ନିଆରା ପଗଡ଼ି: ରହିଛି ରାମ ମନ୍ଦିର, ମୋଦୀ ଓ ଚନ୍ଦ୍ରଯାନ-୩

Above Post Content

ଗୁଜୁରାଟ: ଭାରତୀୟ ସଂସ୍କୃତିରେ ପଗଡ଼ିର ମହତ୍ୱ ସ୍ୱତନ୍ତ୍ର । ବିଭିନ୍ନ ସମ୍ପ୍ରଦାୟର ଲୋକ ପରମ୍ପରା ଆଧାରରେ ବିଭିନ୍ନ ଉତ୍ସବ ଅବସରରେ ପଗଡ଼ି ପିନ୍ଧିଥାନ୍ତି । କିନ୍ତୁ ଏ ଭିତରେ ଗୁଜୁରାଟରେ ନବରାତ୍ର ପୂଜା ଅବସରରେ ପଗଡ଼ି ପିନ୍ଧିବା ସେମାନଙ୍କ ଧାର୍ମିକ ଭାବନାର ଗୁରୁତ୍ୱ ବହନ କରେ । ଏବେ ନବରାତ୍ରୀ ଉତ୍ସବ ସାରା ଗୁଜୁରାଟରେ ଧୁମ୍‌ଧାମ୍‌ରେ ପାଳନ ହେବାକୁ ଯାଉଥିବାବେଳେ ତା ପୂର୍ବରୁ ସ୍ୱତନ୍ତ୍ର ପ୍ରକାରର ପଗଡ଼ି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ସେଠାକାରର ଜଣେ ବ୍ୟକ୍ତି । ସେ ତିଆରି କରିଥିବା ପଗଡ଼ିରେ ପାରମ୍ପରିକ ରଙ୍ଗର କପଡ଼ା ବ୍ୟବହାର ହୋଇଛି ସତ । ହେଲେ ସେଥିରେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଚନ୍ଦ୍ରଯାନ, ରାମମନ୍ଦିରର ଚିତ୍ର ବ୍ୟବହାର କରି ଚର୍ଚ୍ଚାକୁ ଆସିଛନ୍ତି । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ପଗଡ଼ିରେ ରହିଛି ନିଆରା ଥିମ୍

After 2nd paragraph post ads
Middle post content

ଆଉ ମାତ୍ର କିଛି ଦିନ ମଧ୍ୟରେ ନବରାତ୍ରୀ ଆରମ୍ଭ ହେବ । ଏଥର ନବରାତ୍ରୀ ଅକ୍ଟୋବର ୧୫ରୁ ଆରମ୍ଭ ହୋଇ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ତେବେ ନବରାତ୍ରୀ ଉତ୍ସବ ପୂର୍ବରୁ ଗୁଜୁରାଟ ଗାନ୍ଧିନଗରର ଜଣେ ବ୍ୟକ୍ତି ଏକ ନିଆରା ପଗଡ଼ି ପ୍ରସ୍ତୁତ କରିଛନ୍ତି, ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ । କାରଣ ବ୍ୟକ୍ତି ଜଣକ ମୁଣ୍ଡରେ ୩ କିଲୋ ଓଜନର ଏକ ପଗଡ଼ି ପିନ୍ଧିଛନ୍ତି । ଯେଉଁଥିରେ ରହିଛି ଏକ ନିଆରା ଥିମ୍ ।

ପଗଡ଼ି ଦେଖିବାକୁ ଭିଡ଼

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ବ୍ୟକ୍ତି ଜଣକ ମୁଣ୍ଡରେ ଏକ ପଗଡ଼ି ପିନ୍ଧିଛନ୍ତି । ତାହାପୁଣି ୩ କିଲୋ ଓଜନର । କେବଳ ସେତିକି ନୁହେଁ, ରାମମନ୍ଦିର, ଚନ୍ଦ୍ରଯାନ-୩ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିମକୁ ନେଇ ରାମ ରାଜ୍ୟ ପଗଡ଼ି ପିନ୍ଧିଥିବା ଦେଖିବାକୁ ମିଳୁଛି । ଏଭଳି ସ୍ୱତନ୍ତ୍ର ପଗଡ଼ି ପିନ୍ଧିଥିବା ବ୍ୟକ୍ତି କହିଛନ୍ତି ଯେ, ଏଭଳି ପଗଡ଼ି ତିଆରି ପାଇଁ ମୁଁ ଅନେକ ଦିନରୁ ଚିନ୍ତା କରିଥିଲି । ଚଳିତଥର ଏହି ଇଚ୍ଛା ମୋର ପୂରା ହୋଇପାରିଛି । ଏଥିପାଇଁ ମୁଁ ବହୁତ ଖୁସି । ଅନେକ ଲୋକେ ଏହି ପଗଡ଼ି ବିଷୟରେ ସୂଚନା ପାଇବା ପରେ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami