ବ୍ରହ୍ମପୁର ଓ ସମ୍ବଲପୁରରେ ‘ମୋ ବସ୍ ସେବା’ ଆରମ୍ଭ

Above Post Content

ଭୁବନେଶ୍ୱର: ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା ଓ ଖୋର୍ଦ୍ଧା ପରେ ସମ୍ବଲପୁର ଓ ବ୍ରହ୍ମପୁରରେ ଗଡ଼ିଲା ମୋ ବସ୍ । ଆଜି ଭିଡିଓ କନଫରେନ୍ସିଂରେ ମୋ ବସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କ୍ରୁଟର ଏମଡି ଅରୁଣ ବୋଥ୍ରା, ସମ୍ବଲପୁର ଜ଼ିଲ୍ଲାପାଳ ଓ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ମୋ ବସକୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ ।

Middle post content

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

After 2nd paragraph post ads

ଜନସାଧାରଣଙ୍କ ସୁବିଧା ପାଇଁ ସମ୍ବଲପୁର ଅଇଁଠାପାଲି ବସ ଟର୍ମିନାଲରେ ମୁଖ୍ୟମନ୍ତ୍ରୀ ମୋ ବସ୍ ସେବାର ଲୋକାର୍ପଣ କରିଛନ୍ତି । ଏହି ସେବା ପାଇବା ପରେ ସମ୍ବଲପୁର ବାସୀ ଖୁସିବ୍ୟକ୍ତ କରିଛନ୍ତି । ସମ୍ବଲପୁରର ୪ଟି ରୁଟରେ ୮୩ଟି ଷ୍ଟପେଜ୍ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି ବସ୍ ଆରମ୍ଭ ହୋଇଛି । ତା ମଧ୍ୟରୁ ୪ଟି ଏସି ବସ ରହିଛି । ଏହି ବସ୍ କେବଳ ସମ୍ବଲପୁର ସହରରେ ଚାଲିବ । ମୋ ବସ୍ ଚଳାଚଳ କରିବା ଦ୍ୱାରା ବିଶେଷ ଭାବରେ ମହିଳା ଓ ଛାତ୍ରଛାତ୍ରୀମାନେ ବେଶ୍ ଲାଭବାନ ହେବେ । ସେହିପରି ବ୍ରହ୍ମପୁରରେ ବି ଆଜିଠାରୁ ମୋ ବସ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି । ହଳଦିଆପଦର ବସ୍ ଷ୍ଟାଣ୍ଡରୁ ଏହି ମୋ ବସ୍ ସେବାର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟରେ ୧୫ଟି ବସ୍ ଚଳାଚଳ କରିବ । ଏହାଭିତରେ ୫ଟି ଏସି ବସ୍ ଏବଂ ୧୦ଟି ନନ୍‌-ଏସି ବସ୍ ଚଳାଚଳ କରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami