ଭାରତ ବିଶ୍ୱକପ୍ ଜିତିଲେ ୧୦୦ କୋଟି ଟଙ୍କା ବାଣ୍ଟିବି : ଆଷ୍ଟ୍ରୋଟକ୍ ସିଇଓ

Above Post Content

ନୂଆଦିଲ୍ଲୀ: ଭାରତ ବିଶ୍ୱକପ୍ ଜିତିଲେ ୧୦୦ କୋଟି ଟଙ୍କା ବାଣ୍ଟିବି । ‘ଆଷ୍ଟ୍ରୋଟକ୍‌’ ବ୍ୟବହାରକାରୀଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବଣ୍ଟନ କରିବେ ବୋଲି ‘ଆଷ୍ଟ୍ରୋଟକ୍‌’ ସିଇଓ ପୁନୀତ ଗୁପ୍ତା କହିଛନ୍ତି । ପୁନୀତ୍ କହିଛନ୍ତି ଯେ, ଏଥପାଇଁ ମୁଁ ମୋ ‘ଫାଇନାନ୍‌ସ୍ ଟିମ୍‌’ ସହିତ କଥାବାର୍ତ୍ତା କରିଛି । ଆଜି ବିଶ୍ୱର ସର୍ବବୃହତ୍ ଅହମଦାବାଦର ନରେନ୍ଦ୍ର ମୋଦୀ ୍ ଷ୍ଟାଡିୟମରେ ବିଶ୍ୱକପ୍ ଫାଇନାଲ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଯଦି ଏହି ମ୍ୟାଚରେ ଭାରତ ବିଶ୍ୱକପ୍ ବିଜୟୀ ହୁଏ ତେବେ ଆମ ବ୍ୟବହାରକାରୀମାନଙ୍କ ୱାଲେଟ୍‌ରେ ୧୦୦ କୋଟି ଟଙ୍କା ବଣ୍ଟନ କରିବି ବୋଲି ପ୍ରତିଜ୍ଞା କରିଛିି । ‘ଲିଙ୍କଡ୍‌ଇନ୍‌’ ପୋଷ୍ଟ୍‌ରେ ପୁନୀତ ଲେଖିଛନ୍ତି, ଗତଥର ଅଳ୍ପ କେତେକ ବନ୍ଧୁଙ୍କ ସହିତ ଖୁସି ବାଣ୍ଟିଥିଲି । ଏଥର କ’ଣ କରିବି ବୋଲି ଗତରାତିରେ ଚିନ୍ତା କଲି । ଦେଖିଲି ଏବେ ମୋର ଅନେକ ‘ଆଷ୍ଟ୍ରୋଟକ୍‌’ ବ୍ୟବହାରକାରୀ ଅଛନ୍ତି । ସେମାନେ ବି ମୋର ବନ୍ଧୁମାନଙ୍କଠାରୁ କମ୍ ନୁହନ୍ତି । ତେଣୁ, ସେମାନଙ୍କ ସହିତ ଖୁସି ବାଣ୍ଟିବାକୁ ଏଭଳି ନିଷ୍ପତ୍ତି ନେଇଛି ।

Middle post content

ଏହା ଅବିସ୍ମରଣୀୟ ଦିନ

After 2nd paragraph post ads

ପୁନୀତ ଆହୁରି କହିଛନ୍ତି, ୨୦୧୧ରେ ଭାରତ ବିଶ୍ୱକପ୍ ଜିଣିବା ବେଳେ ମୁଁ କଲେଜରେ ପଢୁଥିଲି । ସେ ଦିନଟି ଥିଲା ମୋ ଜୀବନର ସବୁଠୁ ଆନନ୍ଦଦାୟକ ଦିନମାନଙ୍କରୁ ଗୋଟାଏ । ଭାରତର ବିଜୟ ଉତ୍ସବ ପାଳନ ଲାଗି ଚଣ୍ଡୀଗଡ଼ରେ ବାଇକ୍ ରାଇଡ୍‌, ପ୍ରତି ଛକରେ ଭାଙ୍ଗ୍‌ଡ଼ା ନୃତ୍ୟ ହୋଇଥିଲା । ଏହା ଗୋଟାଏ ଅବିସ୍ମରଣୀୟ ଅନୁଭୂତି ବୋଲି ସେ କହିଛନ୍ତି ।ଚଣ୍ଡୀଗଡ଼ରେ କଲେଜ ଅଡିଟରିୟମ୍‌ରେ ସାଙ୍ଗାସାଥିମାନଙ୍କ ଗହଣରେ ବସି ହର୍ଷୋତ୍‌ଫୁଲ୍ଲିତ ହୋଇ ସେ ଏହି ମ୍ୟାଚ୍ ଦେଖିଥିଲେ ବୋଲି କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami