ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ କୃତ୍ରିମ ବର୍ଷା କରାଯିବ

Above Post Content

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ସାଂଘାତିକ ସ୍ତରକୁ ଚାଲିଯାଇଛି । ପ୍ରଦୂଷଣ ରୋକିବାକୁ ବିଭିନ୍ନ କଟକଣା ଲାଗୁ ହୋଇଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖାଯାଇଛି । ଅନ୍ୟ ରାଜ୍ୟରୁ ଆସୁଥିବା କ୍ୟାବ୍‌ଗୁଡ଼ିକୁ ମଧ୍ୟ ଦିଲ୍ଲୀରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଏଭଳି ସ୍ଥିତିରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ୨୦ ନଭେମ୍ବରରୁ କୃତ୍ରିମ ବର୍ଷା କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଇଆଇଟି କାନପୁର ଏ ସଂକ୍ରାନ୍ତ ଚୂଡ଼ାନ୍ତ ଯୋଜନା ଦିଲ୍ଲୀ ସରକାରଙ୍କୁ ଉପଲବ୍ଧ କରାଇଛି । ଆଇଆଇଟି ଅଧିକାରୀଙ୍କ ସହ ଦିଲ୍ଲୀ ସରକାର କୃତ୍ରିମ ବର୍ଷା ସଂକ୍ରାନ୍ତରେ ଗତକାଲି ଏକ ବୈଠକରେ ଆଲୋଚନା କରିଛନ୍ତି ।

Middle post content

ଭାରତରେ ପ୍ରଥମ ଥର ହେବ ଏହି କୃତ୍ରିମ ବର୍ଷା

After 2nd paragraph post ads

ଆସନ୍ତାକାଲି ଏ ବାବଦରେ ଦିଲ୍ଲୀ ସରକାର ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଇବେ । କୃତ୍ରିମ ବର୍ଷା ହେଉଛି ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଏୟାରକ୍ରାଫ୍‌ଟ ମାଧ୍ୟମରେ ଆକାଶରେ ସିଲ୍‌ଭର ଆୟୋଡାଇଡ ବୁଣି ଦିଆଯାଏ । ଏହି ସିଲ୍‌ଭର ଆୟୋଡାଇଡ ଆକାଶରେ ବାଦଲ ସଂସ୍ପର୍ଶରେ ଆସିବା ମାତ୍ରେ ଦ୍ରୁତ ଗତିରେ ବର୍ଷା ସୃଷ୍ଟିକାରୀ ବାଦଲ ବଢ଼ିଯାଏ ଏବଂ ଏଥିଯୋଗୁଁ ବର୍ଷା ହୋଇଥାଏ । ବୈଜ୍ଞାନିକମାନେ ଏହାକୁ କ୍ଲାଉଡ୍ ସିଡିଙ୍ଗ୍ ମଧ୍ୟ କହିଥାନ୍ତି । ଭାରତରେ ପ୍ରଥମ ଥର ପାଇଁ ଏହି କୃତ୍ରିମ ବର୍ଷା ପାଇଁ ଯୋଜନା କରାଯାଇଛି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଯଦି ୨୦-୨୧ ନଭେମ୍ବରରେ ଆକାଶରେ ମେଘ ରହିବ ଏବଂ ଏ ବାବଦ ଅନୁମୋଦନକୁ ମଂଜୁରି ମିଳିବ ତେବେ ବର୍ଷା କରାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami