ଲଘୁ ବନଜାତ ଦ୍ରବ୍ୟ କ୍ରୟ ପାଇଁ “ଲାଭ” ଯୋଜନାର ଶୁଭାରମ୍ଭ

Above Post Content

କନ୍ଧମାଳ: ଆଦିବାସୀ ସମ୍ପ୍ରଦାୟର ଉନ୍ନତି ପାଇଁ ପୁଣି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଲଘୁ ବନଜାତ ଦ୍ରବ୍ୟ କ୍ରୟ ପାଇଁ “ଲାଭ” ଯୋଜନାର ଶୁଭାରମ୍ଭ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମ୍ମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଯୋଜନାର ହୋଇଛି ଶୁଭାରମ୍ଭ । ଉପଜିଲ୍ଲାପାଳ ଡକ୍ଟର ରୀନା ପ୍ରଧାନ ସବୁଜ ପତାକା ଦେଖାଇ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ ଗାଁ ଗାଁ ବୁଲି ବୁଲି ଲୋକଙ୍କୁ ସଚେତନ କରିବ ।

Middle post content

ଗାଁ ଗାଁ ବୁଲି ଲୋକଙ୍କୁ କରିବ ସଚେତନ

After 2nd paragraph post ads

ଏସଏଚଜି ମହିଳାମାନଙ୍କୁ ଏହି ଯୋଜନା ସମ୍ପର୍କ ଅବଗତ କରାଯାଇଛି । ମହିଳାମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଲକ୍ଷ୍ୟ । ଚଳିତ ବର୍ଷ ଆଦିବାସୀ ଭାଇ ଭଉଣୀ ମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ କ୍ରୟ ନିମନ୍ତେ ସରକାର ନିଜସ୍ୱ ଶତ ପ୍ରତିଶତ ଯୋଜନା “ଲାଭ” ପ୍ରଚଳନ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ବନ ସୁରକ୍ଷା ସମିତି,ବନ ଧନ ବିକାଶ କେନ୍ଦ୍ର ଇତ୍ୟାଦି ମାନଙ୍କୁ ପ୍ରାଥମିକ କ୍ରୟ ସଂସ୍ଥା ରୂପେ ନିୟୋଜନ କରାଯିବ । ଅନଲାଇନ୍ ମାଧ୍ୟମରେ ଆଦିବାସୀ ଓ ସ୍ଥାନୀୟ ସଂଗ୍ରହକାରୀଙ୍କ ଠାରୁ ଲଘୁ ବନଜାତ ଦ୍ରବ୍ୟ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ କ୍ରୟ କରାଯିବ । ସଂଗ୍ରହକାରୀଙ୍କ ଉଚିତ୍ ମୂଲ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ମହିଳାଙ୍କୁ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଉପଜିଲ୍ଲାପାଳ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami