ଫ୍ୟାନ୍ସଙ୍କ ଉପହାର ଦେଖି କାନ୍ଦି ପକାଇଲେ ରାମଚରଣ

Above Post Content

ମୁମ୍ବାଇ: ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଅନେକ ସେଲିବ୍ରିଟି,ଖେଳାଳୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ପାଇଥିବା କିଛି ସେଲିବ୍ରିଟିଙ୍କୁ ଛାଡିଦେଲେ ଆଉ ସମସ୍ତେ ଏହି ସମାରୋହରେ ସାମିଲ ହୋଇଥିଲେ । ସେଥିମଧ୍ୟରେ ଥିଲେ ସାଉଥ ସୁପରଷ୍ଟାର ଚିରଞ୍ଜିବୀ ଓ ତାଙ୍କ ପୁଅ ରାମଚରଣ । ଅଯୋଧ୍ୟାରେ ରାମ ଚରଣଙ୍କୁ ଦେଖି ତାଙ୍କ ଫ୍ୟାନ୍ସମାନେ ଖୁବ ଖୁସି ହୋଇଯାଇଥିଲେ । ଏମିତି କି ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ବିଭିନ୍ନ ପ୍ରକାର ଉପହାର ଭେଟି ଦେଇଥିଲେ । ସେଥିôମଧ୍ୟରୁ ଏମିତି ଏକ ଉପହାର ଥିଲା ଯାହାକୁ ଦେଖି ରାମ ଚରଣ ଭାବବିହ୍ୱଳ ହେବା ସହ କାନ୍ଦି ପକାଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

ଖୁସିରେ ଉପହାରକୁ ଦେଇଥିଲେ ଚୁମ୍ବନ

After 2nd paragraph post ads

ଫ୍ୟାନ୍ସ ରାମ ଚରଣଙ୍କୁ ଭେଟି ଶ୍ରୀରାମଙ୍କ ସହିତ ତାଙ୍କର ଏକ ଫଟୋ ଉପହାର ଦେଇଥିଲେ । ଫଟୋରେ ଆରଆରଆରର ରାମାରାଜୁର ଭୂମିକାରେ ରାମ ଚରଣ ବାମ ହାତରେ ଧନୁ ନେଇ ଛିଡ଼ା ହୋଇଥିବା ବେଳେ ପଛରେ ତାଙ୍କର ଶ୍ରୀରାମଙ୍କ ଫଟୋ ରହିଥିଲା । ଏହି ଫଟୋକୁ ଦେଖିବା କ୍ଷଣି ରାମ ଚରଣ ଭାବୁକ ହୋଇପଡ଼ିଥିଲେ । ଫ୍ୟାନ୍ସଙ୍କଠାରୁ ଏହି ଉପହାର ପାଇ ଚୁମ୍ବନ ଦେଇ ଫଟୋରେ ଥିବା ଶ୍ରୀରାମଙ୍କୁ ପ୍ରଣାମ ଜଣାଇଥିଲେ । ଏହି ସମୟରେ ରାମଙ୍କ ଆଖିରେ ଲୁହ ଭରି ଯାଇଥିଲା । ସେ ନିଜ ଲୁହକୁ ଅଟକାଇ ପାରି ନଥିଲେ ରାମଚରଣ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami