ବିନା ଡ୍ରାଇଭରରେ ୭୦ କିଲୋମିଟର ଚାଲିଲା ମାଲବାହୀ ଟ୍ରେନ୍‌

Above Post Content

ନୂଆଦିଲ୍ଲୀ: ବିନା ଡ୍ରାଇଭରରେ ଚାଲିଲା ଜମ୍ମୁ-କଶ୍ମୀରରୁ ପଞ୍ଜାବ ପର୍ଯ୍ୟନ୍ତ ଟ୍ରେନ । ଏମିତି କି ଟ୍ରେନଟି ବିନା ଡ୍ରାଇଭରରେ ୭୦ କିଲୋମିଟରରୁ ଅଧିକ ଯାତ୍ରା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାରେ କେହି ମୃତାହତ କିମ୍ବା କୌଣସି ସମ୍ପତ୍ତି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି । ଅନ୍ୟପକ୍ଷରେ ରେଳବାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Middle post content

ଘଟଣାର ତଦନ୍ତ ନିର୍ଦ୍ଦେଶ, କେହି ମୃତାହତ ହୋଇନାହାନ୍ତି

After 2nd paragraph post ads

ଜମ୍ମୁ କଶ୍ମୀରର କାଠୁଆ ରେଲୱେ ଷ୍ଟେସନରେ ଚିପ୍ ପଥର ବୋଝେଇ ହୋଇଥିବା ୫୩ ୱାଗନ୍ ବିଶିଷ୍ଟ ଏହି ଟ୍ରେନ୍‌ଟି ଠିଆ ହୋଇଥିଲା । ଡ୍ରାଇଭର ପରିବର୍ତ୍ତନ ପାଇଁ ଟ୍ରେନ୍ ଅଟକିଥିଲା । ଟ୍ରେନଟି ଜମ୍ମୁରୁ ପଞ୍ଜାବ ଅଭିମୁଖେ ଯାଉଥିଲା । ହଠାତ୍ ଟ୍ରେନଟି ପଠାନକୋଟ ଆଡକୁ ଚାଲିଥିଲା । ଏହି ସମୟରେ ମାଲବାହୀ ଟ୍ରେନରେ ଉଭୟ ଡ୍ରାଇଭର ଲୋକୋ ପାଇଲଟ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ କେହି ହେଲେ ନ ଥିଲେ । ଗଡାଣିଆ ଟ୍ରାକ ଯୋଗୁଁ ବିନା ଡ୍ରାଇଭରରେ ଟ୍ରେନଟି ଗଡିବାକୁ ଲାଗିଥିଲା । ପରେ ବିନା ଡ୍ରାଇଭରରେ ଟ୍ରେନଟି ପ୍ରାୟ ୭୦ରୁ ଅଧିକ କିଲୋମିଟର ଯାଏଁ ଗଡି ଚାଲିଥିଲା । ତେବେ, ପଞ୍ଜାବର ଉଞ୍ଚି ବାସି ରେଳ ଷ୍ଟେସନ ନିକଟରେ ଟ୍ରେନ୍‌ଟି ଦ୍ରୁତ ଗତିରେ ଆସି ଅଟକି ଯାଇଥିଲା । ଜମ୍ମୁର ଡିଭିଜନାଲ ଟ୍ରାଫିକ୍ ମ୍ୟାନେଜର ପ୍ରତୀକ ଶ୍ରୀବାସ୍ତବ କହିଛନ୍ତି, ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । ପ୍ରାଥମିକ ଦୃଷ୍ଟିରୁ ଜଣାପଡୁଛି ଯେ ଡ୍ରାଇଭର ଏବଂ ତାଙ୍କ ସହାୟକଙ୍କ ବିନା ଟ୍ରେନଟି ପଞ୍ଜାବ ଆଡକୁ ଖସିବା ଆରମ୍ଭ କରିଥିଲା । ହେଲେ ଏଥିରେ କେହି ମୃତାହତ ହୋଇନ ଥିବା ବେଳେ କିଛି କ୍ଷତି ବି ହୋଇନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami