ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ନବୀନ : କହିଲେ ସାଢ଼େ ୪ କୋଟି ମୋର ପରିବାର

Above Post Content

ବ୍ରହ୍ମପୁର : ୨୦୨୪ ନିର୍ବାଚନ ମହାସମର ନିମନ୍ତେ ଆଜି ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ବିଧିବଦ୍ଧ ଭାବରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଏଠାରେ ବିଜୟର ଶଙ୍ଖନାଦ କରି ପ୍ରଚାର ଅନୁକୂଳ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହିତ ଦଳର ବରିଷ୍ଠ ନେତା ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ହିଞ୍ଜିଳି ଗସ୍ତ କରିଛନ୍ତି । ପୂର୍ବାହ୍ନ ସାଢେ ୧୦ଟା ରେ ହିଞ୍ଜିଳିରେ ପହଞ୍ôଚ ଜନ ସମାବେଶରେ ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ । ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର । ଏମାନଙ୍କ ପାଇଁ କାମ କରି ଚାଲିଛି, ଶେଷ ଯାଏ କରିବି । ମିଶନ ଶକ୍ତି ମାଆ ମାନେ ଉଦ୍ୟୋଗୀ ହେଲେଣି । ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରଣ ହେବ । ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ । ଏହା ପରେ ଶେରଗଡ଼ରେ ମାରାଥନ ଜନସମାବେଶରେ ଯୋଗ ଦେଇଥିଲେ ।

Middle post content

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଗଞ୍ଜାମବାସୀ ବେଶ୍ ଉତ୍ସାହିତ

After 2nd paragraph post ads

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ହିଞ୍ଜିଳି ଓ ଶେରଗଡ଼ରେ ବିଜେଡି କର୍ମୀ ଓ କର୍ମକର୍ତ୍ତାମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତିି । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲାଗି ଗଞ୍ଜାମବାସୀ ସମସ୍ତ ପ୍ରସ୍ତୁତି କରିଥିଲେ । ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ଭେଟିବା ପାଇଁ ହିଞ୍ଜିଳିବାସୀଙ୍କ ମନରେ ନୂଆ ଉନ୍ମାଦନା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ପ୍ରତିଟି କାର୍ଯ୍ୟରେ ଗଞ୍ଜାମ ଜିଲ୍ଲାରୁ ଗୁରୁତ୍ୱ ଦେଉଥିବା ବେଳେ ଅନେକ ‘ମିଶନ’ ଏହିଠାରୁ ଆରମ୍ଭ କରିଥାନ୍ତି । ଏହି ଦୃଷ୍ଟିରୁ ୨୦୨୪ ନିର୍ବାଚନର ପ୍ରଥମ ପ୍ରଚାର ସେ ନିଜ ପ୍ରତିନିଧିତ୍ୱ ଜିଲ୍ଲା ଗଞ୍ଜାମରୁ ଆରମ୍ଭ କରିଛନ୍ତି । ଏନେଇ ବିଜୁ ଜନତା ଦଳର କର୍ମୀ, ନେତା ଓ ସାଧାରଣ ଜନତାଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଭରି ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଜନସମାଗମ ହୋଇଛି । ଏନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami