ଦ୍ୱାରକାରେ ମହାରାସ କଲେ ୩୭ ହଜାର ମହିଳା

Above Post Content

ନୂଆଦିଲ୍ଲୀ: ଗୁଜୁରାଟର ଦ୍ୱାରକାରେ ୩୭ ହଜାର ମହିଳା ଏକାସାଙ୍ଗରେ ମହାରାସ କରିଛନ୍ତି । ୨୩ ଓ ୨୪ ତାରିଖରେ ଗୁଜରାଟର ଦ୍ୱାରକାରେ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ମହାରାସ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୩୭,୦୦୦ରୁ ଅଧିକ ମହିଳା ନାଲି ପୋଷାକ ପିନ୍ଧି ଏକାଠି ହୋଇଥିଲେ । ଏଥିସହ ମହାରାସ ପରିବେଷଣ କରିଥିଲେ । ଏହି ବିଶାଳ କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏତେ ପରିମାଣର ମହିଳା ଏକତ୍ର ହୋଇ ମହାରାସ କରିବା ସମସ୍ତଙ୍କୁ ଚକିତ କରିଛି ।

Middle post content

ଶ୍ରୀକୃଷ୍ଣଙ୍କ ମୂ୍‌ର୍ତ୍ତି ଧରି ମହିଳା କରିଥିଲେ ନୃତ୍ୟ

After 2nd paragraph post ads

ବନାସୁରଙ୍କ କନ୍ୟା ତଥା ଭଗବାନ ଶ୍ରୀକୃଷ୍ଣଙ୍କ ବୋହୂ ଉଷାଙ୍କ ରଚିତ ରାସର ସ୍ମୃତିକୁ ସମର୍ପିତ ଏହି କାର୍ଯ୍ୟକ୍ରମରେ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ନେଇ ମହିଳାମାନେ ଏକତ୍ର ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅହିର ସମ୍ପ୍ରଦାୟର ହଜାର ହଜାର ମହିଳା ଭଗବାନ ଶ୍ରୀକୃଷ୍ଣଙ୍କ ମୂ୍‌ର୍ତ୍ତି ପରିକ୍ରମା କରି ନୃତ୍ୟ ପରିବେଷଣ କରିଥିଲେ । ଏହାକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ଅଖିଳ ଭାରତୀୟ ଅହିରାଣୀ ମହାରାଷ୍ଟ୍ର ସଂଗଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଏସିସି ସିମେଣ୍ଟ କମ୍ପାନିର ନନ୍ଦଧାମ ପରିସରରେ ଅନୁଷ୍ଠିତ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami