‘ମିସ୍ ୟୁନିଭର୍ସ ୨୦୨୩’ ବିଜୟିନୀ ହେଲେ ନିକାରାଗୁଆର ସେଏନିସ୍ ପାଲାସିଓ

Above Post Content

ସାନ୍ ସାଲ୍‌ଭାର୍ଡ: ନିକାରାଗୁଆର ସେଏନିସ୍ ପାଲାସିଓ ପିନ୍ଧିଲେ ମିସ୍ ୟୁନିଭର୍ସ ୨୦୨୩ର ମୁକୁଟ । ଆଜି କେନ୍ଦ୍ରୀୟ ଆମେରିକୀୟ ରାଷ୍ଟ୍ର ଏଲ୍ ସାଲ୍‌ଭାର୍ଡର ଜସ୍ ଏଡଲ୍‌ଫୋ ପିନିଡା ରଙ୍ଗମଞ୍ଚରେ ଆୟୋଜିତ ୭୨ତମ ‘ମିସ୍ ୟୁନିଭର୍ସ’ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍ ପାଲାସିଓ ‘ମିସ୍ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି ।‘ମିସ୍ ୟୁନିଭର୍ସ ୨୦୨୨’ ଆର ବନ୍ନି ଗାବ୍ରିଏଲ୍ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି । ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ନିକାରାଗୁଆ, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡ୍ ଶ୍ରେଷ୍ଠ ୩ ସ୍ଥାନରେ ସ୍ଥାନିତ ହୋଇଛନ୍ତି ।‘ମିସ୍ ୟୁନିଭର୍ସ’ ବିଜୟିନୀ ହେବାରେ ସେଏନିସ୍ ପାଲାସିଓ ହେଉଛନ୍ତି ନିକାରାଗୁଆର ପ୍ରଥମ ମହିଳା । ଏହି ପ୍ରତିଯୋଗିତାରେ ଥାଇଲାଣ୍ଡ୍‌ର ଆଣ୍ଟୋନିଆ ପୋରସିଲ୍‌ଡ୍ ପ୍ରଥମ ଓ ଅଷ୍ଟ୍ରେଲିଆର ମୋରାୟା ୱିଲ୍‌ସନ୍ ଦ୍ୱିତୀୟ ରନର-ଅପ୍ ଘୋଷିତ ହୋଇଛନ୍ତି ।

Middle post content

ଭାରତରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଚଣ୍ଡୀଗଡ଼ର ଶ୍ୱେତା ଶ୍ରଦ୍ଧା

After 2nd paragraph post ads

ଭାରତରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଚଣ୍ଡୀଗଡ଼ର ଶ୍ୱେତା ଶ୍ରଦ୍ଧା ସେମି-ଫାଇନାଲ୍‌ରେ ଉତ୍ତୀର୍ଣ୍ଣ ହୋଇ ଶ୍ରେଷ୍ଠ ୨୦ଜଣଙ୍କ ମଧ୍ୟରେ ଥିଲେ । କିନ୍ତୁ, ‘ସୁଇମ୍ ସୁଟ୍‌’ ରାଉଣ୍ଡ୍‌ରେ ସେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନିତ ହେବାରେ ଅସଫଳ ହୋଇଥିଲେ । ଚଳିତ ବର୍ଷ ପ୍ରଥମ କରି ପାକିସ୍ତାନ ମଧ୍ୟ ‘ମିସ୍ ୟୁନିଭର୍ସ’ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲା ।ଚଳିତ ବର୍ଷର ଏହି ପ୍ରତିଯୋଗିତାରେ ୮୪ ଦେଶର ପ୍ରତିଯୋଗୀମାନେ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ପ୍ରତିଯୋଗିତା ଉପସ୍ଥାପନ କରିଥିଲେ ଆମେରିକୀୟ ଟେଲିଭିଜନ୍ ବ୍ୟକ୍ତିତ୍ୱ ଜିନି ମାଇ, ‘ମିସ୍ ୟୁନିଭର୍ସ ୨୦୧୨’ ଅଲିଭିଆ କ୍ୟୁଲ୍‌ପୋ ଓ ଆମେରିକୀୟ ଟେଲିଭିଜନ୍ ଉପସ୍ଥାପିକା ମାରିଆ ମିନୋନସ୍ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami