ଗୋଟିଏ ଦିନରେ ଲୋକଙ୍କ ସମସ୍ୟାର ହେଲା ସମାଧାନ

Above Post Content

ଭୁବନେଶ୍ୱର : ନବୀନ ପଟ୍ଟନାୟକ ସରକାରଙ୍କ ଇତିହାସ । ଗୋଟିଏ ଦିନରେ ଦୂର ହେଲା ଲୋକଙ୍କ ସମସ୍ୟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଗୁଳ ଜିଲ୍ଲାର କିଶୋର ନଗର ଅନ୍ତର୍ଗତ ବଡପଡିଆ ଓ ଛେଣ୍ଡିପଦାର ବରସାହି ଫିଲ୍ଡରେ ଉପସ୍ଥିତ ଥିବା ଲୋକଙ୍କ ସହ କରିଥିଲେ ଆଲୋଚନା । ପରେ ସମସ୍ୟାର ସମାଧାନ କରିଥିଲେ ।

Middle post content

ଅଭିଯୋଗର ଶୁଣାଣି କରି ପୂରଣ କଲେ ସମସ୍ୟା

After 2nd paragraph post ads

ସେହିପରି ସମ୍ବଲପୁରର ଜାମଦରପଲ୍ଲୀ ଫିଲ୍ଡ ଓ ରେଙ୍ଗାଳି ହାଇସ୍କୁଲ ଫିଲ୍ଡ ଏବଂ ହୀରାକୁଦସ୍ଥିତ ସୁବାସ ମଇଦାନରେ ଉପସ୍ଥିତ ଲୋକଙ୍କ ସହ ଆଲୋଚନା କରିଥିଲେ । ଅଭିଯୋଗର ଶୁଣାଣି କରି ଗୋଟିଏ ଦିନରେ ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ଲାଗି ସମସ୍ତ ପ୍ରକଳ୍ପକୁ ମଞ୍ଜୁର କରାଯାଇଥିଲା । ଅନୁଗୁଳ ଜିଲ୍ଲାର ୨୮୩ଟି ପ୍ରକଳ୍ପ ଲାଗି ୧୦ କୋଟି ୪୭ଲକ୍ଷ ଟଙ୍କା ଏବଂ ସମ୍ବଲପୁର ଜିଲ୍ଲାର ୪୦୮ଟି ପ୍ରକଳ୍ପ ଲାଗି ୧୨ କୋଟି ୫୯ ଲ୍‌କ୍ଷ ଟଙ୍କା ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ପ୍ରକଳ୍ପ ନେଇ ଅନୁରୋଧ କରିଥିବା ଲୋକଙ୍କ ମୋବାଇଲକୁ ବି ମଞ୍ଜୁରୀ ସଂକ୍ରାନ୍ତ ନିର୍ଦ୍ଦେଶନାମା ପଠାଇଦିଆଯାଇଥିଲା । ୫ଟି ଅଧ୍ୟକ୍ଷ ପାଣ୍ଡିଆନ କହିଥିଲେ ଯେ, ଗତବର୍ଷ ଜୁଲାଇରେ ସେ ଅନୁଗୁଳ ଓ ସମ୍ବଲପୁର ଜିଲ୍ଲା ଗସ୍ତ କରିଥିବାବେଳେ ମିଳିଥିବା ଅନୁରୋଧ ଅନୁସାରେ ଦୁଇ ଜିଲ୍ଲାରେ ୮୮୭ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏହା ସହ ସାମାଜିକ ନିରାପତ୍ତା ପେନସନ, ମମତା ଯୋଜନା, ମିଶନ ଶକ୍ତି ଲାଗି ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଥିବା ବିଭିନ୍ନ ସହାୟତା ସୀମା ସମ୍ପର୍କରେ ବି ଅବଗତ କରାଇଥିଲେ ଫାଇଭ-ଟି ଅଧ୍ୟକ୍ଷ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami