ଯୁଦ୍ଧସ୍ମାରକୀ ପ୍ରତିମୂର୍ତ୍ତିକୁ ଅସମ୍ମାନ କରି ଯୁବତୀ ଗଲେ ଜେଲ୍

Above Post Content

ମସ୍କୋ: ବିଖ୍ୟାତ ଯୁଦ୍ଧସ୍ମାରକୀ ପ୍ରତିମୂର୍ତ୍ତିର ଶରୀରକୁ ସ୍ପର୍ଶ କରି ଭିଡିଓ କରିବା ଯୁବତୀଙ୍କୁ ମହଙ୍ଗା ପଡ଼ିଛି । ଏହି ଭିଡ଼ିଓକୁ ସେୟାର କରିବା ଅପରାଧରେ ରୁଷୀୟ ଯୁବତୀଙ୍କୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Middle post content

ଯୁବତୀ ମସ୍କୋରୁ ହେଲେ ଗିରଫ

After 2nd paragraph post ads

ଦୁଇଟି ବିଶ୍ୱଯୁଦ୍ଧରେ ଲଢାଯାଇଥିବା ଦୁଇଟି ସ୍ମରଣୀୟ ସ୍ଥାନ ମଧ୍ୟରେ ଅନ୍ୟତମ ଭୋଲ୍‌ଗୋଗ୍ରାଦ୍‌ରେ ୨୭୯ ଫୁଟ୍ ଉଚ୍ଚର ଏକ ପ୍ରତିମୂର୍ତ୍ତି ରହିଛି । ଇନ୍‌ଫ୍ଲୁଏନ୍‌ସର’ ଆଲେନା ଆଗାଫୋନୋଭା ପ୍ରତିମୂର୍ତ୍ତିର ଛାତିକୁ ସ୍ପର୍ଶ କରୁଥିବା ବେଳେ ଭିଡ଼ିଓ ବନାଇଥିଲେ । ଏହି ଭିଡ଼ିଓକୁ ସେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ‘ଦି ମର୍ଦଲ୍ୟାଣ୍ଡ୍ କଲ୍ସ୍‌’ ନାମକ ଖଣ୍ଡା ଉଠାଇଥିବା ଜଣେ ମହିଳାଙ୍କ ପ୍ରତିମୂର୍ତ୍ତିର ବକ୍ଷରେ ଆଗାଫୋନୋଭା ଆଙ୍ଗୁଠି ମାରୁଛନ୍ତି । ସେହି ସମୟରେ ବ୍ୟାକ୍‌ଗ୍ରାଉଣ୍ଡ୍‌ରୁ ଶୁଭୁଛି ଗୁଣୁଗୁଣୁ ଓ ହସ ଶବ୍ଦ । ତା’ ସହିତ ଗୋଟାଏ ଲାଫିଙ୍ଗ୍ ‘ଇମୋଜି’ ମଧ୍ୟ ରହିଛି । ଏହି ଭିଡ଼ିଓକୁ ଦେଖିବା ପରେ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା । ପରେ ଏହାକୁ ସେ ରୁଷ୍‌ରେ ଔପଚାରିକ ଭାବେ ନିଷିଦ୍ଧ କରାଯାଇଥିବା ‘ଇନ୍‌ଷ୍ଟାଗ୍ରାମ୍‌’ରେ ଅପ୍‌ଲୋଡ୍ କରିଛନ୍ତି । ଆଗାଫୋନୋଭା ରୁଷ୍‌ର ‘ମୋଷ୍ଟ ୱାଣ୍ଟେଡ୍‌’ ତାଲିକାଭୁକ୍ତ ହେବା ପରେ ଶ୍ରୀଲଙ୍କାରେ ଶରଣ ନେଇଥିଲେ । କିନ୍ତୁ, ସମ୍ପ୍ରତି ସେ ରୁଷ୍‌କୁ ଫେରି ଆସିଥିବାରୁ ତାଙ୍କୁ ମସ୍କୋରୁ ଗିରଫ କରାଯାଇ ଭୋଲ୍‌ଗୋଗ୍ରାଦ୍ ଅଣାଯାଇଛି । ସରକାରୀ କର୍ତ୍ତୃପକ୍ଷମାନେ ତଦନ୍ତ ଚଳାଇଥିବାରୁ ସେ ୨ ମାସ ପର୍ଯ୍ୟନ୍ତ ଅଟକ ରହିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami