ସଂସଦରେ ଆତଙ୍କ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ

Above Post Content

ନୂଆଦିଲ୍ଲୀ: ସଂସଦରେ ଆତଙ୍କ ସୃଷ୍ଟି କରିବା ମାମଲାର ମାଷ୍ଟର ମାଇଣ୍ଡ ଗିରଫ । ଦିଲ୍ଲୀ ପୋଲିସ ଲଳିତ ଝାକୁ ଦିଲ୍ଲୀରୁ ଗିରଫ କରିଛି । ଲଲିତ ଝା ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ଦୁଇ ଜଣ ଯୁବକ ଲୋକସଭା ଭିତରେ ଗଣ୍ଡଗୋଳ ସୃଷ୍ଟି କରିବା ସହ ରଙ୍ଗିନ ଧୂଆଁ ସ୍ପ୍ରେ ଛାଡ଼ୁଥିବା ଦେଖିବାକୁ ମିଳିଥିଲା । ସଂସଦର ଲୋକସଭାରେ ପ୍ରବେଶ କରିବା ଏବଂ ଏକ ଧୂଆଁ ସ୍ପ୍ରେ କରିବା ଲଲିତ ଝାଙ୍କ ଷଡଯନ୍ତ୍ର ଥିଲା । ପୋଲିସ ତାଙ୍କର ୪ ଜଣ ସହଯୋଗୀଙ୍କୁ ଗିରଫ କରିସାରିଛି । କିନ୍ତୁ ମାଷ୍ଟରମାଇଣ୍ଡ ଲଳିତ ଝା ଫେରାର ଥିଲେ । ଆଜି ପୋଲିସ କିନ୍ତୁ ଗିରଫ କରିଛି ।

ମୋବାଇଲ ଫୋନରୁ ହଟାଇଥିଲେ ସମସ୍ତ ପ୍ରମାଣ

After 2nd paragraph post ads
Middle post content

ପୋଲିସ୍ ରିପୋର୍ଟ ଅନୁଯାୟୀ, ଲଳିତ ଝା ଏହି ଷଡଯନ୍ତ୍ରରେ ସମ୍ପୃକ୍ତ ଲୋକଙ୍କୁ ଗୁରୁଗ୍ରାମରେ ଏକ ବୈଠକ ପାଇଁ ଡାକିଥିଲେ । ଆତଙ୍କ ସୃଷ୍ଟି କରିବା ପୂର୍ବରୁ ଲଳିତ ଝା ସମସ୍ତଙ୍କ ମୋବାଇଲ ଫୋନରୁ ସମସ୍ତ ପ୍ରମାଣ ହଟାଇ ଦେଇଥିଲେ । ଏହା ପରେ ସେ ସେଠାରୁ ପଳାଇ ଯାଇଥିଲେ । ଲଲିତ ଝାଙ୍କ ଶେଷ ଲୋକେସନ ରାଜସ୍ଥାନର ନିମରାନାରେ ଠାବ କରାଯାଇଥିଲା । ସୂଚନା ଅନୁଯାଯ଼ୀ, ଲଳିତ ଝା ଆଦିବାସୀମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ଏନଜିଓ ସହିତ ଜଡିତ ଥିଲେ । ବୁଧବାର ସଂସଦ ଭିତରେ ଏବଂ ବାହାରେ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ୭ ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି ।

ସମସ୍ତ ଅଭିଯୁକ୍ତ ଭଗତ ସିଂହ ଫେସବୁକ ପେଜରେ ଭେଟିଥିଲେ

ପୋଲିସ ଅଭିଯୁକ୍ତକୁ ୧୫ ଦିନିଆ ପୋଲିସ ହେପାଜତକୁ ନେଇଛି । ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଭିକି ଶର୍ମାଙ୍କୁ ତାଙ୍କ ପତ୍ନୀଙ୍କ ସହ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତ ବିକି ଶର୍ମାଙ୍କ ଘରେ ରହୁଥିଲେ । ତେବେ ପୋଲିସ ସେମାନଙ୍କୁ ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲା । ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ସାଗର ଶର୍ମା, ମନୋରଞ୍ଜନ ଡି, ନୀଲମ ଆଜାଦ ଏବଂ ଅମୋଲ ସିନ୍ଦେ ଦିଲ୍ଲୀ ଆସିବା ପୂର୍ବରୁ ଗୁରୁଗ୍ରାମର ସେକ୍ଟର ୭ ହାଉସିଂ ବୋର୍ଡ କଲୋନୀରେ ଭିକି ଶର୍ମାଙ୍କ ଘରେ ରହୁଥିଲେ । ତାଙ୍କ ସହିତ ଲଲିତ ଝା ମଧ୍ୟ଼ ଥିଲେ । ଦିଲ୍ଲୀ ପୋଲିସ ଅନୁଯାୟୀ, ସେମାନେ ସମସ୍ତେ ଭଗତ ସିଂହ ଫେସବୁକ ପେଜରେ ପରସ୍ପରକୁ ଭେଟିଥିଲେ । ଏହାପରେ ସଂସଦରେ ଆତଙ୍କ ସୃଷ୍ଟି କରିବାକୁ ଯୋଜନା କରିଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami