ଅନ୍ଧାର ରାତିରେ ପ୍ରକୃତିର ମଜା ନେବେ ପର୍ଯ୍ୟଟକ

Above Post Content

ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ନାଇଟ ସଫାରୀ । ଚନ୍ଦକା- ଡମପଡ଼ା ଅଭୟାରଣ୍ୟରେ ଆରମ୍ଭ ହୋଇଛି ଏହି ନାଇଟ୍ ସଫାରୀ । ଚନ୍ଦକା –ଡମପଡ଼ା ଅଭୟାରଣ୍ୟରେ ପରିବେଶ ପର୍ଯ୍ୟଟନ ବିକାଶ ଦିଗରେ ଏହି ପଦକ୍ଷେପ ନିଆଯାଇଛି । ପୂର୍ବରୁ ଜଙ୍ଗଲ ସଫାରୀ ଦିନରେ ଚାଲୁଥିବା ବେଳେ ସୋମବାର ରାତିରେ ଜଙ୍ଗଲ ବୁଲିଛନ୍ତି କୁନି କୁନି ସ୍କୁଲ ଛାତ୍ରୀ । ପିସିସିଏଫ୍ ସୁଶାନ୍ତ ନନ୍ଦ ନାଇଟ୍ ସଫାରୀର ଶୁଭାରମ୍ଭ କରିଥିଲେ । ପରେ ୧୨ଟି ଗାଡିରେ ଛାତ୍ରଛାତ୍ରୀଙ୍କୁ ରାତିରେ ଜଙ୍ଗଲ ବୁଲାଯାଇଥିଲା । ଅଭୟାରଣ୍ୟର ଜୈବ ବିବିଧତା ରକ୍ଷା କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଜୀବିକା ପ୍ରଦାନ ଲକ୍ଷ୍ୟରେ ଏପରି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି ।

Middle post content

ପର୍ଯ୍ୟଟକ ଘଣ୍ଟାକରେ ବୁଲିବେ ୧୯ କିମି 

After 2nd paragraph post ads

ରାତ୍ରିରେ ରହିବା ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି । ପର୍ଯ୍ୟଟକମାନେ ଅନ୍ଧାର ପରେ ମଧ୍ୟ କିପରି ପ୍ରକୃତିର ମଜା ନେଇ ପାରିବେ ତାହାର ବ୍ୟବସ୍ଥା କରାଯାଇଛି । ରାତି ୯ ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ସଫାରୀର ମଜା ନେଇପାରିବେ । ରାତି ୯ଟାରୁ ସକାଳ ସାଢ଼େ ୯ ପର୍ଯ୍ୟନ୍ତ ସଫାରୀ ବନ୍ଦ ରହିବ । ଅନ୍ୟପଟେ ଏହି ସଫାରୀ ପାଇଁ ଯେପରି ବନ୍ୟପ୍ରାଣୀମାନେ ହଇରାଣ ନ ହୁଅନ୍ତି, ସେଥି ପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯିବ । ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳକୁ ପର୍ଯ୍ୟଟକଙ୍କୁ ବାରଣ ରହିଛି । ଏକ ଘଣ୍ଟା ମଧ୍ୟରେ ପ୍ରାୟ ୧୯ କିଲୋମିଟର ପର୍ଯ୍ୟନ୍ତ ବୁଲିବାର ମଜା ନେଇପାରିବେ ପର୍ଯ୍ୟଟକ । ଚନ୍ଦକା- ଡମପଡ଼ା ଅଭୟାରଣ୍ୟରେ ନାଇଟ୍ ସଫାରୀ ଆରମ୍ଭ ହେବା ପରେ ରାଜଧାନୀବାସୀ ଉଭୟ ଅନଲାଇନ ଏବଂ ଅଫଲାଇନରେ ଟିକଟ୍ ଲାଗି ଆବେଦନ କରିପାରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ସପ୍ତାହକୁ ୩ ଦିନ ନାଇଟ ସଫାରୀ ଚାଲିବ । ପ୍ରଥମ ବ୍ୟାଚ ସନ୍ଧ୍ୟା ୬.୩୦ ଏବଂ ଦ୍ୱିତୀୟ ବ୍ୟାଚ ସନ୍ଧ୍ୟା ୭ଟା ୩୦ରେ ଛାଡ଼ିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami