ବିଜେପି ସରକାର ଉପରେ ବର୍ଷିଲେ ସତ୍ୟପାଲ

Above Post Content

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମ୍ମୁ କାଶ୍ମୀର ପୂର୍ବ ରାଜ୍ୟପାଳ ସତ୍ୟାପାଲ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ । ୨୮ ମିନିଟର ଏହି ଆଲୋଚନାରେ ରାହୁଲ ଗାନ୍ଧୀ ସତ୍ୟାପାଲ ମଲ୍ଲିକଙ୍କ ସହ ପୁଲବାମା, ଚାଷୀ ଆନ୍ଦୋଳନ, ଏମଏସପି, ଜାତିଗତ ଜନଗଣନା, ମଣିପୁର ହିଂସା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ସତ୍ୟପାଲ ମଲ୍ଲିକ ବିଜେପି ସରକାର ଉପରେ ବର୍ଷିଥିଲେ । ଆଉ କହିଥିଲେ ଯେ, ନର୍ବାଚନ ଆଉ ମାତ୍ର ୬ ମାସ ରହିଲା । ମୁଁ ଲେଖିକରି ଦେଉଛି, ମୋଦି ସରକାର ଆଉ ଆସିବେ ନାହିଁ ।

 ଜମ୍ମୁ କାଶ୍ମୀରରେ ଲୋକଙ୍କୁ ଜବରଦସ୍ତି ଠିକ କରାଯାଇ ପାରିବନି

After 2nd paragraph post ads
Middle post content

ସତ୍ୟପାଲ ମଲ୍ଲ୍ଲିକ ଆହୁରି କହିଥିଲେ, ଏଠାରେ ଅର୍ଥାତ ଜମ୍ମୁକାଶ୍ମୀରରେ ଲୋକଙ୍କୁ ଜବରଦସ୍ତି ଠିକ କରାଯାଇ ପାରିବ ନାହିଁ । ଏଠାରେ ଲୋକଙ୍କୁ ଜିତି ପାରିଲେ କିଛି ବି ଆପଣ କରିପାରିବେ । ମୁଁ ଏହି ଲୋକଙ୍କୁ ବିଶ୍ୱାସ କରେ । ମୋତେ ଲାଗୁଛି, ଜମ୍ମୁକାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଦେବା ଠିକ ହେବ । ବିଜେପି ଆର୍ଟିକିଲ ୩୭୦ ଧାରା ହଟାଇ ଏହାକୁ କେନ୍ଦ୍ର ଶାସିତ ରାଜ୍ୟ କରିଦେଲା । ମୋର ଡର ଥିଲା, କାଳେ ପୋଲିସ ବିଦ୍ରୋହ କରିଦେବେ । ହେଲେ ଜମ୍ମୁ କାଶ୍ମୀରର ପୋଲିସ ସବୁବେଳେ କେନ୍ଦ୍ରକୁ ସହଯୋଗ କରିଥାନ୍ତି । ଅମିତ ଶାହ ପ୍ରତିଶ୍ରୁତି ଦେଇଛନ୍ତି, ରାଜ୍ୟ ମାନ୍ୟତା ଫେରାଇବେ । ଏଥିପାଇଁ ତାଙ୍କୁ ଯେତେ ଶୀଘ୍ର ସମ୍ଭବ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ନିର୍ବାଚନ କରାଇବା ଦରକାର ।

ପୁଲବାମା ଘଟଣାକୁ କରିଥିଲେ ଅଣଦେଖା

ରାହୁଲ ଗାନ୍ଧୀ ତାଙ୍କୁ ପୁଲବାମା ସମ୍ପର୍କରେ ପଚାରିବାରୁ ସତ୍ୟପାଲ ମଲ୍ଲିକ କହିଥିଲେ, ପୁଲବାମା ଘଟଣାକୁ ସେମାନେ ଅଣଦେଖା କରିଥିଲେ ଏବଂ ଏହାକୁ ରାଜନୌତିକ ଇସ୍ୟୁ କରିଥିଲେ । ପୁଲବାମା ଶହିଦଙ୍କ ପାର୍ôଥବ ଶରୀର ଯେତେବେଳେ ଏୟାରପୋର୍ଟ ଅଣାଗଲା ତାଙ୍କୁ ତାଙ୍କ କୋଠରୀରେ ବନ୍ଦ କରି ରଖା ଯାଇଥିଲା । ସେ ବହୁ କସରତ କରି ବାହାରକୁ ଆସିଥିଲେ ବୋଲି କହିଛନ୍ତି । ସେ ସମୟରେ ରାଜନାଥ ସିଂହ ଆସିଥିଲେ । ଶ୍ରଦ୍ଧାଞ୍ଜଳି ଦେଇଥିଲେ । ହେଲେ ପ୍ରଧାନମନ୍ତ୍ରୀ ଆସିବାର ଥିଲା । ସେ ପ୍ରଧାନମନ୍ତ୍ରୀଙ୍କ ସହ ପୁଲବାମା ସମ୍ପର୍କରେ ଆଲୋଚନା କରିବାକୁ ଚାହିଁଥିଲେ । ହେଲେ ଯୋଗାଯୋଗ ହୋଇ ପାରି ନ ଥିଲା । ପ୍ରାୟ ୫-୬ଟା ବେଳକୁ ତାଙ୍କର ଫୋନ ଆସିଲା । ପ୍ରଧାନମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ଆମର ଭୁଲ ଯୋଗୁ ଏତେ ଲୋକ ଚାଲିଗଲେ । ହେଲେ ପ୍ରଧାନମନ୍ତ୍ରୀ ତାଙ୍କୁ ଉତ୍ତରରେ ଏ ବିଷୟରେ କିଛି ନ କହିବାକୁ କହିଥିଲେ । ଏହାପରେ ଡୋଭାଲଙ୍କ ଫୋନ ଆସିଥିଲା ଏବଂ ସେ ମଧ୍ୟ ଏ ସମ୍ପର୍କରେ କିଛି ନ କହିବାକୁ କହିଥିଲେ । ଏକ ଭଲ କଥା ଯେ, ଲୋକ ଏବେ ଟିଭି ଦେଖୁ ନାହାନ୍ତି । ସୋଶିଆଲ ମିଡିଆ ଦେଖୁଛନ୍ତି । ହେଲେ ଏହା ଉପରେ ବି ସରକାର ଲଗାମ ଲଗାଇବାକୁ ଚେଷ୍ଟା କରୁଛନ୍ତି । ଏହି ଅବସରରେ ରାହୁଲ ଗାନ୍ଧୀ କହିଥିଲେ, ମୋର ୟୁ ଟ୍ୟୁବ ଆକାଉଣ୍ଟକୁ ଚାପି ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami