ସମ୍ବଲପୁରରେ ପ୍ରଣବ: ମା ସମଲେଶ୍ୱରୀଙ୍କ ଦର୍ଶନ କରି ନେଲେ ଆଶିର୍ବାଦ 

Above Post Content

ସମ୍ବଲପୁର : ସମ୍ବଲପୁରରେ ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁରରେ ପହଞ୍ଚିିବା ପରେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ଆଶିର୍ବାଦ ନେଇଛନ୍ତି । ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସୁପ୍ରିମୋ ନବିନ ପଟ୍ଟନାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଘୋଷଣା କରିବା ପରେ ଆଜି ସମ୍ବଲପୁରକୁ ପ୍ରଥମ ଗସ୍ତ କରିଥିବାରୁ ନେତା କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହିତ ଦେଖିବାକୁ ମିଳିଥିଲା ।

Middle post content

ଏବେ ସମସ୍ତଙ୍କ ନଜର ସମ୍ବଲପୁର ଲୋକସଭା ଉପରେ

After 2nd paragraph post ads

ସମ୍ବଲପୁରରେ ପହଂଚିବା ପରେ ସମ୍ବଲପୁରବାସୀଙ୍କ ପାଦ ତଳେ ମତମସ୍ତକ ହୋଇଥିଲେ ପ୍ରଣବ । ଆଉ କହିଥିଲେ ମୁଖ୍ୟମନ୍ତ୍ରୀଙ୍କର ଗୋଟି ମୁଦ୍ଦା ବିକାଶ ବିକାଶ ବିକାଶ । ସମ୍ବଲପୁର ମାଟିକୁ ବିକଶିତ କରିବା ପାଇଁ ମୋ କାନ୍ଧରେ ସମ୍ବଲପୁର ଭାର ଦେଇଛନ୍ତି । ବାପାଙ୍କର କର୍ମଭୁମି ଥିବାରୁ ମୁଁ ଆଜି ମୋ ଘରେ ରହିଥିବା ପରି ମନେ ହେଉଛି । ଏବେ ଏହି ମାଟିକୁ ବିକଶିତ କରିବା ମୋର ଦାୟିତ୍ୱ । ସମ୍ବଲପୁରରେ ଆଜି ପ୍ରଣବଙ୍କୁ କୋଳେଇ ନେଇଥିଲେ ମା ମାନେ । କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ଯୁବକମାନେ ନିଜର ଅତି ପ୍ରିୟ ବବି ଭାଇଙ୍କୁ ସ୍ୱାଗତ କରିଥିଲେ । ପ୍ରଥମେ ସକାଳୁ ସକାଳୁ ରେଢ଼ାଖୋଲରେ ପହଞ୍ଚିଥିଲେ । ସେଠାରେ ପହଂଚି ଭୀମ ଭୋଇ ଛକଠାରେ ଭୀମଭୋଇ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅନ୍ୟପଟେ ଏହି ନିର୍ବାଚନରେ ସମସ୍ତଙ୍କ ଆଖି ସମ୍ବଲପୁର ଲୋକସଭା ଉପରେ । କାରଣ ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେଉଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଦଳର ବୃହତ ସ୍ୱାର୍ଥ ପାଇଁ ନିଜ ନିର୍ବାଚନ ମଣ୍ଡଳୀକୁ ଛାଡ଼ି ପ୍ରଣବ ଯାଇଛନ୍ତି ସମ୍ବଲପୁର । ଏଠାରେ ଯେଉଁ ବିଗଫାଇଟରେ ଆଶା ରହିଛି, ସେଥିରେ ପ୍ରଣବ ବିପୁଳ ଭୋଟରେ ଜିତିବା ନେଇ ଆକଳନ କରିଛନ୍ତି ସ୍ଥାନୀୟ ନେତା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami