‘ମୁଡ୍ ଅଫ୍ ଦି ନେସନ’ରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

Above Post Content

ଭୁବନେଶ୍ୱର: ଲୋକପ୍ରିୟତାରେ ପୁଣି ୧ନଂ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଲୋକପ୍ରିୟତାରେ ସବୁଠୁ ଆଗରେ । ଇଣ୍ଡିଆ ଟୁଡେ ମୁଡ ଅଫ ଦ ନେଶନ ସର୍ଭେରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ।

Middle post content

ନବୀନଙ୍କ କାମରେ ଲୋକେ ବେଶ୍ ସନ୍ତୁଷ୍ଟ

After 2nd paragraph post ads

ସଦ୍ୟ ସର୍ଭେ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନଙ୍କୁ ରାଜ୍ୟର ୫୨.୭% ଲୋକେ ପସନ୍ଦ କରୁଛନ୍ତି । ଓଡ଼ିଶାରେ ସର୍ଭେ ଟିମ୍ ୩୭୬୦ଜଣଙ୍କ ମତ ନେଇଥିଲା । ସେଥିରୁ ୫୨.୭% ଲୋକେ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ କାମରେ ବେଶ୍ ସନ୍ତୁଷ୍ଟ ଥିବା ମତ ରଖିଥିଲେ । ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଜାତୀୟ ଗଣମାଧ୍ୟମ ସଂସ୍ଥାର ଏହି ସର୍ଭେରେ ନବୀନଙ୍କ ଲୋକପ୍ରିୟତା ଦେଖି ବିଜେଡିର ବଳ ବଢ଼ିଛି । ସର୍ଭେ ତାଲିକାର ଦ୍ୱିତୀୟରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ ଭାବେ ଯୋଗୀଙ୍କ କାର୍ଯ୍ୟରେ ଉତ୍ତରପ୍ରଦେଶର ୫୧.୩% ଲୋକେ ଖୁସ୍ ଅଛନ୍ତି । ସେହିପରି ତୃତୀୟରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆସାମର ୪୮.୬% ଲୋକେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ । ଚତୁର୍ଥ ସ୍ଥାନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ । ତାଙ୍କୁ ୪୨.୬% ଲୋକ ପସନ୍ଦ କରୁଛନ୍ତି । ପଞ୍ଚମରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା । ତାଙ୍କର ଲୋକପ୍ରିୟତା ହାର ରହିଛି ୪୧.୪% । ଷଷ୍ଠ ସ୍ଥାନରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ , ସପ୍ତମ ସ୍ଥାନରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ଅଷ୍ଟମ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌, ନବମରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami