ମ୍ୟାଚରେ ଗରମ ମସଲା ଭରିଦେଇଥିଲେ । ଭାରତୀୟ ଦଳ ଫିଲଡିଂ କରୁଥିବାବେଳେ କୋହଲିଙ୍କ କଟାକ୍ଷର ଶିକାର ହୋଇଥିଲେ ପାକିସ୍ତାନୀ ୱିକେଟ୍ ରକ୍ଷକ ବ୍ୟାଟର୍ ମହମ୍ମଦ ରିଜୱାନ । ବ୍ୟାଟିଂ କଲାବେଳେ ନାନା ପ୍ରକାର ନାଟକ ପାଇଁ ପ୍ରସିଦ୍ଧ ରିଜୱାନ ବ୍ୟକ୍ତିଗତ ଭାବେ ପ୍ରଥମ ବଲ୍‌ର ସମ୍ମୁଖୀନ ହେବା ପୂର୍ବରୁ ମାତ୍ରାଧିକ ସମୟ ଅପଚୟ କରୁଥିଲେ । ଏହା ଦେଖି ଯଦିଓ କୋହଲି ଘଣ୍ଟା ପିନ୍ଧି ନଥିଲେ, ତଥାପି ଘଣ୍ଟା ଦେଖିଲା ଭଳି ଅଙ୍ଗଭଙ୍ଗୀ କରି ରିଜୱାନଙ୍କୁ ନିଆରା ଢଙ୍ଗରେ ଚିଡ଼ାଇଥିଲେ । ସେପଟେ ତାଙ୍କ ନାଟକ ଧରା ପଡ଼ିଯାଇଥିବା ହୃଦୟଙ୍ଗମ କରି ରିଜୱାନ ତୁରନ୍ତ କ୍ରିଜ୍ ଭିତରକୁ ଆସି ବ୍ୟାଟିଂ ପାଇଁ ପ୍ରସ୍ତୁତ ହୋଇଯାଇଥିଲେ । ଦର୍ଶକଙ୍କ ତୀକ୍ଷ୍ଣ ନଜରରୁ କିନ୍ତୁ ଏହି ଘଟଣା ଲୁଚି ପାରି ନ ଥିଲା । ସେପଟେ ପାକିସ୍ତାନ ବିପକ୍ଷ ମହା ମୁକାବିଲାକୁ ନେଇ କେବଳ ପ୍ରଶଂସକ ଉତ୍ସାହିତ ନଥିଲେ । ଖେଳାଳି ମଧ୍ୟ ଉଲ୍ଲସିତ ଥିଲେ ।

Middle post content

ଭୁଲ୍ ଜର୍ସି ପିନ୍ଧି ପୁଣି ଜର୍ସି ବଦଳାଇଲେ ବିରାଟ୍

After 2nd paragraph post ads

ଆଉ ନିଜ ଅଜାଣତରେ କିଛି ନା କିଛି ଭୁଲ କରିଥିଲେ । ନିଜେ ବିରାଟ କୋହଲି ଭୁଲ୍ ଜର୍ସି ପିନ୍ଧି ପଡ଼ିଆ ଭିତରକୁ ଚାଲି ଆସିଥିଲେ । ଅନ୍ୟ ଭାରତୀୟ ଖେଳାଳିମାନେ କାନ୍ଧରେ ତ୍ରିରଙ୍ଗା ରଙ୍ଗର ଗାର ପକା ଜର୍ସି ପିନ୍ଧିଥିବାବେଳେ କୋହଲି ତିନିଟି ଧଳା ରଙ୍ଗ ଗାର ପଡ଼ିଥିବା ଜର୍ସି ପିନ୍ଧି ପଡ଼ିଆ ଭିତରକୁ ଚାଲି ଆସିଥିଲେ । ତେବେ କେହି ସାଥି ଖେଳାଳି ଏନେଇ ବିରାଟଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତୁରନ୍ତ ସେ ପ୍ୟାଭିଲିଅନ ଫେରିଯାଇଥିଲେଓ ଜର୍ସିଟିକୁ ବଦଳାଇ ପୁଣି ଥରେ ପଡ଼ିଆ ଫ୍ରେିଥିଲେ । ସେପଟେ ଭାରତୀୟ ଦଳର ବୋଲିଂ ବେଳେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନଥିବା ଭେଟେରାନ୍ ଅଫ ସ୍ପିନର ରବି ଅଶ୍ୱିନ୍ ପାଣି ଦେବା ବାହାନାରେ ଆସି ଦେଇଥିବା ଗୁରୁମନ୍ତ୍ରକୁ ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା ଜୋ ।ର୍ ଅଶ୍ୱିନ ପଡ଼ିଆ ଭିତରେ ଅଧିନାୟକ ରୋହିତ ଶର୍ମା, ୱିକେଟ୍ କିପର୍ ବ୍ୟାଟର୍ କେଏଲ୍ ରାହୁଲ ଓ କୁଲଦୀପ ଯାଦବଙ୍କ ସହ ବେଶ୍ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ପର ଓଭର୍ ବାମହାତୀ ଚାଇନାମ୍ୟାନ୍ ବୋଲର୍ କୁଲଦୀପ ଯାଦବ ବୋଲିଂ କରିବା ସହ ପ୍ରଥମେ ସୌଦ୍ ସକୀଲଙ୍କୁ ଏଲବିଡବ୍ଲ୍ୟୁ ଓ ପରେ ଇଫତିକାର ଅହମ୍ମଦଙ୍କୁ ବୋଲ୍ଡ କରି ପାକିସ୍ତାନକୁ ଡବଲ୍ ଝଟକା ଦେଇଥିଲେ । ଏଣୁ କୁଲଦୀପଙ୍କ ବୋଲିଂ ସଂପର୍କରେ ଅଶ୍ୱିନ କିଛି ଟିପ୍ସ ବଣ୍ଟିିଥିବା ଚର୍ଚ୍ଚା ହେଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami