ଭାରତୀୟଙ୍କୁ ଲୁଣ ଅଧିକରୁ ଅଧିକ ବେମାର କରୁଛି : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Above Post Content

ଲୁଣ,ମାନବକୁ ବୁ୍ଦ୍ଧିମାନ କରିଥିଲାମାନବ ଲୁଣର ବ୍ୟବହାର ଜାଣିବା ସହିତ ଲୁଣକୁ ନେଇ ଆରମ୍ଭ ହୋଇଥିବା ବ୍ୟବସାୟ ବାଣିଜ୍ୟ । କେବଳ ମାନବ ନୁହେଁ ଜୀବଜଗତ ମଧ୍ୟ ଲୁଣ ଆବଶ୍ୟକକ କରନ୍ତି । ସେଇଥିପାଇଁ ଜୀବଜଗତ ମଧ୍ୟରେ ଲୁଣ ଥିବା ଅଂଚଳକୁ ମାଇଗ୍ରେସନ ବା ପ୍ରବାସ ହୋଇଥାଏଲୁଣ ପାଇଁ ବିଦ୍ରୋହ ଓ ବିପ୍ଲବ ଢେର ପୁରୁଣାଗାନ୍ଧୀଙ୍କ ଲବଣ ସତ୍ୟଗ୍ରହ ଯାହାର ବଡ଼ ଉଦାହରଣ । ତେବେ ଅଧିକ ଲୁଣ ବି ମାରାତ୍ମକ ହୋଇପାରେଭାରତୀୟଙ୍କ ଅଧିକ ଲୁଣ ପ୍ରେମ ସେମାନଙ୍କୁ ରୋଗୀଣା କରୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହୁଛିବିଶ୍ବସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଭାରତୀୟଙ୍କୁ ଏହି ଲୁଣ ପ୍ରେମ ମହଙ୍ଗା ପଡ଼ିପାରେ ।

ସଠିକ ମାତ୍ରାରେ ଲୁଣର ବ୍ୟବହାର ଖାଦ୍ୟକୁ ସୁଆଦିଆ କରିଦିଏ । ଦକ୍ଷିଣ ଭାରତୀୟ ମାନେ ଅଧିକ ରାଗ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି ଯେଉଁଥିରେ ଲୁଣର ମାତ୍ରା ଅତ୍ୟ।ଧିକ ହୋଇଥାଏ । ହେଲେ ଆପଣ ଜାଣନ୍ତି କି ଏହା ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ ? ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ୫ ଗ୍ରାମ ଲୁଣ ସେବନ କରିବା ଉଚିତ୍ WHO ଅନୁସାରେ ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ସେବନ କରିବା ଉଚିତ ନୁହେଁICMR ର ଏକ ଗବେଷଣାରେ ପ୍ରମାଣିତ ହୋଇଛି ଯେ ପ୍ରତି ଭାରତୀୟ ପ୍ରତିଦିନ ୮ ଗ୍ରାମ ଲୁଣ ସେବନ କରିବା ଉଚିତ୍ ଯାହାକି WHO ଦ୍ବାରା ପରାମର୍ଶ ଦିଆଯାଇଥିବା ଲୁଣ ମାତ୍ରା ଠୁ ୩ ପ୍ରତିଶତ ଅଧିକ ।

After 2nd paragraph post ads

ନେଚର ଜର୍ନାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ପୁରୁଷ ମାନେ ୮.୯ ଗ୍ରାମ ଓ ତମ୍ବାକୁ ଖାଉଥିବା ବ୍ୟକ୍ତି ୮.୩ ଗ୍ରାମରୁ ଅଧିକ ଲୁଣ ସେବନ କରିଥାନ୍ତି । ସେହିପରି ମୋଟା ବ୍ୟକ୍ତି ପ୍ରତିଦିନ ୯.୨ ଗ୍ରାମ ଲୁଣ ଖାଉଥିବା ବେଳେ ଉଚ୍ଚ ରକ୍ତଚାପ ବ୍ୟକ୍ତି ୮.୫ ଗ୍ରାମ ଲୁଣ ଖାଇଥାନ୍ତିରିପୋର୍ଟ ଅନୁସାରେ ଯଦି ନିୟମିତ ରୁପେ ୫ ଗ୍ରାମରୁ କମ ଲୁଣ ସେବନ କରନ୍ତି ତେବେ ଉଚ୍ଚ ରକ୍ତଚାପ ଆଶଙ୍କା ୨୫ ପ୍ରତିଶତ ପର୍ଯ୍ୟନ୍ତ କମ ହୋଇଥାଏ ।

Middle post content

ଅଧିକ ଲୁଣ ଖାଉଛନ୍ତି କି ?

ଏହା ଆପଣଙ୍କ ହାର୍ଟ ପାଇଁ ମାରାତ୍ମକ ହୋଇଥାଏ । ଯାହାକି ହୃଦରୋଗ ଆଶଙ୍କାକୁ ବଢାଇ ଦେଇଥାଏ ।

ଅଧିକ ଲୁଣ ଷ୍ଟ୍ରୋକ ବିପଦକୁ ବି ବଢାଇ ଦିଏ । ଯଦି ଆପଣ ଜଙ୍କ ଫୁଡ୍ ଅଧିକ ଖାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏହା ହୃଦଘାତ ସମସ୍ୟା ବଢାଇଦିଏ । ଯଦି ଆପଣଙ୍କ ଉଚ୍ଚ ରକ୍ତଚାପ ରହିଛି ତେବେ ଲୁଣ ଠୁ ଦୂରରେ ରୁହନ୍ତୁ ଆବଶ୍ୟକତା ଠୁ ଅଧିକ ଲୁଣ ସେବନ ତ୍ବଚା ସହ କେଶକୁ ବି କ୍ଷତି ପହଞ୍ଚାଇଥାଏତ୍ବଚା କୁଣ୍ଡାଇ ହେବା ସହ ଆଲର୍ଜି ସମସ୍ୟା ଦେଖାଦିଏଅତ୍ୟ।ଧିକ ଲୁଣ ହାଡ ଦୁର୍ବଳ କରିବା ସହ ଗଣ୍ଠି ଦରଜର ମୁଖ୍ୟ କାରଣ ହୋଇଥାଏ ।ସେହିପରି ଅଧିକ ମାତ୍ରାରେ ଲୁଣ ଖାଇବା ଯୋଗୁଁ କିଡନୀ ସମସ୍ୟାର କାରଣ ହୋଇଥାଏ । ଅଧିକ ଲୁଣ ଖାଇବା ଯୋଗୁଁ କିଡନୀ ବେକାର ହୋଇଯାଇଥାଏ । ତେଣୁ ଖାଇବାରେ ଆଜିଠାରୁ ଲୁଣ ମାତ୍ର। କମ କରନ୍ତୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami