ରାମ ମନ୍ଦିର କାର୍ଯ୍ୟରେ ଲିପ୍ତ ଶ୍ରମିକଙ୍କ ଉପରେ ପୁଷ୍ପ ବର୍ଷା କଲେ ପ୍ରଧାନମନ୍ତ୍ରୀ

Above Post Content

ନୂଆଦିଲ୍ଲୀ: ସୋମବାର ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଛି ରାମ ମନ୍ଦିର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶ ତଥା ବିଶ୍ୱର ଅଧିକାଂଶ ବଡ ବ୍ୟକ୍ତିତ୍ୱ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିର ନିର୍ମାଣରେ ସାମିଲ ହୋଇଥିବା ଶ୍ରମିକଙ୍କ ଉପରେ ପୁଷ୍ପ ବର୍ଷା କରିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ରାମ ମନ୍ଦିର ପରିସରରେ ଜଟାୟୁ ମୂର୍ତ୍ତି ଉପରେ ଫୁଲ ଚଢାଇଥିଲେ । ଏବଂ ଅଯୋଧ୍ୟା ଧାମରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।

ଶ୍ରମିକଙ୍କ କାର୍ଯ୍ୟକୁ ଖୁବ୍ ପ୍ରଶଂସା କଲେ

After 2nd paragraph post ads
Middle post content

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ସାମିଲ ଥିବା ଶ୍ରମିକଙ୍କୁ ଭେଟିଥିଲେ । ମନ୍ଦିର ପାଇଁ ଶ୍ରମିକଙ୍କ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଥିଲେ । ଏହି ଅବସସରେ ସେ ହାତରେ ଏକ ଗୋଲାପ ଫୁଲ ବୋଝେଇ ଟୋକେଇ ଧରି ଶ୍ରମିକଙ୍କ ଉପରେ ପୁଷ୍ପ ବର୍ଷା କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଆପଣମାନଙ୍କ ଶ୍ରମ ଦାନରେ ଏହି ମନ୍ଦିର ପ୍ରତିଷ୍ଠା ହେବା ସମ୍ଭବ ହୋଇପାରିଛି । ଏଥିରେ ଆପଣମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏବେ ସୁଦ୍ଧା ଆପଣମାନଙ୍କୁ ଭଗବାନଙ୍କ ଆଶୀର୍ବାଦ ମିଳୁଥିଲା । ଏବେ ସାରା ଦେଶର ଆଶୀର୍ବାଦ ମିଳୁଛି । ଉଲ୍ଲେଖଯୋଗ୍ୟ ଯେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏବେ ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଛି ଏବଂ ଏହାପରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ଏବେ ବି ଅନେକ କାମ ବାକି ରହିଛି । ରାମ ମନ୍ଦିର ନିର୍ମାଣରେ ବଡ଼ ସଂଖ୍ୟାରେ ଶ୍ରମିକ ଲାଗିଛନ୍ତି, ଯେଉଁମାନେ ଦିନ-ରାତି ପରିଶ୍ରମ କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami