୧୫କେଜି ସୁନା, ୧୮ହଜାର ହୀରା ଅଳଙ୍କାର ପିନ୍ଧିଛନ୍ତି ରାମଲଲା

Above Post Content

ଅଯୋଧ୍ୟା: ଅଯୋଧ୍ୟାନଗରୀରରେ ପ୍ରତିଷ୍ଠା ହୋଇ ସାରିଛି ରାମ ମନ୍ଦିର । ରାମଲଲାଙ୍କୁ ମୂଲ୍ୟବାନ ସୁନା-ହୀରା ଖଚିତ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି । ଅଳଙ୍କାରରେ ୧୫କେଜି ସୁନା, ୧୮ହଜାର ହୀରା ଓ ପନ୍ନା ବ୍ୟବହୃତ ହୋଇଛି । ଅଳଙ୍କାର ତିଆରି କରିବା ସମୟରେ କାରିଗରମାନେ ଆଧ୍ୟାତମ ରାମାୟଣ, ଶ୍ରୀମଦ ବାଲ୍ମିକୀ ରାମାୟଣ, ଶ୍ରୀରାମଚରିତ ମାନସ ଓ ଆଲବନ୍ଦର ସ୍ରୋତକୁ ସାବଧାନତାପୂର୍ବକ ସେଥିରେ ଖଚିତ କରିଛନ୍ତି ।

Middle post content

ଅଳଙ୍କାର ଗଢିବାକୁ ଲାଗିଥିଲା ମାତ୍ର ୧୨ ଦିନ

After 2nd paragraph post ads

ଏହି ସମ୍ପୂର୍ଣ୍ଣ ଗହଣାରେ ୧୪ପ୍ରକାର ଆଭୂଷଣ ଗଢାଯାଇଛି । ଯଥାକ୍ରମେ ମଥାର ତିଳକ, ମୁକୁଟ, ୪ଟି ହାର, ଗୋଟିଏ କମରପଟି, ଦୁଇହଳ ପାଉଁଜି, ବିଜୟ ମାଳ, ଦୁଇଟି ମୁଦି । ଏହିସବୁ ଅଳଙ୍କାର ମାତ୍ର ୧୨ଦିନରେ ପ୍ରସ୍ତୁତ ହୋଇଛି । ପ୍ରାଣ ପ୍ରତିଷ୍ଠା ହେବାର ୧୫ଦିନ ପୂର୍ବରୁ ରାମ ମନ୍ଦିର ଟ୍ରଷ୍ଟ, ଲକ୍ଷ୍ନୌର ହର୍ଷାମଲ ଶ୍ୟାମଲ ଜୁଏଲାରୀକୁ ଏହି ଦାୟିତ୍ୱ ଦିଆଯାଇଥିଲା । ରାମଲଲାଙ୍କ ମୁକୁଟ ୨୨କ୍ୟାରେଟ ସୁନାରେ ନିର୍ମିତ ହୋଇଛି । ଯେଉଁଥିରେ ୭୫କ୍ୟାରେଟ ହୀରା, ୧୭୫ କ୍ୟାରେଟ ଜାମ୍ବିଆନ ପନ୍ନା, ୨୬୨ କ୍ୟାରେଟର ରୁବି ଖଚିତ ହୋଇଛି । ମୁକୁଟଟିର ଓଜନ ପ୍ରାୟ ୧.୭କିଲୋ ରହିଛି । ସେହିପରି ରାମଲଲାଙ୍କ ବାଳୁତ ମୁଖରେ ଝଟକୁ ଥିବା ତିଳକ ୧୬ଗ୍ରାମ ସୁନା ଓ ୩ କ୍ୟାରେଟ ହୀରାରେ ନିର୍ମିତ ହୋଇଛି । ତିଳକର ବାହାର ପାର୍ଶରେ ୧୦କ୍ୟାରେଟ ହୀରା ଲଗାଯାଇଛି । ଏଥିସହ ବରର୍ମେସ ରୁବିର ମଧ୍ୟ ବ୍ୟବହାର ହୋଇଛି । ଏହିକ୍ରମରେ ପନ୍ନାରେ ତିଆରି ମୁଦିରେ ୪ କ୍ୟାରେଟ ହୀରା, ୩୩କ୍ୟାରେଟ ପନ୍ନା ଓ ଜାମ୍ବିଆନ ପନ୍ନା ବ୍ୟବହୃତ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami