୩ ମାସ ପର୍ଯ୍ୟନ୍ତ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ବନ୍ଦ

Above Post Content

ନୂଆଦିଲ୍ଲୀ: ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହ ରବିବାର କଥାବାର୍ତ୍ତା କରିଛନ୍ତି । ଏହି ଅବସରରେ ସେ ଡ୍ରୋନ୍ ଦିଦିଙ୍କ ସହ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ଦେଶରେ ନମୋ ଦିଦି ଡ୍ରୋନ୍ ଉପରେ ଆଲୋଚନା ହେଉଛି । ମହିଳା ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ଆଗରେ ଅଛି । ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘କିଛି ଦିନ ପରେ ମାର୍ଚ୍ଚ ୮ରେ ଆମେ ମହିଳା ଦିବସ ପାଳନ କରିବୁ । ଏହି ବିଶେଷ ଦିନ ଦେଶର ବିକାଶରେ ମହିଳାଙ୍କ ଅବଦାନକୁ ନମସ୍କାର କରିବାର ସୁଯୋଗ ପ୍ରଦାନ କରିଥାଏ ।

Middle post content

କାର୍ଯ୍ୟକ୍ରମ କରିବେନି ବୋଲିି ସୂଚନା ଦେଲେ ମୋଦି

After 2nd paragraph post ads

ମହାନ କବି ଭରତିୟାର କହିଛନ୍ତି, ଯେତେବେଳେ ମହିଳାମାନଙ୍କୁ ସମାନ ସୁଯୋଗ ଦିଆଯିବ ସେତେବେଳେ ବିଶ୍ୱରେ ଫୁଲଫଳରେ ଭରିଯିବ । ଏହା ‘ମନ୍ କି ବାତ୍‌’ର ୧୧୦ ତମ ଏପିସୋଡ୍ ଥିଲା । ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି, ମାର୍ଚ୍ଚରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ହେତୁ ଆଚରଣ ବିଧି କାର୍ଯ୍ୟକାରୀ ହେବ, ତେଣୁ ଆସନ୍ତା ୩ ମାସ ପାଇଁ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ପ୍ରସାରଣ ହେବ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami