ରାମଙ୍କ ପଛେ ପଛେ ଲକ୍ଷ୍ମଣ ରାଜନୀତି ମୁହାଁ

Above Post Content

ମିରଟ: ରାମାନନ୍ଦ ସାଗରଙ୍କ ଟିଭି ସିରିଏଲ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବେ ରାଜନୀତିରେ ପାଦ ଦେଇଛନ୍ତି । ତାଙ୍କ ପଛେ ପଛେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହରୀ ରାଜନୀତି ମୁହାଁ ହୋଇଛନ୍ତି । ତାଙ୍କୁ ନେଇ ଏବେ ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଅରୁଣ ଗୋଭିଲଙ୍କୁ ବିଜେପି ପକ୍ଷରୁ ଟିକେଟ ଦିଆଯାଇଛି । ସେ ମିରଟ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ । ସେ ମିରଟରେ ପହଞ୍ଚି କହିଛନ୍ତି ମୁଁ ଏଠାରେ ଲୋକଙ୍କୁ ସ୍ନେହ ଆଉ ପ୍ରେମ ସହିତ ଭଲ ପାଇବା ଦେବାକୁ ଆସିଛି । ଅରୁଣ ନିଜର ପିଲାଦିନ କଥା ମନେ ପକାଇ କହିଛନ୍ତି ମତେ ଏଠାକାର ସ୍କୁଲ ସମୟର କଥା ମୋର ସ୍ମୃତିରେ ରହିଛି ।

Middle post content

ଅରୁଣଙ୍କ ଉପରେ ରହିଛି ଶ୍ରୀରାମଙ୍କ ଆର୍ଶିବାଦ

After 2nd paragraph post ads

ଏବେ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହରୀଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ରାମଙ୍କ ପଛେ ପଛେ ରାଜନୀତି ମୁହାଁ ହୋଇଥିବା କୁହାଯାଉଛି । ସୁନୀଲ ଶୀଘ୍ର ରାଜନୀତିରେ ପାଦ ଦେବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଅରୁଣ ବିଜେପି ପ୍ରାର୍ଥୀ ହେବା ପରେ ସୁନୀଲ ସକାରାତ୍ମକ ମନ୍ତବ୍ୟ ପ୍ରଦାନ କରିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଅରୁଣଙ୍କୁ ନେଇ ମୁଁ ବହୁତ ଖୁସି । ଲାଗୁଛି ମୋ ପରିବାରର କାହାକୁ ଦେଶସେବା ପାଇଁ ସୁଯୋଗ ମିଳିଛି । ମୁଁ ଅରୁଣଙ୍କୁ ଶୁଭକାମନା ଏବଂ ଅଭିନନ୍ଦନ ଜଣାଉଛି । ଅରୁଣ ନିଶ୍ଚିତ ଭାବେ ତାଙ୍କର ପ୍ରତି କାର୍ଯ୍ୟରେ ନ୍ୟାୟ କରିବେ । କାରଣ ତାଙ୍କ ଉପରେ ଶ୍ରୀରାମଙ୍କ ଆର୍ଶିବାଦ ରହିଛି । ସୁନୀଲଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ, ଅରୁଣଙ୍କ ପିଲା ଦିଦ ମିରଟରେ ବିତିଥିଲା । ସେ ମିରଟର ସରସ୍ୱତୀ ଶିଶୁ ମନ୍ଦିରରେ ପାଠପଢ଼ିଥିଲେ । ଏହା ପରେ ସହାରନପୁର ଏବଂ ଶାହାଜାହାଁପୁରରେ ସେ ଅଧ୍ୟୟନ କରିବା ପରେ ଇଞ୍ଜିନିୟରିଂ କରିଥିଲେ । ଏହାପରେ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହା ପରେ ରାମାନନ୍ଦ ସାଗରଙ୍କ ରାମାୟଣରେ ତାଙ୍କୁ ଶ୍ରୀରାମ ଭୂମିକାରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami