ସୌରଭ ଗାଙ୍ଗୁଲିଙ୍କ ନାଁରେ ଅଭିଯୋଗ ଆଣିଲେ ସ୍ତ୍ରୀ

Above Post Content

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନାଁରେ ସ୍ତ୍ରୀ ଡୋନା ଏକ ଅଭିଯୋଗ ଆଣିଛନ୍ତି । ନିକଟରେ ଡୋନା ଗାଙ୍ଗୁଲିଙ୍କୁ ବଙ୍ଗଳା ଟେଲିଭିଜନ ଶୋ’ ଦିଦି ନଂ ୧ ରେ ଦେଖିବାକୁ ମିଳିଥିଲା । ଅଭିନେତ୍ରୀ ରାଖନା ବାନାର୍ଜୀ ଏହି ଶୋ’ର ହୋଷ୍ଟ କରନ୍ତି । ଡୋନା ଗାଙ୍ଗୁଲି ଏଠାରେ ତାଙ୍କ ସ୍ୱାମୀ ସୌରଭ ଗାଙ୍ଗୁଲିଙ୍କ ସହ ଜଡିତ ଅନେକ ରହସ୍ୟ ଖୁଲାସା କରିଥିଲେ ।

Middle post content

ଟିଆରପି ପାଇଁ ମିଛ କହିଥିଲେ ସୌରଭ

After 2nd paragraph post ads

ଡୋନା କହିଛନ୍ତି, ସୌରଭ ଗାଙ୍ଗୁଲି ‘ଦାଦାଗିରି’ ନାମକ ଶୋ’ରେ ଅନେକ ପ୍ରସଙ୍ଗରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଥିଲା । ଗାଙ୍ଗୁଲି ଅନେକ ମିଛ କହୁଥିଲେ, ଯାହା ଦ୍ୱାରା ଟିଆରପି ଭଲ ହୋଇପାରିବ । ଦର୍ଶକମାନେ ମନୋରଞ୍ଜନ କରିବା ଉଚିତ୍ । କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ସେହି ଶୋ’ରେ ଅନେକ ମିଥ୍ୟା କଥା କହୁଥିଲେ । ଡୋନା ଏହା ମଧ୍ୟ କହିଛନ୍ତି, ସୌରଭ ଗାଙ୍ଗୁଲି ବହୁତ ସକରାତ୍ମକ । ସେ ପ୍ରାୟତଃ ମୋ ପାଇଁ କେଉଁ ଶାଢି ପିନ୍ଧିବି ଏବଂ କେଉଁଠାରୁ କିଣିିବି ସେ ବାଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଡୋନା ଗାଙ୍ଗୁଲିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ଡୋନା ଗାଙ୍ଗୁଲିଙ୍କ ବିବାହ ଫେବୃଆରୀ ୧୯୯୭ରେ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami