୨୪ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

Above Post Content

ଭୁବନେଶ୍ୱର : ଆସନ୍ତାକାଲି ହିଞ୍ଜିଳିରୁ ପ୍ରଚାର ଅନୁକୂଳ କରିବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ତାଙ୍କ ସହ ଦଳର ବରିଷ୍ଠ ନେତା ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ପ୍ରଚାର ପାଇଁ ହିଞ୍ଜିଳି ଗସ୍ତ କରିବେ । ୨୪ ତାରିଖ ପୂର୍ବାହ୍ନ ସାଢେ ୧୦ଟାରେ ହିଞ୍ଜିଳିରେ ଏକ ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ଏହାପରେ ସେ ସାଢେ ୧୧ଟାରେ ଶେରଗଡ଼ରେ ଏକ ଜନସଭାରେ ଉଦ୍‌ବୋଧନ ଦେବେ ।

୩୦ରେ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ

After 2nd paragraph post ads
Middle post content

ମୁଖ୍ୟମନ୍ତ୍ରୀ ଆସନ୍ତା ୩୦ ତାରିଖରେ ହିଞ୍ଜଳି ବିଧାନସଭା ଆସନ ନିମନ୍ତେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । ଏହା ପୂର୍ବରୁ ସେ ତାରାତାରିଣୀଙ୍କ ଦର୍ଶନ କରିବେ । ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ପରେ ଚିକିଟିରେ ଏକ ସମାବେଶକୁ ସମ୍ବୋଧନ କରିବେ । ସେହିପରି ୧ ତାରିଖରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଖଲ୍ଲିକୋଟ, ଦିଗପହଣ୍ଡି, ଛତ୍ରପୁର ଓ ଆସିକା ଲୋକସଭା ଆସନ ଅନ୍ତର୍ଗତ କବିସୂର୍ଯ୍ୟନଗରରେ ନିର୍ବାଚନ ପ୍ରଚାର କରିବେ । ୩ ତାରିଖରେ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଭଞ୍ଜନଗର, ଆସିକା ଲୋକସଭା ଆସନ ଅନ୍ତର୍ଗତ ପୋଲସରା, ସାନଖେମୁଣ୍ଡି ଓ ସୋରଡ଼ା, ୬ ତାରିଖରେ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଗୋପାଳ ଓ ଆସିକା ଲୋକସଭା ଆସନ ଅନ୍ତର୍ଗତ ଆସିକାରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ । ୭ ତାରିଖରେ ମୁଖ୍ୟମନ୍ତ୍ରୀ ଶେରଗଡ଼, ହିଞ୍ଜିଳି, ବ୍ରହ୍ମପୁରରେ ୩ଟି ରୋଡ଼୍ ଶୋ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ବିକାଶମୂଳକ କାର୍ଯ୍ୟ ପାଇଁ ଲୋକପ୍ରିୟତା ପାଇଛି ବିଜେଡ଼ି

ସେହିପରି ୯ ତାରିଖରେ ଗୋପାଳପୁରରେ ମଧ୍ୟ ଏକ ରୋଡ଼୍ ଶୋରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ‘ନବୀନ ଓଡ଼ିଶା’ ଓ ‘୫-ଟି’ ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଯୋଗ ଦେବେ । ରାଜ୍ୟ ସରକାରଙ୍କ ବ୍ୟାପକ ବିକାଶମୂଳକ କାର୍ଯ୍ୟ, ଜନକଲ୍ୟାଣକାରୀ ଯୋଜନା ବିଶେଷକରି ୫-ଟି ଅଧିନରେ ଚାଲିଥିବା ରୂପାନ୍ତରଣ ବିଜେଡିକୁ ଲୋକପ୍ରିୟତା ଆଣି ଦେଇଛି । ଏକ ନୂତନ, ସଶକ୍ତ ଏବଂ ନବୀନ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଅହରହ ଉଦ୍ୟମ ଚଳାଇଥିବା ବେଳେ ଆସନ୍ତା ସାଧାରଣ ନିର୍ବାଚନରେ ଲୋକଙ୍କ ସମର୍ଥନ ହାସଲ କରିବାକୁ ପ୍ରଚାର ମୌଦାନକୁ ଓହ୍ଲାଇବେ । ପୂର୍ବରୁ ସାଂଗଠନିକ ସ୍ତରରେ ବେଶ୍ ଶକ୍ତିଶାଳୀ ଥିବା ବିଜେଡି ନିର୍ବାଚନୀ ପ୍ରସ୍ତୁତିଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ବିରୋଧୀଙ୍କ ଠାରୁ ଚାରିପାଦ ଆଗରେ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami