ଦେବ ନାରାୟଣ ମନ୍ଦିର କୁ ମୋଦୀଙ୍କ ଦାନକୁ ନେଇ ଚର୍ଚ୍ଚା, ଲଫାପାରେ ମିଳିଲା ମାତ୍ର 21 ଟଙ୍କା!

Above Post Content

ରାଜସ୍ଥାନର ଗୁର୍ଜର ସମାଜର ଆରାଧ୍ୟ ଦେବତା ଦେବନାରାୟଣଙ୍କ ଦାନ ବାକ୍ସ ଖୋଲା ଯାଇଛି । ଭକ୍ତମାନେ ପ୍ରଭୁଙ୍କ ବହୁ ଅର୍ଥ ଦାନ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ଦେବନାରାୟଣଙ୍କ ୧୧୧୧ତମ ଅବତରଣ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅର୍ଥ ଦାନ ବାକ୍ସରେ ପକାଇଥିବା କୁହାଯାଉଥିଲା ତେବେ ପ୍ରଧାନମନ୍ତ୍ରୀ କେତେ ଅର୍ଥ ଦାନ କରିଛନ୍ତି ତାକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହୋଇ ଆସୁଥିଲା । ତେବେ ଦାନବାକ୍ସ ଖୋଲାଟାଇଥିବାବେଳେ ଏକ ଲଫାପା ମିଳିଛି ।

ଏହି ଧଳା ଲଫାପାରେ ପ୍ରଧାନମନ୍ତ୍ରୀଙ୍କ ନାମ ରହିଛିଲଫାପା ମିଳିବା ପରେ ଭକ୍ତଙ୍କ ମନରେ ଉତ୍ସାହ ରହିଥିଲା କି, ପ୍ରଧାନମନ୍ତ୍ରୀ କେତେ ଦାନ କରିଛନ୍ତି । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କି, ଏହି ଲଫାପାରୁ ମାତ୍ର ୨୧ ଟଙ୍କା ବାହାରିଛିମନ୍ଦିରର ପୂଜକ ନିଜେ ଏହି ଲଫାପା ଖୋଲିଥିବାବେଳେ ନିଜେ ଏହା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ତେବେ ଅନ୍ୟ ଦୁଇଟି ଲଫାପା ମଧ୍ୟ ରହିଥିଲା । ଗୋଟିଏରେ ୧୦୧ ଟଙ୍କା ରହିଥିବାବେଳେ ଅନ୍ୟଟିରେ ୨୧୦୦ ଟଙ୍କା ରହିଛି

After 2nd paragraph post ads
Middle post content

ପ୍ରଧାନମନ୍ତ୍ରୀଙ୍କ ନାମ ଥିବା ଲଫାପାରୁ ୨୧ ଟଙ୍କା ବାହାରିଥିବାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛିଅଖିଳ ଭାରତୀୟ କଂଗ୍ରେସ କମିଟିର ସେକ୍ରେଟାରୀ ତଥା ରାଜସ୍ଥାନ ବିହନ ନିଗମର ସଭାପତି ଧିରଜ ଗୁଜର ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି, ଏହା କ’ଣ ବିକାଶ? କ’ଣ ଏହା ଗୁଜର ସମାଜ ପାଇଁ ଉପହାର? କୌଣସି ସମାଜକୁ ସ୍ବପ୍ନ ଦେଖାଇବା ଉଚିତ ନୁହେଁ । ତେବେ କହି ରଖୁଛୁ କି, ପ୍ରଧାନମନ୍ତ୍ରୀ ଅବତରଣ ଉତ୍ସବରେ ଯୋଗ ଦେଇଥିବାବେଳେ ଗୁଜର ସମାଜକୁ ବହୁ ପ୍ରତିଶୃତି ଦେଇଥିଲେ । ଏପରିକି କହିଥିଲେ କି, ମୁଁ ଗୁଜର ସମାଜକୁ ଯାହା ଦେଇଛି ତାହା ଦାନ ବାକ୍ସରେ ରହିଛି । ଯାହାକୁ ନେଇ ଦୀର୍ଘଦିନ ହେବ ଲୋକଙ୍କ ମନରେ ଉତ୍ସାହ ରହି ଆସିଥିଲା । ପ୍ରଧାନମନ୍ତ୍ରୀ କେତେ ଦାନ କରିଛନ୍ତି । ତେବେ ୨୧ ଟଙ୍କା ମିଳିବା ପରେ ବିରୋଧୀମାନେ ପ୍ରଧାନମନ୍ତ୍ରୀଙ୍କୁ ତାଛଲ୍ୟ କରି ନିଜର ପ୍ରତିକ୍ରିୟା ରଖୁଛନ୍ତି ।

୨୦୨୩ ଜାନୁଆରୀ ୨୮ ତାରିଖରେ ରାଜସ୍ଥାନର ଭିଲବାଡ଼ାରେ ଭଗବାନ ଦେବନାରାୟଣଙ୍କ ୧୧୧୧ତମ ଅବତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥୀଭାବେ ଯୋଗ ଦେବାସହ ସମ୍ବୋଧିତ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami