ଏଆଇ ନେଲା ଚାକିରି, ପେଟିଏମ୍ ହଜାରେ କର୍ମଚାରୀଙ୍କୁ କରିବ ଛଟେଇ

Above Post Content

ମୁମ୍ବାଇ: ଏଣିକି କର୍ମଚାରୀଙ୍କ ସ୍ଥାନ ନେବ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏଆଇ ଦ୍ୱାରା ଅନେକ ଲୋକଙ୍କ ଚାକିରି ଚାଲିଯିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ଏବେ ସତ ପ୍ରମାଣିତ ହୋଇଛି । ଏବେ ଦେଶର ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ବ୍ୟାଙ୍କ ପେଟିଏମ୍ ପ୍ରାୟ ୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି । ସେମାନଙ୍କ କାମ ଏଆଇ କରିବ ବୋଲି କମ୍ପାନି ବି ସ୍ପଷ୍ଟ କରିଛି ।

Middle post content

ଏଆଇ ସହାୟତାରେ ଖର୍ଚ୍ଚ ହେବ ହ୍ରାସ

After 2nd paragraph post ads

କମ୍ପାନିର ଅପରେସନ୍ ଟିମ୍‌, ସେଲ୍ସ ଟିମ୍ ସମେତ ଇଞ୍ଜିନିୟରିଂ ଟିମର ପ୍ରାୟ ୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଉଛି । ପାଖାପାଖି ୧ ମାସ ଧରି କଂପାନି ଏହାର କାର୍ଯ୍ୟରେ ପରିବତ୍ତନ ଉପରେ ଧ୍ୟାନ ଦେଉଛି । ପେଟିଏମ୍ କହିଛି ଯେ ଏଆଇ ର ବ୍ୟବହାର ଦ୍ୱାରା କମ୍ପାନୀର ଅଭିବୃଦ୍ଧି ସମ୍ଭାବନା ଆହୁରି ବୃଦ୍ଧି ପାଇପାରେ । ପେଟିଏମ୍‌ର ଜଣେ ମୁଖପାତ୍ର କହିଛନ୍ତି, ଆମେ ଏଆଇ ଟୁଲ୍ ସାହାଯ୍ୟରେ ଆମର କାର୍ଯ୍ୟକୁ ଆଗକୁ ବଢ଼ାଇବାକୁ ପ୍ରସ୍ତୁତ ହେଉଛୁ, ଯାହାଦ୍ୱାରା କ୍ଷମତା ବୃଦ୍ଧି କରାଯାଇପାରିବ । ଆମର ସମ୍ବଳ ନଷ୍ଟ ହେବ ନାହିଁ । ଏଆଇ ସହାୟତାରେ ଖର୍ଚ୍ଚ ହ୍ରାସ ଓ ଅଭିବୃଦ୍ଧି ବୃଦ୍ଧି ଉପରେ ଧ୍ୟାନ ଦିଆଯାଉଛି । ଏଆଇର ବ୍ୟବହାର କେବଳ ଆମ କାମକୁ ତ୍ୱରାନ୍ୱିତ କରିବ ନାହିଁ, ବରଂ ୧୦ରୁ ୧୫ ପ୍ରତିଶତ କର୍ମଚାରୀଙ୍କ ଖର୍ଚ୍ଚ ମଧ୍ୟ ହ୍ରାସ କରିବ । ଏଆଇ ଟୁଲ୍ ପ୍ରଚଳନ ସହିତ, ଆମେ ସେହି କର୍ମଚାରୀମାନଙ୍କୁ ଛଟେଇ କରିଛୁ ଯେଉଁମାନେ ବର୍ଷ ସାରା ଭଲ ପ୍ରଦର୍ଶନ କରିନାହାଁନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami