ଗରବା ଗୀତ ଲେଖି ଚର୍ଚ୍ଚାରେ ପିଏମ୍ ,ଲୋକେ କଲେ ପସନ୍ଦ

Above Post Content

ଗାନ୍ଧୀନଗର: ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୁକ୍କାୟିତ ପ୍ରତିଭା । ପ୍ରଧାନମନ୍ତ୍ରୀ ନବରାତ୍ରୀ ପୂର୍ବରୁ ଏକ ଗରବା ଗୀତ ‘ମାଡ଼ୀ’ ଲେଖିଥିଲେ, ଯାହା ରିଲିଜ୍ ହୋଇଯାଇଛି । ୟୁଟ୍ୟୁବରେ ମୁକ୍ତିଲାଭ କରିଥିବା ଏହି ଗୀତଟିକୁ ସମସ୍ତେ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଖୁବ୍ କମ୍ ସମୟ ମଧ୍ୟରେ ଏହା ଖୁବ୍ ଲୋକପ୍ରିୟ ହୋଇପାରିଛି ।

ପାର୍ବଣର ସୁରଝଙ୍କାର ସମସ୍ତଙ୍କୁ ଆମୋଦିତ କରୁ

After 2nd paragraph post ads

ପ୍ରଧାନମନ୍ତ୍ରୀ ସ୍ୱୟଂ ଏହି ଗୀତଟି ଲେଖିଥିବା ବେଳେ ଏହାକୁ ଧ୍ୱନୀ ଭାନୁଶାଲି ଗାଇଥିବାବେଳେ ତନିସ୍କ ବାଗଚି ଗୀତ ପାଇଁ ସ୍ୱର ଦେଇଛନ୍ତି । ଉଭୟ ୟୁଟ୍ୟୁବ୍ ଓ ଏକ୍ସରେ ପ୍ରଧାନମନ୍ତ୍ରୀ ଏହି ଭିଡିଓଟିକୁ ସେୟାର କରିଛନ୍ତି । ଭିଡିଓଟି ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବହୁବର୍ଷ ହେଲା ମୁଁ କିଛି ଲେଖାଲେଖି କରି ନାହିଁ । କିନ୍ତୁ କିଛିଦିନ ତଳେ ଏହି ଗୀତଟି ଲେଖିବାରେ ସକ୍ଷମ ହୋଇଛି । ନବରାତ୍ରିର ପାଳନ ଅବସରରେ ଏହି ଗରବା ଗୀତଟି ସେୟାର କରି ମୁଁ ଅତ୍ୟନ୍ତ ଆନନ୍ଦିତ । ଗୀତଟି ମୁଁ ଗତ ସପ୍ତାହରେ ଲେଖିଥିଲି । ପାର୍ବଣର ସୁରଝଙ୍କାର ସମସ୍ତଙ୍କୁ ଆମୋଦିତ କରୁ । ଏହି ଗୀତଟିକୁ ସ୍ୱର ଦେଇଥିବା ଓ ଗାଇଥିବା ଧ୍ୱନୀ ଓ ତନିସ୍କଙ୍କୁ ମୁଁ ଧନ୍ୟବାଦ ଦେଉଛି ।

Middle post content

ଗୁଜରାଟୀ ଭାଷାରେ ଲେଖାଯାଇଛି ଏହି ଗୀତ

୪ ମିନିଟ୍ ଓ ୪୦ ସେକେଣ୍ଡର ଏହି ଗୀତଟି ଗୁଜରାଟୀ ଭାଷାରେ ଲେଖାଯାଇଛି । ଭିଡିଓରେ ଦେଖିବାକୁ ମିଳୁଛି, ଗୀତ ବାଜୁଛି ଓ ଲୋକମାନେ ରଙ୍ଗବେରଙ୍ଗର ପାରମ୍ପରିକ ଗୁଜରାଟୀ ପୋଷାକ ପିନ୍ଧି ଗରବା ସ୍ଥଳରେ ଦାଣ୍ଡିଆ ନୃତ୍ୟର ତାଳେ ତାଳେ ଝୁଲୁଛନ୍ତି । ପୃଷ୍ଠଭୂମିରେ ବଡୋଦରାଠାରେ ଅବସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବାକୁ ମିଳୁଛି, ଯାହା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଉତ୍ସର୍ଗୀକୃତ ।

ଗୀତରେ ପ୍ରଦର୍ଶିତ ହୋଇଛି ଗୁଜୁରାଟ ସଂସ୍କୃତି ଏବଂ ଐତିହ୍ୟ

ସେପଟେ ଗାୟିକା ଧ୍ୱନୀ ଭାନୁଶାଲି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଏହାକୁ ଉପସ୍ଥାପନା କରିବାର ସୌଭାଗ୍ୟ ମିଳିଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି । ଆମେ ଏକ ନୂଆ ସ୍ୱର, ଲୟ , ତାଳ ସହ ଗୀତଟିକୁ ପ୍ରସ୍ତୁତ କରିବାକୁ ଚାହୁଁଥିଲୁ । ଯାହା ଏହି ଗୀତ ଏବଂ ଭିଡିଓକୁ ଜୀବନ୍ତ କରିବାରେ ଆମକୁ ସାହାଯ୍ୟ କଲା ।ଏହି ଗୀତରେ ନବରାତ୍ରୀ ପର୍ବ ବିଷୟରେ କୁହାଯାଇଛି । ଗୁଜୁରାଟ ସଂସ୍କୃତିର ଗର୍ବ ଏବଂ ଐତିହ୍ୟକୁ ଏହି ଗୀତରେ ନିଖୁଣ ଭାବରେ ପ୍ରଦର୍ଶିତ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami