ବିଧାନସଭା ମୌସୁମୀ ଅଧିବେଶନ: ଆଜି ପାରିତ ହେବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ

Above Post Content

ଭୁବନେଶ୍ୱର: ଦୁଇ ଦିନ ପରେ ଆଜି ପୁଣି ସରଗରମ ହୋଇପାରେ ବିଧାନସଭାର ମୌସୁମୀ ଅଧିବେଶନ । ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ବିଧାନସଭା ଆରମ୍ଭ ଦିନଠୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହୁଛି । ଆଜି ପଞ୍ଚାୟତରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନିର୍ମାଣ ପୌର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସମେତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଶ୍ନକାଳ ରହିଛି । ତେବେ ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପି ଗୃହକୁ ଅଚଳ କରିପାରେ । ତେବେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ଚାଲିବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ବିଧାନସଭା ସରଗରମ ରହିବ ବୋଲି ଆଶା କରାଯାଉଛି ।

Middle post content

ଆଜି ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବ । କିଛିଦିନ ପୂର୍ବରୁ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଦୁଇ ବିଜେପି ବିଧାୟକ ଡାଲି ଫିଙ୍ଗିଥିବାର ଅଭିଯୋଗ ହୋଇଥିଲା । ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା ପରେ ବିଜେପି ସଦସ୍ୟ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡ଼ାଲି ମାଡ଼ କରିଥିବାର ସୂଚନା ମିଳିଥିଲା । ଏନେଇ ଦୁହିଁଙ୍କୁ ବିଧାନସଭାରୁ ସସ୍‌ପେଣ୍ଡ କରାଯାଇଛି । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଗୃହକୁ ସ୍ୱାଭାବିକ ଭାବେ ଚାଲିବାକୁ ଅପିଲ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ଅନ୍ୟପଟେ ମୌସୁମୀ ଅଧିବେଶନ ଶେଷ ହେବାକୁ ଗୋଟିଏ ଦିନ ବାକି ଥିବାରୁ ଆଜି ଗୃହ ପୁଣିଥରେ କମ୍ପିବ ନା ସ୍ୱାଭାବିକ ହେବ ତା ଉପରେ ସଭିଙ୍କ ନଜର ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami