ରାମ ମନ୍ଦିର ଟ୍ରଷ୍ଟକୁ ଦାନ ଦେଲେ ଅମ୍ବାନୀ ପରିବାର

Above Post Content

ଅଯୋଧ୍ୟା: ଦୀର୍ଘ ୫୦୦ ବର୍ଷ ସଂଘର୍ଷର ଅବସାନ ଘଟିଛି । ସୋମବାର ଅଯୋଧ୍ୟାରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଭଗବାନଙ୍କ ସୁନ୍ଦର ଓ ଦିବ୍ୟ ମୂର୍ତ୍ତି ସମସ୍ତଙ୍କୁ ଆକର୍ଷିତ କରିଛି । ଏହି ସମାରୋହରେ ନେତା, ସେଲିବ୍ରିଟ୍‌,ଖେଳାଳିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ହେଲେ ସମସ୍ତଙ୍କ ନଜର ଥିଲା ଅମ୍ବାନୀ ପରିବାର ଉପରେ । ମୁକେଶ ଅମ୍ବାନୀ ତାଙ୍କ ପତ୍ନୀ ନୀତା ଅମ୍ବାନୀ, ଝିଅ ଇଶା ଅମ୍ବାନୀ, ଜ୍ୱାଇଁ ଆନନ୍ଦ ପିରାମଲ, ପୁଅ ଆକାଶ-ଅନନ୍ତଙ୍କ ସମେତ ୨ବୋହୂଙ୍କୁ ନେଇ ରାମ ମନ୍ଦିରରେ ପହଞ୍ଚିଥିଲେ ।ପୁରା ପରିବାର ପ୍ରଭୁ ରାମଙ୍କର ଦର୍ଶନ କରିବା ସହ ମନ୍ଦିର କାମ ପାଇଁ କିଛି ଟଙ୍କା ଦାନ କରିଥିବା ଜଣାପଡ଼ିଛି । ରାମ ମନ୍ଦିର ଟ୍ରଷ୍ଟକୁ ଅମ୍ବାନୀ ପରିବାର ୨.୫୧କୋଟି ଟଙ୍କାର ଦାନ ଦେଇଛନ୍ତି ।

Middle post content

ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ କରିଛନ୍ତିି ଦାନ

After 2nd paragraph post ads

କେବଳ ଅମ୍ବାନୀ ପରିବାର ନୁହେଁ, ଏହି ମନ୍ଦିରକୁ ଦେଶବିଦେଶରୁ ଶ୍ରଦ୍ଧାଳୁମାନେ ବିଶେଷ ଉପହାରମାନ ପ୍ରଦାନ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ୧୦୮ ଫୁଟ ଲମ୍ବର ଧୂପକାଠି, ୨୪ କ୍ୱିଣ୍ଟାଲ ଓଜନର ଘଣ୍ଟି, ୧୧ କ୍ୱିଣ୍ଟାଲ୍ ଓଜନର ବିଶାଳ ଦୀପ, ସୁନାର ଅଳଙ୍କାର, ସୁନାର କଠଉ, ୧୦ ଫୁଟ୍ ଉଚ୍ଚର ତାଲା, ଏକକାଳୀନ ୮ଟି ଦେଶର ସମୟ ସୂଚାଉଥିବା ଘଣ୍ଟା । ସେହିପରି ନେପାଳର ଜନକପୁରରେ ଥିବା ମାତା ଜାନକୀଙ୍କ ଜନ୍ମସ୍ଥାନରୁ ମଧ୍ୟ ୩୦ଟି ଗାଡ଼ିରେ ରୁପାର କଠଉ ସମେତ ବିଭିନ୍ନ ପୋଷାକପତ୍ର ଓ ଅଳଙ୍କାର ଆଦି ୩,୦୦୦ ଉପହାର ପ୍ରଦାନ କରାଯାଇଛି । ଶ୍ରୀଲଙ୍କାର ଅଶୋକ ବାଟିକାରୁ ଏକ ଶିଳାଖଣ୍ଡ ଆସିଛି । ଏସବୁ ଭିତରେ ଅଯୋଧ୍ୟାର ଶ୍ରୀରାମ ମନ୍ଦିରକୁ ସୁରଟର ଜଣେ ହୀରା ବ୍ୟବସାୟୀ ୧୦୧ କେଜି ସୁନା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି । ସୁରଟର ପ୍ରସିଦ୍ଧ ହୀରା କାରଖାନା ଚଳାଉଥିବା ଦିଲ୍ଲୀପ କୁମାର ଭି ଲକ୍ଷିଙ୍କ ପରିବାର ଅଯୋଧ୍ୟା ରାମ ମନ୍ଦିର ଦ୍ୱାରରେ ସୁନା ପାଇଁ ବ୍ୟବହୃତ ହେବାକୁ ଥିବା ୧୦୧ କେଜି ସୁନା ଦାନ କରିଛନ୍ତି । ଏହି ଦାନ ଆଜି ପର୍ଯ୍ୟନ୍ତ ମନ୍ଦିର ଟ୍ରଷ୍ଟକୁ ମିଳିଥିବା ସବୁଠାରୁ ବଡ଼ ଦାନ । ରାମ ଜନ୍ମଭୂମି ମନ୍ଦିରର କବାଟ, ଗର୍ଭଗୃହ, ତ୍ରିଶୂଳ, ଡମରୁ ଓ ସ୍ତମ୍ଭଗୁଡ଼ିକରେ ଛାଉଣି ପାଇଁ ଏହି ସୁନା ବ୍ୟବହାର କରାଯାଇଛି । ଗର୍ଭଗୃହର ଦ୍ୱାର ସହିତ ମନ୍ଦିରର ତଳ ମହଲାରେ ୧୪ଟି ସୁବର୍ଣ୍ଣ ଦ୍ୱାର ସ୍ଥାପନ କରାଯାଇଛି । ଏଥିସହିତ ଅନେକ ଅଭିନେତା ଅଭିନେତ୍ରୀ ମଧ୍ୟ ରାମ ମନ୍ଦିରକୁ ଦାନ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami