ଐଶ୍ୱର୍ଯ୍ୟା ରିଜେକ୍ଟ କରିଥିବା ଫିଲ୍ମ କରିସ୍ମାଙ୍କୁ କରିଥିଲା ରାତାରାତି ସୁପରଷ୍ଟାର

Above Post Content

ମୁମ୍ବାଇ : ଏମିତି ବି ହୋଇଥିଲା ଜଣେ ଆଗଧାଡ଼ିର ଅଭିନେତ୍ରୀ ପ୍ରତ୍ୟାଖ୍ୟାନ କରିଥିବା ସିନେମା ଆଉ ଜଣେ ଅଭିନେତ୍ରୀଙ୍କୁ ସୁପରଷ୍ଟାର କରିପାରିଥିଲା । ଘଟଣା ଥିଲା ହିନ୍ଦି ଫିଲ୍ମ ‘ରାଜା ହିନ୍ଦୁସ୍ଥାନୀ’ର । ୧୯୯୬ ମସିହାର ଘଟଣା । ସେ ସମୟରେ ମିସ୍‌ୱାର୍ଲ୍ଡ ଟାଇଟଲ ହାସଲ କରିଥିବା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ପାଖକୁ ବଲିଉଡ଼ରେ ଅଫରର ସୁଅ ଛୁଟିଥିଲା । ଫିଲ୍ମ ‘ରାଜା ହିନ୍ଦୁସ୍ଥାନୀ’ର ଅଫର ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ମିଳିଥିଲା । ବ୍ୟକ୍ତିଗତ କାରଣ ହେଉ ବା ଆଉ କିଛି ଏହି ଅଫରକୁ ରିଜେକ୍ଟ କରି ଦେଇଥିଲେ ଐଶ୍ୱର୍ଯ୍ୟା । ପରେ ଏହା କରିସ୍ମାଙ୍କୁ ମିଳିଥିଲା, ଯାହା ତାଙ୍କୁ ରାତାରାତି ସୁପରଷ୍ଟାର କରି ଦେଇଥିଲା ।

କରିସ୍ମାଙ୍କ ଚେହେରାକୁ ପରିହାସ କରୁଥିଲେ ଲୋକେ

After 2nd paragraph post ads
Middle post content

‘ପ୍ରେମ କଏଦୀ’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା କରିସ୍ମା କାପୁର ‘ଅନାରୀ’, ‘ରାଜା ବାବୁ’, ‘କୁଲି ନଂ ୧’, ‘ସାଜନ ଚଲେ ସସୁରାଲ୍‌’ ଏବଂ ‘ଜୀତ୍‌’ରେ ଅଭିନୟ କରିଥିଲେ ମଧ୍ୟ ଏତେଟା ସଫଳତା ମିଳି ନ ଥିଲା । କାରଣ ତାଙ୍କ କ୍ୟାରିୟରର ପ୍ରଥମ ଦିନରୁ ହିଁ ଲୋକମାନେ ତାଙ୍କ ଚେହେରାକୁ ନେଇ ପରିହାସ କରୁଥିଲେ । ଏମିତି କି କେହି କେହି ତାଙ୍କୁ ପୁଅମାନଙ୍କ ସହ ତୁଳନା କରୁଥିବା ବେଳେ ଲେଡି ରନ୍ଧୀର କପୁର ବୋଲି ମଧ୍ୟ କହୁଥିଲେ । କିନ୍ତୁ ‘ରାଜା ହିନ୍ଦୁସ୍ତାନୀ’ ପରେ କରିସ୍ମାଙ୍କ ପ୍ରତିଛବି ଲୋକଙ୍କ ଆଖିରେ ସଂପୂର୍ଣ୍ଣ ବଦଳିଗଲା ।

ରାଜା ହିନ୍ଦୁସ୍ତାନୀ କରିସ୍ମାଙ୍କୁ ଦେଇଥିଲା ନୂତନ ପରିଚୟ

ଏହି ଚଳଚ୍ଚିତ୍ର ଅଫର ପ୍ରଥମେ ଐଶ୍ୱର୍ଯ୍ୟା ରାୟଙ୍କୁ ମିଳିଥିଲା, କିନ୍ତୁ ସେତେବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । କାରଣ ମିସ୍ ୱାର୍ଲ୍ଡ ହେବା ପରେ ତାଙ୍କ ପାଖରେ ଅନେକ ଅଫର ଥିଲା । ପରେ ଏହି ସୁଯୋଗ କରିସ୍ମାଙ୍କୁ ମିଳିଥିଲା, ଯାହା ତାଙ୍କୁ ରାତାରାତି ସୁପରଷ୍ଟାର କରିଦେଇଥିଲା । ଏହି ଚଳଚ୍ଚିତ୍ର ତାଙ୍କୁ ଏକ ନୂତନ ପରିଚୟ ଦେଇଥିଲା । ୧୯୯୬ ମସିହାରେ ଆସିଥିବା ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ରେକର୍ଡ଼ ସୃଷ୍ଟି କରିଥିଲା । ପ୍ରାୟ ୫.୭୫ କୋଟିରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ମୋଟ ୭୬.୩୪ କୋଟି ସଂଗ୍ରହ ହୋଇଥିଲା । ଏମିତି କି ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ମିଳିଥିଲା । ଏହା ପରେ କରିସ୍ମାଙ୍କ ପାଖକୁ ଅଫରର ସୁଅ ଛୁଟିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami