ଅମର ଶତପଥୀ ହେଲେ ଦଳର ବରିଷ୍ଠ ଉପସଭାପତି, ଶ୍ରୀମୟୀ କାର୍ଯ୍ୟକାରୀ ସଭାପତି

Above Post Content

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ନେତାଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି । ଦଳର ବରିଷ୍ଠ ନେତା ତଥା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବରିଷ୍ଠ ଉପସଭାପତି ଭାବେ ଦାୟିତ୍ୱ ଦେଇଛନ୍ତି । ସେହିପରି ସରୋଜ ସାମଲଙ୍କୁ ବରିଷ୍ଠ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନୂଆ ଦାୟିତ୍ୱ ମିଳିଥିବା ବେଳେ ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ରଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ପ୍ରଶାନ୍ତ ସେଠୀଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି ।

Middle post content

ନେତା ତୁଲାଇବେ ନୂଆ ଦାୟିତ୍ୱ

After 2nd paragraph post ads

ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କୁ ଦଳ କଳାହାଣ୍ଡି ଜିଲ୍ଲା ବିଜେଡି ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରିଛି । ରାଜେଶ ଦାସଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡିର ନିର୍ବାଚନ ସଂଯୋଜକ ଭାବେ ଦାୟିତ୍ୱ ମିଳିଥିବା ବେଳେ ଦୁର୍ଗାଶିଷ ମହାନ୍ତି କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ନିର୍ବାଚନ ସଂଯୋଜକ ଦାୟିତ୍ୱ ଦିଆଯାଇଛି । ସେହିପରି ରଶ୍ମି ରଞ୍ଜନ ଦାସଙ୍କୁ ପାରାଦୀପ ବିଧାନସଭା ଆସନରେ ବିଜୁ ଯୁବ ଜନତା ଦଳର ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତି ମିଳିଥିବା ବେଳେ ଆଶିଷ କୁମାର ଜେନା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିବେ । ରଶ୍ମିରେଖା ମଲ୍ଲିକ ପାରାଦୀପ ବିଧାନସଭା ଆସନରେ ବିଜୁ ଛାତ୍ର ଜନତା ଦଳର ନିର୍ବାଚନ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇବେ । ଅପରପକ୍ଷେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ଟାଉନରେ ନୂଆ ବିଜେଡି ସଭାପତି ନିଯୁକ୍ତି କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦକ୍ରମେ ଏମ. ଚନ୍ଦ୍ରଶେଖରଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami