ଭିଡ଼ ଭିତରେ ଅମିତାଭଙ୍କ ହାତ କଥା ପଚାରି ବୁଝିଲେ ମୋଦି

Above Post Content

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛିି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂଜାପାଠ କରିଥିଲେ । ଏହି ଉତ୍ସବରେ ବଲିଉଡ, ଟଲିଉଡ, ଖେଳଜଗତ ଓ ବଡ଼ବଡ଼ ବ୍ୟବସାୟୀଙ୍କ ସମତେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ପ୍ରାଣପ୍ରତିଷ୍ଠା ଭଳି ଭବ୍ୟ ଉତ୍ସବରେ ବିଗବି ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିଷେକଙ୍କ ସହିତ ଯାଇ ପହଞ୍ଚିିଥିଲେ । ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହେବା ପରେ ଅମିତାଭ ବଚ୍ଚନ ଓ ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ପ୍ରାଣପ୍ରତିଷ୍ଠା ପରେ ମୋଦୀ ରାମମନ୍ଦିରରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ସ୍ୱାଗତ ଜଣାଇଥିଲେ ।

Middle post content

ମାନବିକତା ଦେଖାଇଲେ ମୋଦି

After 2nd paragraph post ads

ଏହି ସମୟରେ ମୋଦି ମାନବିକତା ଦେଖାଇ ଭିଡ ଭିତରେ ଅମିତାଭ ବଚ୍ଚନଙ୍କ ପାଖକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ପଚାରି ବୁଝିଥିଲେ । ମୋଦିଙ୍କୁ ଦେଖି ଅମିତାଭ ହାତଯୋଡ଼ି ପ୍ରଣାମ ଜଣାଇଥିଲେ । ଏହି ସମୟରେ ମୋଦି ବି ପ୍ରତିପ୍ରଣାମ ଜଣାଇ ହାତ କ’ଣ ହୋଇଛି ବୋଲି ଅମିତାଭଙ୍କୁ ପଚାରିଥିଲେ । ମୋଦିଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେଇ ଅମିତାଭ କହିଥିଲେ, ‘ଅସ୍ତ୍ରୋପଚାର ହୋଇଥିଲା, ଭଲ ହୋଇଗଲାଣି’ । ନିକଟରେ ଅମିତାଭ ବଚ୍ଚନ ତାଙ୍କ ହାତର ଅସ୍ତ୍ରୋପଚାର ହୋଇଥିବା କଥା କହିଥିଲେ । ଗତବବର୍ଷ ବିଗବିଙ୍କୁ ଟେଲିଭିଜନର ଲୋକପ୍ରିୟ ସୋ’ ‘କୌନ ବନେଗା କରୋଡ଼ପତି’ରେ ହାତରେ ପଟ୍ଟି ବାନ୍ଧିଥିବା ଦେଖିବାକୁ ମିଳିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami