ଏନସିଇଆରଟି ବହିରେ ଐତିହାସିକ ପରିବର୍ତ୍ତନ

Above Post Content

ନୂଆଦିଲ୍ଲୀ: ଏନସିଇଆରଟି ବହିରେ ଐତିହାସିକ ପରିବର୍ତ୍ତନ । ଏଣିକି ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ ଛାତ୍ରଛାତ୍ରୀ । ଏନସିଇଆରଟି ବହିରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖିବାକୁ ସୁପାରିସ କରାଯାଇଥିବା ବେଳେ ବହିରେ ‘ଭାରତ’ କରିବାକୁ ଏନସିଇଆରଟି ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଛି ।

ପ୍ରସ୍ତାବକୁ ଗ୍ରହଣ କରିଛି ଏନସିଇଆରଟି ପ୍ୟାନେଲ

After 2nd paragraph post ads

ପ୍ୟାନେଲର ଅନ୍ୟତମ ସଦସ୍ୟ ସିଆଇ ଆଇଜାକ୍ କହିଛନ୍ତି ଯେ, ଆଗାମୀ ଏନସିଇଆରଟି ପାଠ୍ୟ ପୁସ୍ତକରେ ଇଣ୍ଡିଆ ନାମ ପରିବର୍ତ୍ତେ ଭାରତ ହେବ । ଏ ନେଇ ଏକ ପ୍ରସ୍ତାବ ଏନସିଇଆରଟି ପ୍ୟାନେଲକୁ ପଠାଯାଇଥିଲା । ଯାହାକୁ ଗ୍ରହଣ କରିଛି ଏନସିଇଆରଟି ପ୍ୟାନେଲ । ଆଗକୁ ଆସିବାକୁ ଥିବା ସବୁ ବହିରେ ଇଣ୍ଡିଆ ନାମ ହଟାଇ ସେହି ସ୍ଥାନରେ ଭାରତ ଉଲ୍ଲେଖ କରାଯିବ ବୋଲି ଏନସିଇଆରଟି କହିଛି । ପାଠ୍ୟ ପୁସ୍ତକରେ ଆନସିଏଣ୍ଟ ହିଷ୍ଟ୍ରି ବା ‘ପ୍ରାଚୀନ ଇତିହାସ’ ସ୍ଥାନରେ କ୍ଲାସିକାଲ ହିଷ୍ଟ୍ରି ‘ଶାସ୍ତ୍ରୀୟ ଇତିହାସ’ ଅନ୍ତର୍ଭୁକ୍ତ କରିବାକୁ କମିଟି ସୁପାରିଶ କରିଛି । ସେହିପରି ହିନ୍ଦୁଙ୍କ ବିଜୟକୁ ମଧ୍ୟ ପୁସ୍ତକରେ ହାଇଲାଇଟ କରାଯିବ ବୋଲି ସମିତି ପ୍ରସ୍ତାବ ଦେଇଛି ।

Middle post content

ଭାରତ ଶବ୍ଦ ୭ ହଜାର ବର୍ଷ ପୁରୁଣା

ଆଇଜାକ୍ କହିଛନ୍ତି ଯେ ବାସ୍ତବରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ୧୭୫୭ ର ପ୍ଲାସି ଯୁଦ୍ଧ ପରେ ଭାରତ ଶବ୍ଦ ସାଧାରଣତଃ ବ୍ୟବହୃତ ହେବାକୁ ଲାଗିଲା । ଭାରତ ଶବ୍ଦ ବିଷ୍ଣୁ ପୁରାଣ ପରି ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି, ଯାହାକି ୭ ହଜାର ବର୍ଷ ପୁରୁଣା । ଏଭଳି ପରିସ୍ଥିତିରେ କମିଟି ସର୍ବସମ୍ମତି କ୍ରମେ ଭାରତର ନାମ ସବୁ ଶ୍ରେଣୀର ପୁସ୍ତକରେ ବ୍ୟବହାର କରାଯିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି । ସମସ୍ତ ବିଷୟର ପାଠ୍ୟକ୍ରମରେ ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ୍‌) ର ପରିଚୟ ଏବଂ ନୂତନ ପରିବର୍ତ୍ତନର ଏକ ଅଂଶ ।

ଏନସିଇଆରଟି ପାଠ୍ୟ ପୁସ୍ତକକୁ ନେଇ ଗଠିତ ହୋଇଛି କମିଟି

ସୂଚନାଯୋଗ୍ୟ, ‘ଭାରତ’ ବନାମ ‘ଇଣ୍ଡିଆ’ ନେଇ ବିତର୍କ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ ପତ୍ରକୁ କେନ୍ଦ୍ର ପକ୍ଷରୁ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ନାଁରେ ପଠାଯାଇଥିଲା । ଯେତେବେଳେ ଏହା ପଛର କାରଣ ବିଷୟରେ ପଚରାଗଲା, ଭାରତ ସରକାରଙ୍କ ପକ୍ଷରୁ କେହି ସ୍ପଷ୍ଟ ଉତ୍ତର ଦେଇ ନ ଥିଲେ । ଅନ୍ୟପଟେ ଏନସିଇଆରଟି ପାଠ୍ୟ ପୁସ୍ତକକୁ ନେଇ ଏକ କମିଟି ଗଠିତ ହୋଇଛି । ଏହି କମିଟି ହେଉଛି ୨୫ଟି କମିଟି ମଧ୍ୟରୁ ଗୋଟିଏ ଯାହାକି ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ପାଠ୍ୟକ୍ରମ ବଦଳାଇବା ପାଇଁ କେନ୍ଦ୍ରୀୟ ସ୍ତରରେ ଏନସିଇଆରଟି ସହିତ କାର୍ଯ୍ୟ କରୁଛି । ବର୍ତ୍ତମାନ ଅତ୍ୟାଧୁନିକ ପାଠ୍ୟପୁସ୍ତକ ଏପର୍ଯ୍ୟନ୍ତ ଆସିନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami