ଏକାକୀ ଲୋକ ସଭା ନିର୍ବାଚନ ଲଢ଼ିବ ବିଏସ୍‌ପି

Above Post Content

ନୂଆଦିଲ୍ଲୀ: କଂଗ୍ରେସ ସହ ମେଣ୍ଟ ନେଇ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ । ଏହି ଖବର ସମ୍ପୂର୍ଣ୍ଣ ଗୁଜବ । ତାଙ୍କ ଦଳ ଏକାକୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି । ସେ କୌଣସି ବି ଦଳ ସହ ମେଣ୍ଟ କରିବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଛନ୍ତି ।

Middle post content

କଂଗ୍ରେସ ସହ ମେଣ୍ଟ ଖବର ସମ୍ପୂର୍ଣ୍ଣ ଗୁଜବ

After 2nd paragraph post ads

ମାୟାବତୀ ଟୁଇଟ୍ କରି କହିଛନ୍ତି, ବିଏସ୍‌ପି ଦେଶରେ ଲୋକ ସଭା ନିର୍ବାଚନ ଏକାକି ନିଜ ଶକ୍ତି ବଳରେ ଲଢ଼ିବ । ଏଭଳି ସ୍ଥିତିରେ ଏକ ନିର୍ବାଚନୀ ମେଣ୍ଟ ଅଥବା ତୃତୀୟ ସାମ୍ମୁଖ୍ୟ ଗଠନ ବିଷୟରେ ଗୁଜବ ପ୍ରଚାର କରିବା ଭୁଲ । ଗଣମାଧ୍ୟମ ଏଭଳି ଦୁର୍ଭାଗ୍ୟଜନକ ଖବର ଦେଇ ନିଜର ବିଶ୍ୱାସନୀୟତା ହରାଇବା ଉଚିତ୍ ନୁହେଁ । ଲୋକମାନେ ମଧ୍ୟ ସାବଧାନ ହେବା ଉଚିତ । ୟୁପିରେ ବିଏସ୍‌ପି ଏକାକୀ ନିର୍ବାଚନ ଲଢ଼ୁଥିବାରୁ ବିରୋଧୀଦଳଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି । ଏଣୁ ସେମାନେ ବିଭିନ୍ନ ପ୍ରକାର ଗୁଜବ ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ବହୁଜନ ସମାଜର ଉନ୍ନତି ଲାଗି ବିଏସ୍‌ପି ନିର୍ବାଚନରେ ଏକାକୀ ଲଢ଼ିବା ନିଷ୍ପତ୍ତି ବଦଳାଇବ ନାହିଁ ବୋଲି ସେ କହିଛନ୍ତି । କହିରଖୁଛୁ, ମାୟାବତୀ କଂଗ୍ରେସ ସହ ହାତ ମିଳାଇ ପାରନ୍ତି ଏବଂ ତାଙ୍କ ଦଳ ୟୁପି ବ୍ୟତୀତ ଅନ୍ୟ ରାଜ୍ୟରେ ମେଣ୍ଟକୁ ନେଇ ସହଯୋଗୀ ଖୋଜୁଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ଗତ ନିର୍ବାଚନରେ ମାୟାବତୀ ଏକାକୀ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ, ହେଲେ ପରେ ସମାଜବାଦୀ ପାର୍ଟୀ ସହ ମେଣ୍ଟ ଗଠନ କରିଥିଲେ । ଏଣୁ ସେଭଳି କିଛି ଆଗାମୀ ନିର୍ବାଚନରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami