ସପ୍ତାହେ ହେଲା ମହେଶ୍ୱରଙ୍କୁ ଝୁରୁଛି ମାକ୍ସ

Above Post Content

ପୁରୀ: ଆରପାରିରେ ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ମହେଶ୍ୱର ମହାନ୍ତି । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ପୁରୀ ସ୍ୱର୍ଗଦ୍ୱାରରେ ମହେଶ୍ୱର ମହାନ୍ତି ଅମର ରହେ ଧ୍ୱନି ମଧ୍ୟରେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହଜାର ହଜାର ସ୍ଥାନୀୟ ଜନତା, କର୍ମୀ ଓ ରାଜନେତା, ତାଙ୍କ ବାସଭବନ, ପୁରୀ ପାର୍ଟି ଅଫିସ ଓ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମହେଶ୍ୱରଙ୍କ ବିୟୋଗକୁ କେହି ବି ଗ୍ରହଣ କରିପାରୁ ନାହାନ୍ତି । ସେପଟେ ମହେଶ୍ୱରଙ୍କୁ ସପ୍ତାହେ ହେଲା ନଦେଖି ଝୁରି ହେଉଛି ପୋଷା କୁକୁର ମ୍ୟାକ୍ସ । ଖାଇବାପିଇବା ବି ଛାଡ଼ି ଦେଇଛି ।

ମାକ୍ସକୁ ଖୋଇ ଦିଅନ୍ତି ମହେଶ୍ୱର

After 2nd paragraph post ads
Middle post content

ମହେଶ୍ୱରଙ୍କ ସାଥିରେ ରହୁଥିଲା ମାକ୍ସ । ତାକୁ ହାତରେ ଖୋଇ ଦେଉଥିଲେ । ମ୍ୟାକ୍ସ କୁ ଦିନେ ନଦେଖିଲେ ବିଚଳିତ ହୋଇଯାଆନ୍ତି ମହେଶ୍ୱର । ଆଉ ମାକ୍ସ ବି ମହେଶ୍ୱରଙ୍କୁ ନ ଦେଖିଲେ ବିକଳ ହୁଏ । ହେଲେ ସିଏ ଯେ କେମିତି ଜାଣନ୍ତା ଯେ ଆଉ ନାହାଁନ୍ତି ମହେଶ୍ୱର । ଅଫେରନ୍ତା ରାଇଜକୁ ଚାଲି ଯାଇଛନ୍ତି ତାର ପ୍ରିୟର ମଣିଷ । ତାକୁ ଆଉ ପୂର୍ବଭଳି ଗେଲ କରିବେନି କି କଥା ନ ମାନିଲେ ଆକଟ ମଧ୍ୟ କରିବେନି । ଆଉ ଦୋକାନରୁ ଆଣିଥିବା କ୍ଷୀର ସହ ରୁଟି ବୁଡାଇ ନିଜ ହାତରେ ଖୁଆଇ ଦେବେନି । ସିଏ ତ କେବଳ ସ୍ନେହ ରଙ୍କୁଣା ପଶୁଟିଏ । ସେ ବା କେମିତି ଜାଣନ୍ତା ତାକୁ ପିଲା ପରି ଭଲ ପାଉଥିବା ମହେଶ୍ୱର ଆଉ ନାହାନ୍ତି ।

ଖାଇବା ପିଇବା ଛାଡ଼ିଦେଇଛି ମାକ୍ସ

ଅକ୍ଟୋବର ୩୧ ତାରିଖରୁ ଯାଇଛନ୍ତି ଯେ ଯାଇଛନ୍ତି । ମହେଶ୍ୱରଙ୍କୁ ସପ୍ତାହେ ହେଲା ଦେଖିନି ସେ । ଦୁଇ ଦିନ ହେଲା ଖାଇବା ବି ଛାଡିସାରିଲାଣି । ଖାଲି ଏପାଖକୁ ସେପାଖ ଦୌଡୁଛି । ଥୟ ଧରୁନି । ସେ ଖୋଜିବୁଲୁଛି ତାର ସେହି ପ୍ରିୟ ମଣିଷଟିକୁ, କାଳେ ବାବୁ ଚାଲିଆସିବେ । ତା ଦେହ ଆଉଁସି ଦେବେ ପାଣି ପିଆଇ ଦେବେ । ଅଫେରା ରାଇଜକୁ ଚାଲିଯାଇଥିବା ମହେଶ୍ୱର ଯେ ଆଉ ଫେରିବେନି ଏକଥା ମ୍ୟାକ୍ସ କୁ ବୁଝାଇବ ବା କିଏ । ଅନ୍ୟପଟେ ତିନି ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ଥିବା ମହେଶ୍ୱର ମହାନ୍ତି ଏବେ ଇତିହାସ ପାଲଟି ଯାଇଛନ୍ତି । ତାଙ୍କ ଅବର୍ତ୍ତମାନରେ ସ୍ଥାନୀୟ ନେତା ଓ କର୍ମୀ ମୂରବୀ ଶୂନ୍ୟ ମନେ କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami